ନୂଆଦିଲ୍ଲୀ: ଦେଶରେ ମନସୁନର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ହିମାଚଳପ୍ରଦେଶରେ ପ୍ରକୃତି ତାଣ୍ଡବ ରଚିଛି । ଧର୍ମଶାଳା ଅଂଚଳରେ ବାଦଲଫଟା ବର୍ଷା ତ୍ରାହି ତ୍ରାହି ରଚିଛି ।
ମନସୁନ ବର୍ଷା ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ର ଭାଗସୁରେ ସୋମବାର ସକାଳେ ବନ୍ୟା ଆସିଛି । ଦେଖୁ ଦେଖୁ ଛୋଟ ଛୋଟ ନାଳ ନଦୀ ରୂପ ଧାରଣ କରିଛି । ପ୍ରବଳ ବନ୍ୟା ପାଇଁ ଭାଗସୁ ନାଳ ଓଭର ଫ୍ଲୋ ହୋଇଛି । ଯାହାଫଳରେ ଅନେକ ଦାମୀ କାର ଏହି ବନ୍ୟାରେ ଭାସି ଯାଇଥିବା ଦେଖିବାକୁ ମିଳିଛି ।
Orange Alert in #Dharamshala in #HimachalPradesh after a huge cloud burst pic.twitter.com/D52FHzN0Wk
— Holidays Hunt (@HolidaysHunt) July 12, 2021
ଦେଶର କିଛି ଅଂଚଳରେ ଅନେକ ମନସୁନକୁ ଅତି ଉତ୍କଣ୍ଠା ର ସହ ଅପେକ୍ଷା କରିଥିବା ବେଳେ ଅନେକ ସ୍ଥାନରେ ଏହା ପ୍ରଳୟ ସୃଷ୍ଟି କରିଛି । ଅନେକ ହୋଟେଲ ବି ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି ।
ହିମାଚଳପ୍ରଦେଶରେ ଅନେକ ଜିଲ୍ଲାରେ ରବିବାରଠାରୁ ବର୍ଷା ଜାରି ରହିଛି । ସୋମବାର ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି । ହେଲେ ପ୍ରବଳ ବର୍ଷା ପାଇଁ ଅନେକ ସ୍ଥାନରେ ସମସ୍ୟା ସୃଷ୍ଟି ହୋଇଛି ।