30.1 C
Bhubaneswar
Friday, May 3, 2024
Homeଓଡିଶାସିଶୁଣ୍ଡା କାଜୁ ଜଙ୍ଗଲ ରେ ବୃଦ୍ଧ ଦମ୍ପତି ହତ୍ୟା ର ପରଦାଫାସ କଲା ଜଗନ୍ନାଥ ପ୍ରସାଦ...

ସିଶୁଣ୍ଡା କାଜୁ ଜଙ୍ଗଲ ରେ ବୃଦ୍ଧ ଦମ୍ପତି ହତ୍ୟା ର ପରଦାଫାସ କଲା ଜଗନ୍ନାଥ ପ୍ରସାଦ ପୋଲିସ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବୁଡୁରୁଙ୍ଗୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିସୁଣ୍ଡା ଗ୍ରାମର ଗୁଡ଼ିସାହି କାଜୁ ଜଙ୍ଗଲ ରେ ଗତ 23.04.2021 ରେ ବୃଦ୍ଧ ଦମ୍ପତି ଭୀମ ପ୍ରଧାନ(70) ତାଙ୍କ ସ୍ତ୍ରୀ ସିଶୁଳା ପ୍ରଧାନ(65) ର ମୃତ ଦେହ ପଡ଼ିଥିବା ର ଖବର କାଜୁ ଜଙ୍ଗଲ ର ମାଲିକ ରାଧାକୃଷ୍ଣ ସାମଲ ଠାରୁ ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ଘଟଣା ସ୍ଥଳରେ ନିଜ ଟିମ୍ ସହ ତୁରନ୍ତ ପହଞ୍ଚିଥିଲେ । ସନ୍ଧନୀ କୁକୁର ଦ୍ଵାରା ତଦନ୍ତ ମଧ୍ୟ କରିଥିଲେ । ହତ୍ୟାକାଣ୍ଡ ର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଗଞ୍ଜାମ ଏସ.ପି ବ୍ରିଜେଶ ରାୟ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ଙ୍କୁ ଏହାର ନେତୃତ୍ୱ ପ୍ରଦାନ କରିଥିଲେ । ଘଟଣା ର ତଦନ୍ତ କରି ମାତ୍ର ଦଶ ଦିନ ମଧ୍ୟରେ ଥାନା ଅଧିକାରୀ ଶ୍ରୀ ସ୍ବାଇଁ ଅଭିଯୁକ୍ତ ମାନଙ୍କୁ ଧରବାରେ ସକ୍ଷମ ହୋଇଥିଲେ। ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଆଜି ଜଗନ୍ନାଥ ପ୍ରସାଦ ପୋଲିସ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶିସୁଣ୍ଡା କାଜୁ ଜଙ୍ଗଲ ର ହତ୍ୟାକାଣ୍ଡ ପରଦାଫାସ କରିଛନ୍ତି। ଆସିକା ବଜ୍ରକୋଟ ର ଭାସ୍କର ପାତ୍ର ଓ ପୋଲସରା , କଳମ୍ବ ଗ୍ରାମର ପ୍ରକାଶ ପାତ୍ର ଦୁଇ ଜଣ ବୃଦ୍ଧ ଦମ୍ପତି ହତ୍ୟା କାଣ୍ଡରେ ସଂପୃକ୍ତ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଦୁଇ ଅଭିଯୁକ୍ତ ବୃଦ୍ଧ ଦମ୍ପତି ଙ୍କ ନାତି ଓ ପାରିବାରିକ ଗଣ୍ଡଗୋଳ କୁ କେନ୍ଦ୍ରକରି ଦୁହେଁ ଅଜା, ଆଈ ଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସ ପ୍ରକାଶ କରିଛି । ଭାସ୍କର ପାତ୍ର ବୃଦ୍ଧ ଦମ୍ପତିଙ୍କ ନାତୁଣୀକୁ ବିବାହ କରିଥିଲେ ଓ ତାଙ୍କ ନାତୁଣୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଯୋଗୁଁ ତଥା ବୃଦ୍ଧ ଦମ୍ପତି ଯେହେତୁ ଚେର ମୁଳିକା ଔଷଧ ପ୍ରଦାନ କରୁଥିଲେ କିନ୍ତୁ ନିଜ ନାତୁଣୀ ଙ୍କ ସ୍ବାସ୍ଥ୍ୟ ଭଲ ନ କରିପାରିବାରୁ ଅଭିଯୁକ୍ତ ଦ୍ବୟ ଧାରୁଆ ଅସ୍ତ୍ରରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ ସୂଚନା ଦେଇଥିଲେ । ଅଭିଯୁକ୍ତ ଦୁଇଙ୍କୁ ଜଗନ୍ନାଥ ପ୍ରସାଦ ଥାନା ଅଂଚଳରୁ ପୋଲିସ ଗିରଫ କରି ଜଗନ୍ନାଥ ପ୍ରସାଦ ପୋଲିସ ଥାନା କେଶ୍ ନମ୍ବର୍ 129 ଧାରା 302,201 ଓ 34 ipc ରେ କୋର୍ଟ ଚାଲାଣ କରିଛନ୍ତି ବୋଲି ସୁଚନା ଦେଇଛନ୍ତି। ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ଥାନା ଅଧିକାରୀ ରୂପେ ଦିଲୀପ କୁମାର ସ୍ବାଇଁ ଯୋଗ ଦେବା ଠାରୁ ଭୁଷୁଣ୍ଡପାଳ ,ଜଗନ୍ନାଥ ପ୍ରସାଦ ରେ ହୋଇଥିବା ହତ୍ୟା କାଣ୍ଡ ଓ ଏହି ପରି ବହୁ ବଡ଼ ବଡ଼ ମାମଲା ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହେଉଥିବାରୁ ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking