22.1 C
Bhubaneswar
Friday, January 10, 2025
Homeକରୋନା ଓଡିଶାଟିକାକୁ ନେଇ ବିବାଦିତ ଚମ୍ପାକଣା ଗ୍ରାମରେ ଶତପ୍ରତିଶତ ଟୀକାକରଣ , କାଟ ଖାଇଲା ସ୍ୱାସ୍ଥ୍ୟ ବିଭାଗର...

ଟିକାକୁ ନେଇ ବିବାଦିତ ଚମ୍ପାକଣା ଗ୍ରାମରେ ଶତପ୍ରତିଶତ ଟୀକାକରଣ , କାଟ ଖାଇଲା ସ୍ୱାସ୍ଥ୍ୟ ବିଭାଗର ବାହାନା

ରାୟଗଡା – ଟୀକା କାରଣକୁ ନେଇ ବିବାଦିତ ରାୟଗଡା ଜିଲ୍ଲା କୋଲନରା ବ୍ଳକ କୈଳାସପୁର ପଂଚାୟତ ଚମ୍ପାକଣା ଗ୍ରାମରେ ଆଜି ସୁରୁଖୁରୁରେ ସାରିଛି ଟୀକାକରଣ କାର୍ଯ୍ୟକ୍ରମ । ପ୍ରକାଶ ଥାଉକି ଏହି ଗ୍ରାମର ଲୋକେ କୋବିଡ଼ ଟିକା ଭୟରେ ଘରେ ତାଲା ପକାଇ ଜଙ୍ଗଲ କୁ ଚାଲି ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ର ଅପପ୍ରଚାର କୁ ଚମ୍ପାକଣା ଗ୍ରାମବାସୀ ମିଥ୍ୟା ପ୍ରମାଣିତ କରିଛନ୍ତି । ପୂର୍ବରୁ ବ୍ଲକ ପ୍ରଶାସନକୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଆଜି ସମସ୍ତେ ଟୀକା ନେଇଛନ୍ତି । ଆଜି ସକାଳୁ ସମସ୍ତ ଗ୍ରାମ ବାସୀ ଆଉ ଚାଷକୁ ନଯାଇ ଅପେକ୍ଷା କରିଥିଲେ ଟୀକା ନେବାପାଇଁ । କୋଲନରା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକଙ୍କ ନେତୃତ୍ବରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଚମ୍ପାକଣା ଗରମରେ ପହଞ୍ଚି ୪୫ ବର୍ଷରୁ ଉର୍ଦ୍ଧଙ୍କୁ ଟୀକା ବେବାର ବ୍ୟବସ୍ଥା କରିଥିଲେ । ଆଜି ଚମ୍ପାକଣା ଗ୍ରାମ ର ୪୪ ଜଣ ଟୀକା ନେବା ସହ ସେହି ଗ୍ରାମର ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଶତପ୍ରତିଶତ ପ୍ରଥମ ଡୋଜ ଟୀକା ଦିଆ ଯାଇଛି ବୋଲି କୋଲନରା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଟୀକା ଦାନ ସଫଳତା ପରେ ସ୍ୱାସ୍ଥ୍ୟ ବିଭାଗ ବୁଣିଥିବା ବୁଢିଆଣୀ ଜାଲ ପଦାରେ ପଡିଛି । ଟୀକା ଦାଇତ୍ଵରେ ଥିବା ଅଧିକାରୀଙ୍କ ବେପରୁଆ ମାନଭାଵ ଏବଂ ଗତ ଦିନର କପଳକଳ୍ପିତ ମିଥ୍ୟା ପ୍ରଚାରର ଗନ୍ଧ ବାରି ହୋଇପଡୁଛି । ସରକାର କେମିତି ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କୁ ପ୍ରଚାର ପ୍ରସାର ମାଧ୍ୟମରେ ସଚେତନ କରାଇ ଟୀକାଦାନ ପ୍ରତି ଆକୃଷ୍ଟ କରିବାକୁ ଯୋଜନା କରୁଥିବା ବେଳେ ଏଠି ଲୋକଙ୍କ ପାଖକୁ ନ ଯାଇ ଲୋକଙ୍କୁ ନ ବୁଝାଇ ମନଗଢା କାହାଣୀରେ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ସାଧାରଣରେ ଚର୍ଚା ଜୋର ଧରିଛି । ଗୋଟିଏ ପଟେ ଗାଁରେ ଶତପ୍ରତିଶତ ଟୀକା କାରଣ ସଫଳ ହୋଇଥିବା ବେଳେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମିଙ୍କ ଏହି ମିଥ୍ୟା ପ୍ରଚାରକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି । ପୂର୍ବରୁ୪୫ ବର୍ଷରୁ ଉର୍ଦ୍ଧ ୫୦ ଜଣ ଏବଂ ଆଜି ୪୪ ଜଣ ଟୀକା ନେବାପରେ ସେହି ଗ୍ରାମର ମୋଟ ୯୪ ଜଣ ଟୀକା ନେଇସାରିଲେଣି । ଗାଁରେ ମୋଟ ୯୮ ଜଣଙ୍କ ମଧ୍ୟରୁ ସମସ୍ତେ ଟୀକା ନେବା ପରେ ଆଉ ମାତ୍ର ଚାରୀ ଜଣ ଅସୁସ୍ଥ ହେତୁ ଟୀକା ନ ନେଇ ଥିବା ଜଣା ପଡିଛି । ଏହି ଟୀକା କାରଣ କାର୍ଯ୍ୟକ୍ରମରେ କୋଲନରା ପଂଚାୟତ ସମିତିର ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ, ଜିପିଓ ରମେଶ ଯୋଶୀ , ପିଏ ପଦ୍ମ ଚରଣ ପାଢ଼ୀ, ଏଏନ ଏମ,ସଂଯବତୀ ସ୍ବାଇଁ, ଟୀକା ଦେବା ଟିମ ଅଙ୍ଗନବାଡି କର୍ମୀ ସୁଲଚନା ସୁନା ଆଶା କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking