33.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ସମାରୋହ

ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ସମାରୋହ

ଭୁବନେଶ୍ୱର: କୋଭିଡ ଗାଇଡଲାଇନରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ସ୍ୱାଧୀନତା ଦିବସ । ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ସ୍ୱଳ୍ପ ଅତିଥି, କୋଭିଡ ଯୋଦ୍ଧା, ଅଧିକାରୀ, କର୍ମଚାରୀଙ୍କୁ ନେଇ ପାଳନ ହେବ । ପୂର୍ବ ବର୍ଷ ଭଳି ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇରେ ବି ପାଳନ ହେବ । ଆରଡିସି ଜୋନ, ଜିଲ୍ଲା, ବ୍ଲକ ସ୍ତରରେ ବି ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।

ଗତ ବର୍ଷ  ରାଜଧାନୀ ଭୁବନେଶ୍ୱରସ୍ଥ ୟୁନିଟ୍‌-୩ ପ୍ରଦର୍ଶନୀ ପଡିଆରେ ୭୪ତମ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ସମାରୋହ ପାଳିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ  ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ମାତ୍ର ୩ ପ୍ଲାଟୁନ୍‌ ପୋଲିସ୍‌, ଓଡ୍ରାଫ୍‌, ଓଏସ୍‌ଏପି ସପ୍ତମ ବାଟାଲିଅନ ଓ ଏଏସ୍‌ପି ବାଟାଲିଅନ ସହ ରାଜ୍ୟ ବ୍ରାସ୍‌ ବ୍ୟାଣ୍ଡ ସ୍ୱାଧୀନତା ଦିବସ ସମାରୋହରେ ସାମିଲ୍‌ ହୋଇଥିଲେ । ୩୧ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ ମାତ୍ର ୧୦୦ ଜଣ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରାଯାଇ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking