26.1 C
Bhubaneswar
Saturday, September 21, 2024
Homeକରୋନାକରୋନା ରୁ ସୁସ୍ଥ ହେବାର ୩ ମାସ ପରେ ନେବେ ଟୀକା

କରୋନା ରୁ ସୁସ୍ଥ ହେବାର ୩ ମାସ ପରେ ନେବେ ଟୀକା

ନୂଆଦିଲ୍ଲୀ:

ଦେଶରେ କରୋନା ଭୁତାଣୁ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ ଟୀକାକରଣ ବର୍ତ୍ତମାନ ତିନିମାସ ପରେ ହେବ। କୋଭିଡ -19 ଟୀକାକରଣ ମାମଲାରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିବା ବିଶେଷଜ୍ଞ ଗ୍ରୁପ୍ କେନ୍ଦ୍ର ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି ଯାହା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଛି। ଏହି ପରାମର୍ଶରେ ଦର୍ଶାଯାଇଛି ଯେ କରୋନା ଭୁତାଣୁ ସଂକ୍ରମଣରୁ ଆରୋଗ୍ୟ ହେବା ପରେ ଟୀକାକରଣକୁ ତିନିମାସ ପାଇଁ ସ୍ଥଗିତ ରଖାଯାଇପାରିବ।

ଏହା ବ୍ୟତୀତ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଟୀକାକରଣ ପୂର୍ବରୁ କରୋନା ଭୁତାଣୁ ସଂକ୍ରମଣ ଯାଞ୍ଚ କରିବା ପାଇଁ ଜଣେ ବ୍ୟକ୍ତିର  ଆଣ୍ଟିଜେନ୍ ପରୀକ୍ଷା ଆବଶ୍ୟକ ନାହିଁ। ନିର୍ଦ୍ଦେଶ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି କୋଭିଡ ଟିକା ଗ୍ରହଣ କରିବା ପରେ ସଂକ୍ରମିତ ହୁଏ, ତେବେ ଏହାର ଉପଶମ ହେବାର ତିନି ମାସ ପରେ ଦ୍ୱିତୀୟ ଟିକା ପ୍ରୟୋଗ କରାଯିବା ଉଚିତ। ସମସ୍ତ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଟୀକାକରଣ ପାଇଁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking