19.1 C
Bhubaneswar
Wednesday, January 22, 2025
Homeଦେଶ ବିଦେଶଜାପାନରେ ରହିଛି ଦୁନିଆର ପ୍ରଥମ ହୋଟେଲ, ଯେଉଁଠି ବର୍ଜ୍ୟବସ୍ତୁରୁ ଉତ୍ପନ୍ନ ବିଜୁଳି ବ୍ୟବହାର କରାଯାଏ

ଜାପାନରେ ରହିଛି ଦୁନିଆର ପ୍ରଥମ ହୋଟେଲ, ଯେଉଁଠି ବର୍ଜ୍ୟବସ୍ତୁରୁ ଉତ୍ପନ୍ନ ବିଜୁଳି ବ୍ୟବହାର କରାଯାଏ

ନୂଆଦିଲ୍ଲୀ: ଆଜି ସମଗ୍ର ଦୁନିଆରେ ଯେଉଁଭଳି ପ୍ଲାଷ୍ଟିକ ଓ ଖାଦ୍ୟ ବର୍ଜ୍ୟବସ୍ତୁ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଛି, ବାସ୍ତବରେ ଆସନ୍ତା ସମୟରେ ବହୁତ ହାନିକାରକ ସାବ୍ୟସ୍ତ ହୋଇପାରେ । ଗୋଟିଏପଟେ ଲୋକେ ଏହାର ନିଷ୍କାସନ ନେଇ ଚିନ୍ତିତ ଅନ୍ୟପଟେ ଏମିତି ଏକ ଜାଗା ଅଛି ଯେଉଁଠି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ବିଜୁଳି ର ଉପଯୋଗ କରାଯାଏ । ଆଜ୍ଞା ହଁ, ସେଠାରେ ସଂପୂର୍ଣ୍ଣ ଭାବରେ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ବିଜୁଳି ଉପଯୋଗ ହୋଇଥାଏ ।  ଏହି ଜାଗା ହେଉଛି ଜାପାନ ଟୋକିଓରେ ଥିବା ଏକ ହୋଟେଲ, ଯାହାର ନାଁ କାବାସାକି କିଙ୍ଗ ସ୍କାଇଫ୍ରଣ୍ଟ ଟୋକ୍ୟୁ ରେ । ସେଠାରେ ବର୍ଜ୍ୟବସ୍ତୁରୁ ଉତ୍ପନ୍ନ ହାଇଡ୍ରୋଜେନକୁ ଶକ୍ତି ଭାବରେ ବ୍ୟବହାର କରାଯାଏ । ଏହା ଦୁନିଆର ପ୍ରଥମ ଏମିତି ଏକ ସ୍ଥାନ ଯେଉଁଠି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଉତ୍ସର ପ୍ରୟୋଗ କରାଯାଏ । କାବାସାକୀ କିଙ୍ଗ ସ୍କାଇଫ୍ରଣ୍ଟ ଟୋକ୍ୟୁ ରେ ହୋଟେଲର ୩୦ ପ୍ରତିଶତ ହାଇଡ୍ରୋଜେନ ଉତ୍ସକୁ ପ୍ଲାଷ୍ଟିକ ବର୍ଜ୍ୟୁବସ୍ତୁରୁ ବନାଯାଏ ଏବଂ ୭୦ ପ୍ରତିଶତ ଫୁଡ୍‌  ୱେଷ୍ଟରୁ ବନାଯାଏ । ଏହି ଟେକନିକକୁ ଜାପାନୀ କମ୍ପାନୀ ତୋଶିବା ଦ୍ୱାରା ଉଦ୍ଭାବନ ହୋଇଛି । ଏହାର ଖାସ କଥା ହେଲା ଯେ, ହାଇଡ୍ରୋଜେନ ଇନ୍ଧନ ସେଲ ସିଷ୍ଟମ ବିନା କାର୍ବନ  ନିର୍ଗମନ ହାଇଡ୍ରୋଜେନକୁ ବିଦ୍ୟୁତରେ ପରିଣତ କରେ । ଯାହାଦ୍ୱାରା ପରିବେଶକୁ କୌଣସି ପ୍ରକାର କ୍ଷତି ପହଂଚିନଥାଏ । ଏହି ପ୍ରଣାଳୀ ଦ୍ୱାରା ଇନ୍ଧନ ସେଲ ସିଷ୍ଟମ ରୁ ନିସ୍‌ଚି ମାତ୍ରାରେ ପାଇପ ମାଧ୍ୟମରେ ହାଇଡ୍ରୋଜେନ ପହଂଚିଥାଏ । ଏମିତିକି ସେଠାକୁ ଆସୁଥିବା ଲୋକଙ୍କ ଦ୍ୱାରା ବ୍ୟବହାର ହୋଇଥିବା ଜିନିଷର ଉପଯୋଗ ବି ହାଇଡ୍ରୋଜେନରୁ ଉତ୍ସ ବନାଇବାରେ କରାଯାଏ ।
ପ୍ରତିବର୍ଷ ଏହି ହୋଟେଲରୁ ୩ ଲକ୍ଷ କ୍ୟୁବିକ ନ୍ୟାନୋମିଟର ହାଇଡ୍ରୋଜେନ ଉତ୍ପନ୍ନ ହୋଇଥାଏ । ଯାହାଦ୍ୱାରା  ୪ ଲକ୍ଷ ୫୦ ହଜାର କିଲୋଓାଟ ବିଜୁଳି ସୃଷ୍ଟି ହୋଇଥାଏ । ଏତିକି ବିଜୁଳିରେ ପ୍ରାୟ ୮୨ ଘରର ଆବଶ୍ୟକତା ଗୋଟିଏ ବର୍ଷ ପର୍ଯ୍ୟନ୍ତ କରାଯାଇଥାଏ । ଯଦି ବର୍ଜ୍ୟବସ୍ତୁକୁ ଏହିପରି ଭାବରେ ଉପଯୋଗ କରାଯାଏ ତେବେ ଅନେକାଂଶରେ ପ୍ଲାଷ୍ଟିକ ସମସ୍ୟା ଦୂର ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking