22.1 C
Bhubaneswar
Saturday, January 11, 2025
Homeଓଡିଶା୧୯୭୬ରେ ବିମାନ ଦୁର୍ଘଟଣାରେ ମୃତ ଘୋଷିତ : ୪୫ ବର୍ଷ ପରେ ଘରକୁ ଫେରିଲେ ସଜ୍ଜାଦ

୧୯୭୬ରେ ବିମାନ ଦୁର୍ଘଟଣାରେ ମୃତ ଘୋଷିତ : ୪୫ ବର୍ଷ ପରେ ଘରକୁ ଫେରିଲେ ସଜ୍ଜାଦ

ଥିରୁଅନନ୍ତପୁରମ: ଆଜକୁ ୪୫ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସରକାରୀଭାବେ କୁହାଯାଇଥିଲା । ପରିବାର ଲୋକେ ମଧ୍ୟ ଏହାକୁ ଗ୍ରହଣ କରିନେଇଥିଲେ । ତେବେ ଦୀର୍ଘ ବର୍ଷ ପରେ ମୃତ ବ୍ୟକ୍ତିଜଣକ ପୁଣି ଘରକୁ ଫେରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପରିବାରବର୍ଗ ମଧ୍ୟ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡିଛନ୍ତି । କେରଳର କୋଲ୍ଲାମ ନିବାସୀ ସଜ୍ଜାଦ ଥଙ୍ଗଲ ଜଣେ କଳାପ୍ରେମୀ । ବିଭିନ୍ନ ସ୍ଥାନରେ ଷ୍ଟେଜ୍ ଶୋ’ ଆୟୋଜନ କରିବା ତାଙ୍କର ସଉକ ଥିଲା । ୧୯୭୬ରେ ଏଭଳି ଏକ ଶୋ’ ଆୟୋଜନ କରିବାକୁ ସେ ଆବୁଧାବି ଯାଇଥିଲେ । କାର୍ଯ୍ୟକ୍ରମ ଶେଷ ହେବାପରେ ୧୯୭୬ ଅକ୍ଟୋବର ୧୨ରେ ସାଂସ୍କୃତିକ ଦଳ ସହ ସଜ୍ଜାଦ ମଧ୍ୟ ସ୍ୱଦେଶ ଫେରିବାକୁ ବିମାନରେ ଟିକେଟ କାଟିଥିଲେ । ତେବେ କୌଣସି କାରଣବଶତଃ ସଜ୍ଜାଦ ଉକ୍ତ ବିମାନଯାତ୍ରାକୁ ବାତିଲ କରି ଆବୁଧାବିରେ ରହିଯାଇଥିଲେ । ଅପରପକ୍ଷରେ ଭାରତ ଆସୁଥିବା ଉକ୍ତ ବିମାନଟି ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୯୫ ଜଣଙ୍କର ମୃତ୍ୟୁ ଘଟିଥିଲା । ସମସ୍ତେ ଭାବିଥିଲେ, ସଜ୍ଜାଦ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଖବର ପାଇ ସେ ମାନସିକସ୍ତରରେ ଭାଙ୍ଗିପଡିଥିଲେ । କିଛି ଦିନ ପରେ ମୁମ୍ବାଇ ଫେରି ଏକ ଏନ୍‌ଜିଓରେ କାର୍ଯ୍ୟ କରୁଥିଲେ ସୁଦ୍ଧା ପୁଲିସ ଭୟରେ ନିଜର ପରିଚୟ ଗୋପନ ରଖିବା ସହ ପରିବାରବର୍ଗଙ୍କୁ ମଧ୍ୟ ବଞ୍ଚିଥିବା ନେଇ କୌଣସି ସୂଚନା ଦେଇନଥିଲେ । ତେବେ ଚଳିତବର୍ଷ ପ୍ରାରମ୍ଭରେ ତାଙ୍କ ପରିବାର କୋଲ୍ଲାମରେ ରହୁଥିବା ଜଣାପଡିବାପରେ ତାଙ୍କୁ ପରିବାର ସହ ଭେଟାଭେଟି କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଶେଷରେ ସଜ୍ଜାଦ ଗତ ଶୁକ୍ରବାର ଗାଆଁକୁ ଫେରିଆସିଛନ୍ତି । ୯୧ ବର୍ଷୀୟ ମାଆ ଫତିମା ବିବି ପୁଅକୁ ଜୀବିତ ଅବସ୍ଥାରେ ଦେଖି ଭାବବିହ୍ୱଳ ହୋଇପଡିଥିଲେ । ବର୍ତ୍ତମାନ ସଜ୍ଜାଦଙ୍କ ବୟସ ୭୦ ବର୍ଷ । ସଜ୍ଜାଦଙ୍କର ଦୁଇ ଭାଇ ଓ ତିନି ଭଉଣୀ ଅଛନ୍ତି । ସେମାନେ ମଧ୍ୟ ଭାଇ ଜୀବିତ ଥିବାରୁ ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking