40.1 C
Bhubaneswar
Thursday, April 25, 2024
Homeଓଡିଶାଶ୍ରମିକ ଦିବସ : ସେଦିନ - ଆଜି – କେତେତଫାତ୍‌ : ମାୟାଧର ନାୟକ

ଶ୍ରମିକ ଦିବସ : ସେଦିନ – ଆଜି – କେତେତଫାତ୍‌ : ମାୟାଧର ନାୟକ

୧୮୯୬ ମସିହାମଇ ପହିଲାର ପୂର୍ବବର୍ତୀ ଦିବସଗୁଡିକ ଥିଲା – ଅନ୍ଧକାରର ଯୁଗ । ସାମ୍ରାଜ୍ୟବାଦୀ, ପୁଞ୍ଜିବାଦୀ, ସାମନ୍ତବାଦୀ, ଦାସମାଲିକମାନଙ୍କରଚରାଭୂଇଁ ଥିଲାସମଗ୍ରବିଶ୍ୱ । ଶ୍ରମଜୀବୀଶ୍ରେଣୀ ଥିଲା – କ୍ରୀତଦାସ । ପଶୁଠାରୁ ଆହୁରିହୀନ ଜୀବନଯାପନ କରୁଥିଲେଶ୍ରମିକମାନେ । ଜଣେଜଣେମାଲିକହଜାରହଜାରଶ୍ରମିକଙ୍କୁରାତିଦିନ ପଶୁଭଳିଖଟାଉଥିଲେ ।

ପ୍ରତିରୋଧ ଦୂରେ ଥାଉ, ପ୍ରତିବାଦର କ୍ଷୀଣଶଦ୍ଦଟାଏ ମଧ୍ୟ ଶ୍ରମିକକଣ୍ଠରୁଶୁଭୁ ନଥିଲା । ଶ୍ରମିକମାନଙ୍କଉପରେ ଅନ୍ୟାୟ, ଅତ୍ୟାଚାର, ଶୋଷଣ, କଷଣ, ବ୍ୟଭିଚାରଚରମସୀମାଲଂଘନ କରିସାରିଥିଲା । ମୁଖମଣ୍ଡଳରେସାମାନ୍ୟ ଅସନ୍ତୋଷର ପୁରସ୍କାର ଥିଲା – ଜଘନ୍ୟମୃତ୍ୟୁ । ଶ୍ରମିକମାନେ ଅଶାନ୍ତି ଅସନ୍ତୋଷରେଜର୍ଜରିତବହ୍ନିସେମାନଙ୍କମଧ୍ୟରେ ପ୍ରଜ୍ୱଳିତହେଉଥାଏ, କିନ୍ତୁବିସ୍ଫୋରଣହେବାକୁ ଅହରହରାସ୍ତାଖୋଜୁଥାଏ । ସଚେତନ ସଂଗଠିତଶକ୍ତି – ଗୋଷ୍ଠୀ-ଦଳ ଅଭାବରୁସବୁ ଫସର ଫାଟିଯାଉଥିଲା ।

ଆନ୍ତର୍ଜାତିକଶ୍ରମିକ ଦିବସରେଐତିହାସିକ ଦିଗ ପ୍ରତି ଦୃଷ୍ଟିପାତକଲେଜଣାଯାଏ ଯେ, ୟୁରୋପରବିଭିନ୍ନ ଦେଶମାନଙ୍କରେଶ୍ରମିକମାନଙ୍କୁ ପଶୁମାନଙ୍କଭଳିବ୍ୟବହାରକରାଯାଉଥିଲା । ଶିଳ୍ପପତିମାନେ ଅତ୍ୟଧିକମୁନାଫାବଢାଇବାଲାଳସାରେଶ୍ରମିକମାନଙ୍କଉପରେ ଅକଥନୀୟକାମରେବୋଝ ଲଦି ଦେଉଥିଲେ । ସେମାନଙ୍କୁ ଦୈନିକକୋଡିଏଘଂଟାଲେଖାଏଁକଠିନ ପରିଶ୍ରମକରିବାକୁ ପଡୁଥିଲା । କୌଣସିସାମାଜିକ ଆଇନ କାନୁନ ନଥିଲା । କାମରେହେଳାକଲେ ଅଶ୍ଲିଳଗାଳିଗୁଲଜ, ଚାବୁକ୍‌ମାଡ ଓ ପାଶବିକ ଅତ୍ୟାଚାର ମଧ୍ୟ ସେମାନଙ୍କୁସହ୍ୟକରିବାକୁ ପଡୁଥିଲା । କଳକାରଖାନାର ପଚାପୂତିଗନ୍ଧମୟ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶଯୋଗୁଁ ଅସଂଖ୍ୟକିଶୋରକିଶୋରୀଯୌବନରେ ପାଦ ନ ଦେଉଣୁ ଅକାଳରେମୃତ୍ୟୁବରଣକରୁଥିଲେ । ଶ୍ରମିକମାନେ ଅକାଳବାର୍ଦ୍ଧକ୍ୟରଶିକାରହେଉଥିଲେ । ଅନ୍ଧ,ଛୋଟା, ବିକଳାଙ୍ଗ ଓ ରୁଗ୍‌ଣହୋଇଗଲେସେମାନଙ୍କ ପାଇଁକୌଣସି ଆନୁଷ୍ଠାନିକବ୍ୟବସ୍ଥା ନଥିଲା । ଏପ୍ରକାର ଦୁଃସହଣୀୟ ପରିସ୍ଥିତିବିରୁଦ୍ଧରେଉନବିଂଶଶତାଦ୍ଦୀର ପଂଚମ ଦଶକରେଇଂଲଣ୍ଡରେଶ୍ରମିକ ଆନ୍ଦୋଳନ ଦେଖାଦେଇଥିଲା । ଶିଳ୍ପପତିମାନଙ୍କୁ ଆକ୍ରମଣକରିବା, କାରଖାନାପୋଡିଦେବା, ସମ୍ପତିଲୁଟ୍‌କରିଦେବାଜରିଆରେଶ୍ରମିକମାନେ ସେମାନଙ୍କ ଅସନ୍ତୋଷ ଓ ପ୍ରତିବାଦ କରିଥିଲେ । ଫଳରେଇଂଲଣ୍ଡରେକେତେକଶ୍ରମିକମଙ୍ଗଳ ଆଇନ୍‌ତିଆରିହେଲା । କିନ୍ତୁଶ୍ରମିକମାନଙ୍କର ଏକ ସଚେତନ ସଂଗଠିତଶକ୍ତି ଓ କ୍ରମାଗତ ଆନ୍ଦୋଳନ ଅଭାବରୁ ଆଇନ୍‌କାନୁନ୍‌କାଗଜକଲମରେ ଅଟକିଗଲା ।

୧୮୮୬ ମସିହାମଇ ପହିଲାରେ ଆମେରିକାରଶ୍ରମିକଶ୍ରେଣୀ ଅତ୍ୟନ୍ତ ମାନବିକଗଣତାନ୍ତ୍ରିକଓ ନିମ୍ନତମ ଦାବି ଦିନକୁ ଆଠଘଂଟାଶ୍ରମ ଦାବିରେମାଲିକଶ୍ରେଣୀବିରୁଦ୍ଧରେ ଏକ ଅଦ୍ଭୂତପୂର୍ବ ଧର୍ମଘଟକରିଥିଲେ । ଶ୍ରମିକମାନଙ୍କବିକ୍ଷୋଭଶୋଭାଯାତ୍ରାଉପରେମାଲିକ ଓ ପୋଲିସ୍‌ବାହିନୀରବର୍ବର ଓ ଅମାନୁଷିକ ଆକ୍ରମଣ ଫଳରେବହୁଶ୍ରମିକମୃତ୍ୟୁବରଣକଲେ । ଧର୍ମଘଟକାରୀଶ୍ରମିକମାନଙ୍କମୃତ୍ୟୁରେଚିକାଗୋସହରରକ୍ତରଞ୍ଜିତହୋଇଗଲା । କିନ୍ତୁମାଲିକଶ୍ରେଣୀରସେହି ପାଶବିକ ଆକ୍ରମଣ ଆଗରେଶ୍ରମିକଶ୍ରେଣୀସେଦିନ ମଥାନତକରି ନଥିଲା । ଶ୍ରମିକରରକ୍ତରଞ୍ଜିତଲାଲ ପତାକାସାରାବିଶ୍ୱରେଉତୋଳିତହୋଇଥିଲା । ଶ୍ରମିକମାନଙ୍କରରକ୍ତକ୍ଷୟୀସଂଗ୍ରାମୀ ଓ ପରିଶେଷରେବିଜୟ ଓ ଆଠଘଂଟିଆଶ୍ରମଦିବସଘୋଷଣାସାରାବିଶ୍ୱରଶ୍ରମିକଶ୍ରେଣୀ ନିକଟରେ ଏକ ମହତ୍ୱପୂର୍ଣ୍ଣଘଟଣା । ସାରା ଦୁନିଆଁରୁସମସ୍ତ ପ୍ରକାରଶୋଷଣକଷଣଲୋପ କରିବା ପାଇଁବିଶ୍ୱଶ୍ରମିକଶ୍ରେଣୀକୁ ଆହ୍ୱାନ ଦିଆଯାଇଥିଲା ।

ବାସ୍ତବରେଏହି ଦାବିହାସଲହେବା ପଛରେବିଭିନ୍ନ ଦେଶରେଶହଶହଶ୍ରମିକର ଆତ୍ମତ୍ୟାଗରମର୍ମସ୍ପର୍ଶୀ ଓ ଆପୋଷହୀନ ସଂଗ୍ରାମରଇତିହାସରକ୍ତର ଅକ୍ଷରରେଲେଖାଯାଇଚି । ପୁଞ୍ଜିପତିମାଲିକମାନେ ଶ୍ରମିକମାନଙ୍କୁସୂର‌୍ୟ୍ୟୋଦୟରୁସୂର‌୍ୟ୍ୟାସ୍ତ ପର‌୍ୟ୍ୟନ୍ତ ବାରରୁ ଚଉଦ ଏପରିକି ଅଠରଘଂଟାକାର‌୍ୟ୍ୟକରିବାକୁବାଧ୍ୟ କରୁଥିଲେ । ଏହି ଅମାନୁଷିକ ନିର୍ମମ ନିଷ୍ଠୁରଶୋଷଣଉପରେ ପୁଞ୍ଜିବାଦ ସମୃଦ୍ଧିରସୌଧ ନିର୍ମାଣହୋଇଛି । ମଇ ଦିବସସେହିଇତିହାସରସାକ୍ଷୀ ।

ପୃଥିବୀରେକେତେ ନଦୀରେକେତେଜଳବହିଗଲାଣି । ଦେଶେ ଦେଶେକେତେ ଯେ ମୌସୁମୀ ପ୍ରବାହିତହୋଇଗଲାଣିଏବଂଶ୍ରମିକ ଓ ମାଲିକମଧ୍ୟରେକେତେ ଯେ ତ୍ୟାଗପୂତଲଢେଇ, ରକ୍ତକ୍ଷୟୀସଂଗ୍ରାମହୋଇଯାଇଛି, ତା’ର ପଟାନ୍ତର ନାହିଁ । ଆଜି ମଧ୍ୟ ପୁଞ୍ଜିପତିଶ୍ରେଣୀ ଓ ସାମ୍ରାଜ୍ୟବାଦୀ ଶାସନର ଯଜ୍ଞବେଦୀରେଲକ୍ଷଲକ୍ଷଶ୍ରମିକକୃଷକଖଟିଖିଆମଣିଷବଳି ପଡୁଛନ୍ତି । ଏହିଶୋଷଣବିରୁଦ୍ଧରେ ଅଗଣିତମୁକ୍ତି ପିପାସୁଶ୍ରମଜୀବୀମଣିଷଘୋଷଣାକରିଛିମରଣପଣରକ୍ତକ୍ଷୟୀସଂଗ୍ରାମ । ସାରାବିଶ୍ୱରେ ୧୮୮୬ ମସିହାରେରକ୍ତରଞ୍ଜିତମଇ ପହିଲାକୋଟିକୋଟି ନିପୀଡିତ ନିଷ୍ପେସିତଜନଗଣଙ୍କୁ ଆଲୋକରସନ୍ଧାନ ଦେଇଆସିଛି ।

ସେଦିନ ଓ ଆଜିମଧ୍ୟରେ ଅନେକତଫାତ୍ । ସମଗ୍ରବିଶ୍ୱର ପରିସ୍ଥିତି ଦିନକୁ ଦିନ ଜଟିଳ ଆଡକୁଗତିକରୁଛି । ପ୍ରତିନିୟତ ପରିବର୍ତନର ଧାରା ପ୍ରବାହିତହେବାରେଲାଗିଛି । କାଲି ଯାହାସତ୍ୟ, ପ୍ରଗତିଶୀଳଏବଂସର୍ବାଧୁନିକ ଥିଲା – ଆଜିତାହା ପୁରୁଣାହୋଇଯାଉଛି । ନୂଆ ନୂଆଘଟଣା ପ୍ରତ୍ୟେକମୁହୂର୍ତରେଘଟିଚାଲିଛି । ଅଭିନବ ଉଦ୍‌ଭାବନା ଅହରହସୃଷ୍ଟିହେଉଛି । ବିଶ୍ୱରକୋଣେ ଅନୁକୋଣେଯେକୌଣସିସାଧାରଣ – ଅସାଧାରଣଘଟଣା – ଅଘଟଣାଘଟିଯାଉଛି, ଆଖି ପିଛୁଳାକେସମୁଦ୍ରରଢେଉଭଳିଜନମାନସରେ ପ୍ରତିଧ୍ୱନିତହେଉଛି । ଗଣମାଧ୍ୟମର ଦ୍ରୁତବିକାଶଘଟିଚାଲିଛି । ଯାହାଯୋଗୁଁ ଅଛପାବୋଲିକିଛିରହୁନାହିଁ ।

ଏକଥା ଦୁଃଖଦାୟକହେଲେବିସତ୍ୟ ଯେ ଆଜିକାର ପରିସ୍ଥିତିରେଯେତେବେଳେଐକ୍ୟବଦ୍ଧ ଟ୍ରେଡ୍‌ୟୁନିୟନ୍ ଆନ୍ଦୋଳନ ଅତ୍ୟନ୍ତ ଜରୁରୀ, ସେତେବେଳେଏହି ଆନ୍ଦୋଳନ ବହୁଭାଗରେବିଭକ୍ତ । ଅଧିକାଂଶକେନ୍ଦ୍ରୀୟଟ୍ରେଡ୍‌ୟୁନିୟନ୍‌କେବଳ ଆନ୍ଦୋଳନର ପଥ ପରିତ୍ୟାଗକରିନାହାନ୍ତି, ଅଧିକନ୍ତୁ ଆନ୍ଦୋଳନକୁ ଆଇନରଚଉହଦୀ ଭିତରେ ଆବଦ୍ଧ କରିରଖୁଛନ୍ତି । ଏହାଦ୍ୱାରାସେମାନେ ଜାଣତରେହେଉକିମ୍ବା ଅଜାଣତରେହେଉ ପୁଞ୍ଜିପତିଶ୍ରେଣୀରଶ୍ରମିକଶ୍ରେଣୀବିରୋଧୀ ଘୃଣ୍ୟଚକ୍ରାନ୍ତକୁସହାୟତାକରୁଛନ୍ତି ଓ ଏହାଦ୍ୱାରାଶ୍ରମିକଶ୍ରେଣୀ ଆନ୍ଦୋଳନ ଭିତରେବିଭେଦ ସୃଷ୍ଟିକରୁଛନ୍ତି । ଫଳରେ ଆମ ଦେଶରେ ଓ ଅନ୍ୟାନ୍ୟ ପୁଞ୍ଜିବାଦୀ ଦେଶରେଫାସିବାଦର କରାଳଛାୟାମାଡିଯାଇଛି । ସଂକଟଗ୍ରସ୍ତଜର୍ଜରିତଭାରତୀୟ ପୁଞ୍ଜିପତିଶ୍ରେଣୀବିଶ୍ୱୀକରଣ, ଉଦାରୀକରଣ, ଘରୋଇକରଣ ପଥରେ ଯାଇସଂକଟରସମସ୍ତବୋଝକୁଶ୍ରମିକଶ୍ରେଣୀମୁଣ୍ଡରେ ଲଦି ଦେଇଛନ୍ତି । ସାଧାରଣମଣିଷସୀମାହୀନ ଦୁଃଖଦୁର୍ଦ୍ଦଶା, ନିର‌୍ୟ୍ୟାତନାଭୋଗକରୁଛନ୍ତି । ସମସ୍ତ ନୀତି ନୈତିକତାମାନବିକମୂଲ୍ୟବୋଧ ପ୍ରତିଦିନ ଅବକ୍ଷୟହେବାରେଲାଗିଛି । ସରକାର ଓ ଦେଶୀ-ବିଦେଶୀ ପୁଞ୍ଜିପତିଙ୍କ ଅଶୁଭମୈତ୍ରୀଗଣତାନ୍ତ୍ରିକ ପରମ୍ପରାକୁ ଧ୍ୱଂସକରି ଫାଶୀବାଦୀ ଆକ୍ରମଣଚଳାଇଛନ୍ତି । ଯୁବସମ୍ପ୍ରଦାୟମଧ୍ୟରେମାଦକ ଦ୍ରବ୍ୟ ଓ ଯୌନ ପ୍ରବଣରେବୁଡେଇରଖି ଅନ୍ଧ ଉନ୍ମାଦନା ଭାବନାରେହତାଶ ଓ ଶକ୍ତହୀନ କରିପକାଇଛି ।

ତେଣୁଶ୍ରମିକଶ୍ରେଣୀମଧ୍ୟରେଐକ୍ୟ ପ୍ରତିଷ୍ଠାଏକାନ୍ତ ଗୁରୁତ୍ୱପୂର୍ଣ୍ଣ । ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକସମସ୍ୟାସମ୍ପର୍କରେସଚେତନ ହୋଇଶ୍ରମିକଶ୍ରେଣୀ ଗଣ ଆନ୍ଦୋଳନରେସ୍ୱେଚ୍ଛାକୃତଭାବେସକ୍ରିୟଭାଗନେଲେ ଦେଶରେଗଣତାନ୍ତ୍ରିକ ପରିବେଶସୃଷ୍ଟିହେବ ଓ ଗଣତାନ୍ତ୍ରିକମୂଲ୍ୟବୋଧ ସମ୍ପ୍ରସାରିତ ଓ ପୂର୍ଣ୍ଣ ପ୍ରତିଷ୍ଠିତହେବ । ଭାରତର ଅଗଣିତଶୋଷିତମେହନତିମଣିଷକୁସମସ୍ତ ପ୍ରକାରଶୋଷଣ, କଷଣ, ଜୁଲୁମ ଓ ଅତ୍ୟାଚାରର ନାଗଫାସକବଳରୁମୁକ୍ତକରିବା ପାଇଁଶ୍ରମିକଶ୍ରେଣୀଐକ୍ୟବଦ୍ଧ ହେବା ପାଇଁ ଆଗେଇ ଆସନ୍ତୁ । ହେମୋର ପ୍ରିୟଶ୍ରମିକଭାଇଭଉଣୀଏ, ଆଉମୁଣ୍ଡରେହାତ ଦେଇ ବସିବାରବେଳ ନୁହେଁ – ଅଧିକାରଛିଣ୍ଡାଇ ଆଣିବାରସମୟ ଆସିଯାଇଛି । କଷ୍ଟ କିମ୍ବାମୃତ୍ୟୁକୁଭୟକରନା । ସଚ୍ଚାନେତୃତ୍ୱ ଓ ସଠିକ୍‌ମାର୍ଗରେ ପ୍ରାଣମୂର୍ଚ୍ଛାଲଢେଇକର । ଜୟ ସୁନିଶ୍ଚିତ ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking