ବରଗଡ଼ : ଜେଇ ଧର୍ମରାଜ ବିଶ୍ବାଳଙ୍କ ଅଧର୍ମ କାର୍ଯ୍ୟ। ଆମେ କହି ରଖୁଛୁ କି ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକରେ ଏହି ବ୍ୟକ୍ତି ଜଣକ ଜେଇ ଅଛନ୍ତି। ତାଙ୍କ ଦାୟିତ୍ଵରେ ଅଛି କନସିଙ୍ଗା ଗ୍ରାମ ପଞ୍ଚାୟତ। କନସିଙ୍ଗା ଗ୍ରାମ ପଞ୍ଚାୟତର ନୂଆପାଲି ଗ୍ରାମକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପଞ୍ଚମ ରାଜ୍ୟ ଅର୍ଥ କମିଶନ ୨୦୨୦/୨୧ ରେ ୪୧୯୦୫୪ ଟଙ୍କା ଏକ ସିମେଣ୍ଟ କଂକ୍ରିଟ ରାସ୍ତା କରିବା ପାଇଁ ମଞ୍ଜୁର ହୋଇଥିଲା। ଏହି ରାସ୍ତାକୁ କରିବା ପାଇଁ ଜେଇ ଧର୍ମରାଜ ବିଶ୍ବାଳଙ୍କ ନାଁ ରେ କାର୍ଯ୍ୟାଦେଶ ରହିଛି। କାମଟି ସରିବା ଦୁଇ ମାସ ନ ପୂରୁଣୁ ଉପୁଡ଼ି ଗଲାଣି। ଏହି ରାସ୍ତାର ଦୁଇ ପାର୍ଶ୍ଵରେ ୱାଲ ଦିଆନଯାଇ ବାଲିକୁ କେବଳ ଢାଙ୍କି ଦିଆଯାଇଛି।
ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରାଯାଇଛି, ହେଲେ ବରଗଡ଼ PD DRDA ଓ ଜିଲ୍ଲାପାଳ ଚୁପ କାହିଁକି ଏବେ ସର୍ବସାଧାରଣରେ ପ୍ରଶ୍ନ ଉଠୁଛି। ଜେଇ ଧର୍ମରାଜଙ୍କ ଏହି ଅଧର୍ମ କାର୍ଯ୍ୟଶୈଳୀକୁ ବ୍ଳକ ବିଡ଼ିଓ ଶଙ୍କର୍ଷଣ ବେହେରା ଜାଣି ନ ଜାଣିଲା ପରି ଅଛନ୍ତି। ଧର୍ମରାଜ ବିଶ୍ବାଳ ମୋଟା ଅଙ୍କର ପିସି ନିଅନ୍ତି । ବିନା ପିସିରେ ସେ ଫାଇଲ ଦେଖିବାଟାତ ଦୂରର କଥା ,କଳମ ଧରନ୍ତି ନାହିଁ। ଆମ ଜିଲ୍ଲା ପ୍ରତିନିଧି ଯୁଧିଷ୍ଠିର ବାରିକ ରାସ୍ତା ଦୁର୍ନୀତି ଉପରେ ପଚାରିବାରୁ ସେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଧର୍ମରାଜ ବିଶ୍ବାଳ ଉପସ୍ଥିତ ନଥିବାର ସ୍ବୀକାର କରିଛନ୍ତି। ଏବଂ କୋୖଣସି ଦିନ ଏହି କଂକ୍ରିଟ ରାସ୍ତାରେ ପାଣି ଦିଆଯାଇନାହିଁ। ସେ ଏପରି ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଛନ୍ତି ଯେ କାହାକୁ ଖାତିର ନାହିଁ ଓ ତାଙ୍କ କାମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହସ କରି ପାରୁ ନାହାଁନ୍ତି ତାଙ୍କ ଉଚ୍ଚ କତ୍ତୃପକ୍ଷ। ଏତେ ସାହସ କାହା ଛତ୍ରଛାୟାରେ ରହି ଦୁର୍ନୀତି କରୁଛନ୍ତି, ତାହା ସମସ୍ତ ଜନସାଧାରଣଙ୍କୁ ଚକିତ କରୁଛି।