31.1 C
Bhubaneswar
Tuesday, April 30, 2024
Homeରାକ୍ଷୀ ପୂର୍ଣ୍ଣମୀପୁରାଣରେ ରାକ୍ଷୀ ପୂର୍ଣ୍ଣମୀର ବିଭିନ୍ନ କାହାଣୀ

ପୁରାଣରେ ରାକ୍ଷୀ ପୂର୍ଣ୍ଣମୀର ବିଭିନ୍ନ କାହାଣୀ

ଭୁବନେଶ୍ୱର : ଭାଇ ଭଉଣୀଙ୍କର ଅତୁଟ ପ୍ରେମ ଓ ଭରସା ର ପ୍ରତୀକକୁ ବହନ କରିଥାଏ ଏହା । ଏହିଦିନ ଭଉଣୀଟିଏ ଭାଇର ଶୁଭ ମାନସୀ,ମନରେ ମଙ୍ଗଳ କାମନା କରି ଭାଇ ହାତରେ ବାନ୍ଧି ଦିଏ ସେନେହର ଡୋର । ଭାଇ ବି ଭଉଣୀର ସମ୍ମାନ ଓ ସ୍ୱାଭିମାନର ରକ୍ଷା କରିବାର ଶପଥ ନେଇଥାଏ ।ତେବେ ଏହି ସ୍ନେହ ପ୍ରେମ ଆଜିର ସମୟରେ ନୁହେଁ । କାହିଁ ପୁରାତନ ଦିନରୁ ଭାଇ ଭଉଣୀଙ୍କର ଏଭଳି ଅତୁଟ ବନ୍ଧନ ରହି ଆସିଛି ।

ଓଡ଼ିଶାର ଲୋକ ସଂସ୍କୃତି ତଥା ଜଗନ୍ନାଥ ସଂସ୍କୃତିର ଏକ ନିଚ୍ଛକ ନିଦର୍ଶନ ରୂପେ ଅଗଣିତ ଭାଇ ଭଉଣୀଙ୍କର ପବିତ୍ର ସମ୍ପର୍କର ପର୍ବ ଭାବେ ପାଳିତ ହୁଏ ରାକ୍ଷୀ ପୂର୍ଣ୍ଣିମା । ଏହା ପଛରେ ଏକ ପୌରାଣିକ କିମ୍ବଦନ୍ତୀ ରହିଛି । ଏହିଦିନ ପ୍ରଭୁ ଜଗନ୍ନାଥଙ୍କ ଅଗ୍ରଜ ବଳଭଦ୍ରଙ୍କର ଜନ୍ମ ଦିବସ । ଶ୍ରାବଣ ମାହାତ୍ମ୍ୟ, ଶିବଙ୍କର ଜଳଲାଗି ଭଳି ଶ୍ରାବଣ ପୂର୍ଣ୍ଣମୀରେ ପାଳିତ ହୁଏ ରାକ୍ଷୀ ପୂର୍ଣ୍ଣମୀ । ପ୍ରଭୁ ବଳରାମଙ୍କ ହସ୍ତରେ ଥିବା ଲଙ୍ଗଳ, ଯାହା କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ, ତାହା ଯୁଗଦ୍ରଷ୍ଟା ଭଗବାନ ବଳଦେବଙ୍କର ଆୟୂଧ ରୂପେ ପୁରାଣରେ ବର୍ଣ୍ଣିତ ଅଛି । ପ୍ରଭୁ ବଳଭଦ୍ର, ମାତା ଦେବକୀଙ୍କ ସପ୍ତମ ଗର୍ଭରୁ ଉଭେଇ ଯାଇଥିଲେ ଏବଂ ଏହି ଗର୍ଭକୁ ଦେବର୍ଷି ନାରଦ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିଲେ । କାରଣ, ଦେବତାମାନଙ୍କ କଥା ଅନୁସାରେ କଂସ ଭୟରେ ବସୁଦେବଙ୍କର ପତ୍ନୀ ରୋହିଣୀଙ୍କୁ ଗାଈ ରୂପରେ ଗୋପପୁରର ନନ୍ଦ ରାଜାଙ୍କ ଉଆସରେ ଛାଡ଼ିଥିଲେ । ସେହିଠାରେ ଜନ୍ମ ନିଅନ୍ତି ଧବଳ ରୂପ ଧାରୀ ଦେବ ସଂକର୍ଷଣ, ଯାହାକୁ ବଳରାମ ବା ବଳଭଦ୍ର କୁହାଯାଏ । ତାଙ୍କର ଆୟୂଧ ରୂପେ ଲଙ୍ଗଳକୁ ଧାରଣ କରନ୍ତି । କୃଷ୍ଣ ପୁତ୍ର ଦୁର୍ଯ୍ୟୋଧନଙ୍କର କନ୍ୟାଙ୍କୁ ଅପହରଣ କରିବା ବେଳେ ମହାକୋପୀ ତଥା ପ୍ରବଳ ପରାକ୍ରମୀ ବଳରାମ ନିଜର ଆୟୂଧ ଲଙ୍ଗଳରେ ନାଶ କରିବା ପାଇଁ ଧମକ ଦେଇଥିଲେ । ତାହା ବ୍ୟତୀତ ପ୍ରଦ୍ୟୁମ୍ନ ଜନ୍ମର କିଛି ଦିନ ପରେ ସମ୍ବରାସୁର ଦ୍ୱାରା ଅପହୃତ ହୋଇଥିବାରୁ କ୍ରୋଧିତ ବଳଭଦ୍ର ଯମୁନା ନଦୀକୁ ଲଙ୍ଗଳ ଗାରରେ ତାଡ଼ି ଶୁଖାଇବା ଉଦ୍ଦେଶ୍ୟରେ ବଳ ପ୍ରୟୋଗ କରନ୍ତେ, କୃଷ୍ଣଙ୍କ ସାନ୍ତ୍ୱନାରେ ଶାନ୍ତ ହୋଇଥିଲେ, ଯାହା ଆଜି ବି ଦିଲ୍ଲୀ ଠାରେ ବଳରାମଙ୍କର ଲଙ୍ଗଳ ଗାର ଟାଣିଥିବାର ନମୂନା କିମ୍ବଦନ୍ତୀ ଥିବାର ବହୁ କାବ୍ୟରେ ବର୍ଣ୍ଣିତ ଅଛି ।

 

ତେବେ, ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁର ରାଜାବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି । ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking