34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏହି ଦେଶରେ ହୋଇଥାଏ ମାଛ ବର୍ଷା

ଏହି ଦେଶରେ ହୋଇଥାଏ ମାଛ ବର୍ଷା

ନୂଆଦିଲ୍ଲୀ: ଆକାଶରୁ ଆପଣ ପାଣି ବରଷୁଥିବା ଦେଖିଥିବେ । ଆଉ କୁଆପଥର ବର୍ଷା ଦେଖିବା ବି କୌଣସି ଏକ ବଡ କଥା ନୁହେଁ । ହେଲେ ଆପଣ କେବେ ଆକାଶରୁ ମାଛ ବର୍ଷା ହେବା ଦେଖିଛନ୍ତି । ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ । ଆଜି ଆମେ ଆପଣଙ୍କୁ ଏମିତି ଏକ ସହର ବିଷୟରେ କହିବୁ, ଯେଉଁଠି ୧୦୦ ବର୍ଷ ଧରି ପାଣି ଜାଗାରେ ମାଛର ବର୍ଷା ହେଉଛି । ମ୍ୟାକ୍ସିକୋ ନିକଟରେ ହୋଣ୍ଡୁରାସ ନାମକ ଦେଶରେ ପ୍ରାୟ ୧୦୦ ବର୍ଷ ଧରି ମାଛଙ୍କ ବର୍ଷା ହେଉଛି । ଆଟଲାଣ୍ଟିକ ସାଗରରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ ହୋଣ୍ଡୁରାସରେ କିଛି ଲୋକେ ଏହାକୁ ସାମାନ୍ୟ ଘଟଣା ବୋଲି କହିଛନ୍ତି ।
ହେଲେ ଏମିତି ବି କିଛି ଲୋକେ ଅଛନ୍ତି, ଯିଏ ଏଭଳି ହେବା ପଛରେ ଇଶ୍ୱରଙ୍କ ହାତ ଥିବା ମାନନ୍ତି । ୧୮ ଶତାବ୍ଦୀରେ ସେଠାରେ ଆର୍ଥିକ ପରିସ୍ଥିତି ଠିକ ନଥିବା କାରଣରୁ ଲୋକେ ଭୋକ ଉପାସରେ ପ୍ରାଣ ହାରୁଥିଲେ । ସେହି ସମୟରେ ସେଠାକୁ ଜଣେ ମହାତ୍ମା ଆସିଥିଲେ ଓ ସେ ଲୋକଙ୍କୁ ଏହି ଦୁଃଖରୁ ମୁକ୍ତ କରିବା ପାଇଁ ଲଗାତର ଭାବେ ୩ ଦିନ ଯାଏଁ ପ୍ରାର୍ଥନା କରିଥିଲେ । ସେହି ପ୍ରାର୍ଥନା ମଧ୍ୟରେ ହୋଣ୍ଡୁରାସରେ ମାଛଙ୍କ ବର୍ଷା ହେବାକୁ ଲାଗିଲା । ସେବେଠୁ ଏପର୍ଯ୍ୟନ୍ତ ଏମିତି ହିଁ ହୋଇଆସୁଛି । ଏବେ ସେଠାରେ ବାସ କରୁଥିବା ଲୋକଙ୍କ ପାଇଁ କିଛି ସମସ୍ୟା ନାହିଁ । ସେମାନେ ଏହାର ଅଭ୍ୟାସରେ ପଡିସାରିଛନ୍ତି । ସମସ୍ୟା ହେଲା ଯେ, ପ୍ରତିବର୍ଷ ମନସୁନ ସମୟରେ ମାଛଙ୍କ ବର୍ଷା ସମସ୍ୟା ସୃଷ୍ଟି କରିଥାଏ । ହେଲେ ପ୍ରକୃତି ଆଗରେ କିଏ ବା କଣ କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking