28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହିମାଚଳ ପ୍ରଦେଶ ଧର୍ମଶାଳାରେ ପ୍ରକୃତିର ତାଣ୍ଡବଲୀଳା

ହିମାଚଳ ପ୍ରଦେଶ ଧର୍ମଶାଳାରେ ପ୍ରକୃତିର ତାଣ୍ଡବଲୀଳା

ନୂଆଦିଲ୍ଲୀ: ଦେଶରେ ମନସୁନର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ହିମାଚଳପ୍ରଦେଶରେ ପ୍ରକୃତି ତାଣ୍ଡବ ରଚିଛି । ଧର୍ମଶାଳା ଅଂଚଳରେ ବାଦଲଫଟା ବର୍ଷା ତ୍ରାହି ତ୍ରାହି ରଚିଛି ।
ମନସୁନ ବର୍ଷା ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ର ଭାଗସୁରେ ସୋମବାର ସକାଳେ ବନ୍ୟା ଆସିଛି । ଦେଖୁ ଦେଖୁ ଛୋଟ ଛୋଟ ନାଳ ନଦୀ ରୂପ ଧାରଣ କରିଛି । ପ୍ରବଳ ବନ୍ୟା ପାଇଁ ଭାଗସୁ ନାଳ ଓଭର ଫ୍ଲୋ ହୋଇଛି । ଯାହାଫଳରେ ଅନେକ ଦାମୀ କାର ଏହି ବନ୍ୟାରେ ଭାସି ଯାଇଥିବା ଦେଖିବାକୁ ମିଳିଛି ।

ଦେଶର କିଛି ଅଂଚଳରେ ଅନେକ ମନସୁନକୁ ଅତି ଉତ୍କଣ୍ଠା ର ସହ ଅପେକ୍ଷା କରିଥିବା ବେଳେ ଅନେକ ସ୍ଥାନରେ ଏହା ପ୍ରଳୟ ସୃଷ୍ଟି କରିଛି । ଅନେକ ହୋଟେଲ ବି ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି ।
ହିମାଚଳପ୍ରଦେଶରେ ଅନେକ ଜିଲ୍ଲାରେ ରବିବାରଠାରୁ ବର୍ଷା ଜାରି ରହିଛି ।   ସୋମବାର ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି । ହେଲେ ପ୍ରବଳ ବର୍ଷା ପାଇଁ ଅନେକ ସ୍ଥାନରେ ସମସ୍ୟା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking