26.1 C
Bhubaneswar
Friday, March 29, 2024
Homeଓଡିଶାବିଜେଡି ଦଳ ତରଫରୁ ବରପୁତ୍ରଙ୍କର ଶ୍ରାଦ୍ଧୋତ୍ସବ ଓ ଜୟନ୍ତୀ ପାଳିତ

ବିଜେଡି ଦଳ ତରଫରୁ ବରପୁତ୍ରଙ୍କର ଶ୍ରାଦ୍ଧୋତ୍ସବ ଓ ଜୟନ୍ତୀ ପାଳିତ

ଭୁବନେଶ୍ୱର- ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ତରଫରୁ ଆଜି ପଣ୍ଡିତ ନୀଳମଣୀ ବିଦ୍ୟାରତ୍ନ, ପଣ୍ଡିତ ଗୋଦାବରିଶ ମିଶ୍ରଙ୍କର ଶ୍ରାଦ୍ଧୋତ୍ସବ ପାଳନ କରାଯିବା ସହିତ ବିପ୍ଳବୀନି ନାରୀନେତ୍ରୀ ମାଳତୀ ଚୌଧୁରୀଙ୍କର ସ୍ୱନକ୍ଷତ୍ର ଦିବସ ମଧ୍ୟ ପାଳନ କରାଯାଇଅଛି । ଏହି ଅବସରରେ ପ୍ରଭାତରୁ ରାଜଧାନୀରେ ଅବସ୍ଥିତ ନୀଳମଣି ବିଦ୍ୟାରତ୍ନ ଓ ପଣ୍ଡିତ ଗୋଦାବରିଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସତ୍ୟବ୍ରତ ଜେନା, ମନୋରଂଜନ ନାୟକ, ବାବା ପଞ୍ଚଦେବ, କବିତା ସୁବୁଦ୍ଧି, ଜ୍ୟୋତିର୍ମୟୀ ମିଶ୍ରଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା । ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବ । ଉଭୟ ଅମ୍ଳାନ ପ୍ରତିଭାଙ୍କର ଗୁଣାବଳୀକୁ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଏଥି ନିମନ୍ତେ ଅନୁଷ୍ଠିତ ସଭାରେ ପୌରୋହିତ୍ୟ କରି ସାମ୍ମୁଖ୍ୟର ଆବାହକ ଶ୍ରୀ ରବିନାରାୟଣ ନନ୍ଦ ଓ ସଂଯୋଜକ ପ୍ରବୀର ମହାନ୍ତି, ଓଡ଼ିଆଭାଷା ଓ ନବୀନ ଓଡ଼ିଶା ଗଠନରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଓ ଗୋଦାବରିଶ ମିଶ୍ର ଏବଂ ଏକ ଯଶସ୍ୱୀ ନାରୀନେତ୍ରୀ ଭାବେ ମାଳତୀ ଦେବୀଙ୍କ ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଦେବରାଜ ସେନାପତି, ଆଲୋକ ପଟ୍ଟନାୟକ, ରେଣୁବାଳା ମିଶ୍ର, ଡ. ଜୀବନ ଦୀକ୍ଷିତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ରବୀନ୍ଦ୍ର ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking