15.1 C
Bhubaneswar
Sunday, January 5, 2025
Homeକରୋନାପଶ୍ଚିମବଙ୍ଗରେ ନିର୍ବାଚନ ପରେ ଲକଡାଉନ ଭଳି ପ୍ରତିବନ୍ଧକ

ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଲକଡାଉନ ଭଳି ପ୍ରତିବନ୍ଧକ

କୋଲକାତା: କରୋନା ସଂକ୍ରମଣ  ବୃଦ୍ଧି ପାଉଥିବା ମଧ୍ୟରେ ପଶ୍ଚିମବଙ୍ଗ  ସରକାର ବଡ ନିଷ୍ପତ୍ତି ନେଇଛନ୍ତି ।  ସରକାରଙ୍କ ତରଫରୁ ଆଦେଶ ଜାରି କରି କରୋନା କଟକଣାକୁ ଅଧିକ କଡାକଡି କରାଯାଇଛି । ନୂଆ ଆଦେଶରେ ପଶ୍ଚିମବଙ୍ଗ ସରକାର ସପିଂ  କମ୍ପେ୍ଲକ୍ସ, ମଲ୍‌, ବ୍ୟୁଟି ପାର୍ଲର, ସିନେମା ହଲ୍‌, ରେସ୍ତୋରାଂଁ, ବାର, ଜିମ ଓ ସ୍ପୋର୍ସ କମ୍ପେ୍ଲକ୍ସ ବନ୍ଦ କରିବା ନେଇ ଫଇସଲା ହୋଇଛି । ତେବେ ବଜାର ଓ ହାଟ କୋଲିବା ପାଇଁ ନିିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହୋଇଛି । ବଜାର ସକାଳ ୭ ରୁ ୧୦ଟା ପର୍ଯ୍ୟନ୍ତ ଏବଂ ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲିବା ନେଇ ଅନୁମତି ରହିଛି ।
ପଶ୍ଚିମବଙ୍ଗ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ଆଗାମୀ ଆଦେଶ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସାମାଜିକ, ସାଂସ୍କୃତିକ, ଶୈକ୍ଷଣିକ ଓ ମନୋରଂଜନ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଲୋକଙ୍କ ସାମିଲ ହେବା ଉପରେ ରୋକ ଲଗାଯାଇଛି ।
ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁସାରେ, ମେଡିସିନ ଦୋକାନ, ଚିକିତ୍ସା ଉପକରଣ ଦୋକାନ, ଗ୍ରସରୀ ଦୋକାନକୁ ନୂଆ ଗାଇଡଲାଇନରୁ ବାଦ୍ ଦିଆଯାଇଛି । ଏହାବ୍ୟତୀତ ହୋମ ଡେଲିଭରିକୁ ବି ଅନୁମତି ରହିଛି ।
ସରକାରୀ ଆଦେଶ ମୁତାବକ ନିର୍ବାଚନ ସମ୍ବନ୍ଧୀୟ ପ୍ରକ୍ରିୟା ଓ ବିଜୟ ଶୋଭଯାତ୍ରା ପାଇଁ ନିର୍ବାଚନ  ଆୟୋଗଙ୍କ ତରଫରୁ ଜରି ହୋଇଥିବା ଗାଇଡଲାଇନର ପାଳନ କରିବାକୁ ହେବ । ନିର୍ବାଚନ କମିଶନ କହିଛନ୍ତି ଯେ, ମେ ୨ରେ ଫଳାଫଳ ପ୍ରକାଶ ପରେ ବିଜୟୀ ପ୍ରାର୍ଥୀ କେବଳ ୨ ଲୋକଙ୍କ ସହିତ ପ୍ରମାଣ ପତ୍ର ଆଣିବାକୁ ଯାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking