ଉନ୍ନା: କୋଭିଡ ୧୯ ପାଇଁ ଲାଗିଥିବା ଆଂଶିକ ଲକ ଡାଉନ ପରେ ଏବେ ହିମାଚଳ ପ୍ରଦେଶ ଅନଲକ ହୋଇଛି । ବୁଧବାରଠୁ ବଜାର ଗୁଡିକ ସକାଳ ୯ଟାରୁ ରାତି ୮ଟା ଯାଏଁ ଖୋଲିବ । ଅନ୍ୟପଟେ ହିମାଚଳ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଜିଲ୍ଲା ଉନ୍ନା ସୀମାରେ ତାଙ୍କୁ କୌଣସି ପାସର ଦରକାର ପଡିବ ନାହିଁ । ଇଣ୍ଟର ଷ୍ଟେଟ ବସ ସେବା ଆରମ୍ଭ ହେବା ପାଇଁ ଏବେ ସମୟ ଲାଗିବ । ଏହି ବସ ସେବା ଜୁଲାଇ ୧ରୁ ଆରମ୍ଭ ହେବ । ଏବଂ ସେବେଠାରୁ ସାରା ପ୍ରଦେଶରେ ଧାର୍ମିକ ସ୍ଥଳ ବି ଖୋଲିଯିବ । ହେଲେ ମନ୍ଦିରରେ ଭଜନ, କୀର୍ତ୍ତନ ଓ ଜାଗରଣ ଉପରେ ପ୍ରତିବନ୍ଧକ ରହିବ । ଏହା ମଧ୍ୟରେ ବିବାହ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲା ହେବାକୁ ଥିବା ଲୋକଙ୍କ ସଂଖ୍ୟା ବି ବଢିଛି । ଉନ୍ନା ଡିସି କହିଛନ୍ତି ଯେ, ମେଡିକାଲ, ଡେଣ୍ଟାଲ, ଆୟୁର୍ବେଦିକ, ନର୍ସିଂ ଓ ଫାର୍ମାସୀ ସଂସ୍ଥା ଛାଡି ସମସ୍ତ ପ୍ରକାର ଶିକ୍ଷଣୀୟ ସଂସ୍ଥା ବନ୍ଦ ରହିବ । ଜିଲ୍ଲାରେ ସିନେମା ହଲ, ମନୋରଂଜନ ପାର୍କ, ଥିଏଟର, ଜିମ ଇତ୍ୟାଦି ୫୦ ପ୍ରତିଶତ କ୍ଷମତାରେ ଖୋଲିପାରିବ ।