ଦେବଗଡ଼ /ରିଆମାଳ : କରୋନାକୁ ନେଇ ସାରା ରାଜ୍ୟ ସାମାନ୍ୟ ଅଶ୍ୱସ୍ଥି ପ୍ରକାଶ କରିବାକୁ ବସିଥିବା ବେଳେ ଦେବଗଡ଼ ଜିଲ୍ଲାରେ ପୁଣି ଥରେ କରୋନାକୁ ନେଇ ସଂଶୟ ସୃଷ୍ଟି ହୋଇଛି l ଗତ କିଛିଦିନ ଧରି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂକ୍ରମିତଙ୍କ ସଂଖ୍ୟାର ଗ୍ରାଫ ତଳ ମୁହାଁ ହୋଇଥିବା ବେଳେ ଆଜି ରିଆମାଳ ବ୍ଲକ ପଲସମା ପଂଚାୟତ ଅନ୍ତର୍ଗତ ଘୋଡାପକା ଗାଁ ରେ 7ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ନିର୍ଦେଶ ଅନୁଯାୟୀ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି l ଆଜି ସନ୍ଧ୍ୟାରେ ରିଆମାଳ ବିଡ଼ିଓ ଦିବ୍ୟ ଶଙ୍କର ଜୟପୁରିଆ, ପିଇଓ ଲଳିତ କୁମାର ମୁଣ୍ଡା ଓ ଖଇରପାଲି ଫାଣ୍ଡି ପୁଲିସ ଉକ୍ତ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ଅତି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦେବାସହ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ l