38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଅନ୍ତିମ ସଂସ୍କାର କରିବାକୁ ଟଙ୍କା ନଥିବାରୁ, ଜେଜେର ଶବକୁ ନାତି.....

ଅନ୍ତିମ ସଂସ୍କାର କରିବାକୁ ଟଙ୍କା ନଥିବାରୁ, ଜେଜେର ଶବକୁ ନାତି…..

ହାଇଦ୍ରାବାଦ: ଫ୍ରିଜ୍ ଭିତରୁ ମିଳିଲା ୯୩ ବର୍ଷୀୟ ବୃଦ୍ଧଙ୍କ ମୃତଦେହ । ଅନ୍ତିମ ସଂସ୍କାର କରାଇବା ପାଇଁ ପାଖରେ ଟଙ୍କା ନଥିବାରୁ ଜଣେ ବ୍ୟକ୍ତି ନିଜ ଜେଜେବାପାଙ୍କ ମୃତଦେହ ଫ୍ରିଜ୍ ଭିତରେ ରଖିଥିଲେ । ଦୁର୍ଗନ୍ଧ ହେବାରୁ ପଡ଼ୋଶୀ ପୋଲିସକୁ ସୂଚନା ଦେଇଥିଲେ ଓ ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏଭଳି ସମ୍ବେଦନଶୀଳ ଘଟଣା ତେଲେଙ୍ଗାନାରେ ଘଟିଛି । ସୂଚନା ଅନୁଯାୟୀ, ୯୩ ବର୍ଷୀୟ ବୃଦ୍ଧ ନିଜ ନାତି ନିଖିଲଙ୍କ ସହ ୱାରାଙ୍ଗଲର ପରକଲାରେ ଏକ ଭଡ଼ା ଘରେ ରହୁଥିଲେ । ବୃଦ୍ଧ ଜଣକ ଚାକିରିରୁ ଅବସର ନେବା ପରେ ପେନସନ୍ ଟଙ୍କାରେ ଉଭୟ ଜେଜେବାପା ଓ ନାତି ଚଳୁଥିଲେ । ତେବେ ଦୀର୍ଘ ଦିନ ହେବ ସମ୍ପୃକ୍ତ ବୃଦ୍ଧ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା । ଜେଜେବାପାଙ୍କ ମୃତ୍ୟୁ ପରେ ନାତି ନିଖିଲ ମୃତଦେହକୁ ବେଡ୍‌ଶିଟ୍‌ରେ ଗୁଡ଼ାଇ ଏହାକୁ ଫ୍ରିଜ୍‌ରେ ରଖିଥିଲେ । ଅନ୍ତିମ ସଂସ୍କାର ପାଇଁ ପାଖରେ ଟଙ୍କା ନଥିବାରୁ ଏଭଳି କରିଥିବା ୨୩ ବର୍ଷୀୟ ନିଖିଲ ପୋଲିସ୍ ଆଗରେ କହିଛନ୍ତି । ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ବେଳେ ଫ୍ରିଜ ଭିତରୁ ୯୩ ବର୍ଷୀୟ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା । ପେନସନ୍ ଟଙ୍କା ଯେଭଳି ବନ୍ଦ ନହୁଏ, ସେଥିପାଇଁ ନିଖିଲ ଏଭଳି କରିଛନ୍ତି ନା ପ୍ରକୃତରେ ପାଖରେ ଟଙ୍କା ନଥିବାରୁ ସେ ଏଭଳି କରିଛନ୍ତି, ପୋଲିସ୍ ଏନେଇ ଘଟଣାର ତଦନ୍ତ କରୁଛି । ପୋଲିସ୍ ଏକ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking