ନୂଆଦିଲ୍ଲୀ : ଏବେ ଡେଲ୍ଟା ଭାରିଆଣ୍ଟକୁ ନେଇ ସମସ୍ତଙ୍କ ମନରେ ଭୟ । କରୋନାର ୩ୟ ଲହର ଆସବାକୁ ଥିବା ବେଳେ ଲୋକଙ୍କ ମନରେ ଡେଲଟା ଭାରିଆଣ୍ଟକୁ ନେଇ ଭୟର ବାତାବରଣ । ତେବେ ଏଥିପାଇଁ ଭୟଭୀତ ହେବାର ନାହିଁ । କୋଭିଡ ଟିକାର ଗୋଟିଏ ଡୋଜ ନେଇଥିଲେ ବି ହେବେ ନାହିଁ ସଂକ୍ରମିତ । ଏପରି କହିଛନ୍ତି ଆଇସିଏମଆର ର ବିଶେଷଜ୍ଞମାନେ । ଏ ସର୍ମ୍ପକରେ ଆଇସିଏମ୍ଆର ପକ୍ଷରୁ ହୋଇଥିବା ଅଧ୍ୟୟନ ଏବେ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ ଯଦି କେହି କୋଭିଡରୁ ସୁସ୍ଥ ହୋଇଥାନ୍ତି କିମ୍ବା କୋଭିଡ ର ଗୋଟିଏ ବା ଦୁଇଟି ଟିକା ନେଇଛନ୍ତି ସେମାନେ କରୋନା ଡେଲଟା ଭାରିଆଣ୍ଟ ଠାରୁ ସମ୍ପୁର୍ଣ୍ଣ ସୁରକ୍ଷିତ ।
କାରଣ କରୋନାରୁ ସୁସ୍ଥ ହେବା ପରେ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ । ଯାହାକି କରୋନା ଭାଇରସ ସହ ଲଢ଼ିବାକୁ ପୂର୍ଣ୍ଣ ସମର୍ଥ। ତେଣୁ କରୋନାରୁ ସୁସ୍ଥ ହେବା ପରେ ଯଦି ଜଣେ ଟିକା ନିଏ, ତେବେ ତାହାର ରୋଗ ପ୍ରତିରୋଧକ ଶକ୍ତି ବଢି ଯାଇଥାଏ,ଯାହାଦ୍ୱାରା ସେମାନେ ସହଜରେ କରୋନା ଆକ୍ରାନ୍ତ ହୁଅନ୍ତି ନାହିଁ । କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କୁ ଟିକାର ଗୋଟେ ଡୋଜ ଡେଲଟା ଭାରିଆଣ୍ଟଠାରୁ ରକ୍ଷା କରିବା ପାଇଁ ଯଥେଷ୍ଟ ବୋଲି ଆଇସିଏମଆର ଅଧ୍ୟୟନରୁ ଜଣାପଡିଛି |