କୋଲକାତା: ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ମେ’ ୫ ତାରିଖରେ ପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ଆଜି ତାଙ୍କୁ ବିଧାୟକ ଦଳର ନେତା କରାଯାଇଛି । ନବନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ ଉତ୍ସବ ୧ମେ’ ୬ ତାରିଖରେ ହେବ । ଟିଏମସି ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି । ୭ଟାରେ ମମତା ରାଜ୍ୟପାଳ ଜଗଦୀପ ଧନଖଡଙ୍କ ସହ ସାକ୍ଷାତ କରିବେ । କହିରଖୁଛୁ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଜବରଦସ୍ତ ବିଜୟ ହାସଲ କରି ଇତିହାସ ରଚିଛି । ଲଗାତର ୩ୟ ଥର ରାଜ୍ୟର କ୍ଷମତା ନିଜ ପାଖରେ ରଖିବେ ମମତା । ଟିଏମସି ୨୯୨ ବିଧାନସଭା ଆସନରୁ ୨୧୩ରେ ବିଜୟ ଲାଭ କରିଛି । ଏହି ବିଧାନସଭା ନିର୍ବାଚନରେ ପୁରା ଶକ୍ତି ଲଗାଇଥିବା ବିଜେପିକୁ ୭୭ ସିଟ ମିଳିଛି ।