ଭୁବନେଶ୍ୱର : ଆଉ ରହିବନି ଏସିଡ଼ିଟି ଓ ଗ୍ୟାଷ୍ଟିକ ସମସ୍ୟା । କମଳା ରସ ସହିତ ଭଜା ଜିରା ଓ ସୈନ୍ଧବ ଲଵଣ ମିଶାଇ ପିଇଲେ ଅମ୍ଳପିତ୍ତ ଶୀଘ୍ର ନଷ୍ଟ ହୁଏ ତ୍ରିଫଳା କୁ ଦେଶୀ ଗାଇ କ୍ଷୀର ସହ ମିଶାଇ ପିଇଲେ ଏସିଡ଼ିଟି ନଷ୍ଟ ହୁଏ । ପିପଲୀ ଚୂର୍ଣ୍ଣ ଓ ଧଣିଆ ମଧ୍ୟ ଖାଇପାରିବେ ପାନମଧୁରୀ 25 ଗ୍ରାମ, ମୁନକା 50 ଗ୍ରାମ ରାତିରେ ପାଣିରେ ବତୁରାଈ, ସକାଳେ ତାକୁ ସେହି ପାଣି ସହିତ ଖାଇଲେ ଆରାମ ମିଳେ ରାତି ରେ ଟିକେ ଚୂନ ପାଣିରେ ପକାଇ ରଖି, ସକାଳେ ସେହି ପାଣିକୁ ଛାଣି ପିଇଲେ ଅମ୍ଳ ପିତ୍ତ ଠିକ ହୁଏ ନିମ ପତ୍ର ମହୁ ମିଶାଇ ଖାଇପାରିବେ ଏହା ଦ୍ୱାରା ମଧ୍ୟ ଅମ୍ଳ ଦୋଷ କଟେ ।
250 ଗ୍ରାମ ପ୍ରବାଳ ଭସ୍ମ ମହୁ ସହିତ ମିଶାଇ ଚାଟିଲେ ପିତ୍ତର ତୀବ୍ରତା ଓ ଅମ୍ଳତା ଶୀଘ୍ର ନଷ୍ଟ ହୁଏ । 125 ଗ୍ରାମ ମୁକ୍ତା ପିଷ୍ଟି ମହୁ ସହିତ ମିଶାଇ ଖାଇଲେ ପିତ୍ତ ସନ୍ତୁଳିତ ରହେ କ୍ଷୀରରେ ମୁନକ୍କା ମିଶାଇ ଫୁଟେଇବେ ଓ ତାପରେ ଥଣ୍ଡା କରି ପିଇଲେ ଏସିଡ଼ିଟି ନଷ୍ଟ ହୁଏ ଭୟଙ୍କର ଏସିଡ଼ିଟି ହେଲେ ଜିରା 3 ରୁ 5 ଗ୍ରାମ ଚୋବେଇ ଚୋବେଇ ଖାଆନ୍ତୁ ଓ 10 ମିନିଟ ପରେ ହାଲକା ଉଷୁମ ପାଣି ପିଅନ୍ତୁ ଚୁଟକି ରେ ସମସ୍ୟା ସମାଧାନ ହୋଇଯିବ ।
ସକାଳେ ମହୁ ସହ ଲେମ୍ବୁ ମିଶାଇ ଚାଟି ଦିଅନ୍ତୁ ଜିରା, ପାନମହୁରୀ, ଜୁଆଣି ଏସବୁ ଶୁଖାଇ ଗୁଣ୍ଡ କରି ମହୁ ସହ ମିଶାଇ ଖାଇବା ଆଗରୁ ଖାଆନ୍ତୁ ଏସିଡିଟି ଦୁର ହେବ । ରସୁଣ, ଜିରା 10 ଗ୍ରାମ, ଦେଶୀଗାଇ ଘିଅ ରେ ଭାଜି ଖାଇବା ପୂର୍ବରୁ ଖାଆନ୍ତୁ ଖାଇ ସାରିବା ପରେ ସକାଳେ ସନ୍ଧ୍ୟା 10/20 ଗ୍ରାମ ଗୁଡ଼ ପାଟିରେ ରଖି ଧୀରେ ଧୀରେ ଚୋବାନ୍ତୁ, ଏଥିରେ ମୁହଁ ରୁ ଖଟା ପାଣି ଆସିବା ବନ୍ଦ ହେବ, ଅମ୍ଳପିତ୍ତ ନଷ୍ଟ ହେବ, ପେଟରେ ବାୟୁ ହେବନାହିଁ, ଖାଇ ସାରି ଗୁଡ଼ ଚୁଚୁମିଲେ ବହୁତ ପ୍ରକାର ଲାଭ ମିଳେ । ଗୁଡ଼ ନାଲି ଓ ପୁରୁଣା ହେଲେ ଭଲ ।