22.1 C
Bhubaneswar
Saturday, January 11, 2025
Homeକରୋନାଲଦାଖ ପରିଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଲଦାଖ ପରିଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଲଦାଖ ପରିଦର୍ଶନ ପାଇଁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ RT-PCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ରାସ୍ତା ଏବଂ ଆକାଶ ପଥ ଦେଇ ଆସୁଥିବା ସମସ୍ତ ଲୋକଙ୍କୁ 96 ଘଣ୍ଟା ପୂର୍ବର ପରୀକ୍ଷା ଆଣିବାକୁ ବାଧ୍ୟ ହେବ । ଲଦାଖରେ ଆକାଶ ପଥ କରୋନା ମାମଲାକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତି ନିଆଯାଇଛି । ପୂର୍ବରୁ କରୋନା ମାମଲା ହ୍ରାସ ପରେ ‘ଟେଷ୍ଟ ଅନ୍ ଆରଇଭାଲ ‘ର ସୁବିଧା ମଧ୍ୟ ରଖାଯାଇଥିଲା, କିନ୍ତୁ ବର୍ତ୍ତମାନ ସମସ୍ତ ପର୍ଯ୍ୟଟକଙ୍କୁ ନେଗେଟିଭ ପରୀକ୍ଷା ରିପୋର୍ଟ ଆଣିବା ପରେ ଲଦାଖରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଉଭୟ ସଡ଼କ ଏବଂ ଆକାଶ ପଥ ଦ୍ୱାରା ଆସୁଥିବା ଲୋକଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ ।  ଏ ବିଷୟରେ ସତର୍କ ସୂଚନା ଜାରି କରିବାବେଳେ ଲଦାଖ ପର୍ଯ୍ୟଟନ ବିଭାଗ କହିଛି ଯେ ବିନା ପରୀକ୍ଷାରେ ଆସୁଥିବା ସମସ୍ତ ଲୋକଙ୍କୁ ତୁରନ୍ତ ଫେରାଇ ଦିଆଯିବ। ଯେଉଁମାନେ ପଜିଟିଭ୍ ଆସୁଛନ୍ତି ସେମାନେ ନିଜ ଖର୍ଚ୍ଚରେ କ୍ଵାରେଣ୍ଟିନରେ ପଠାଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking