19.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶକେବଳ ‘ଜରୁରୀକାଳୀନ’ ମାମଲାର ଶୁଣାଣୀ ହେବ : ଦିଲ୍ଲୀ ହାଇାକୋର୍ଟ

କେବଳ ‘ଜରୁରୀକାଳୀନ’ ମାମଲାର ଶୁଣାଣୀ ହେବ : ଦିଲ୍ଲୀ ହାଇାକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ବୃଦ୍ଧି ପାଉଥିବା କୋରନା ସଂକ୍ରମଣ , ଅଦାଲତ ଗୁଡିକ ଉପରେ ମଧ୍ୟ ପ୍ରଭାବ ପକାଇଛି । ଏହି ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଆଜି ଏକ ଆଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛିଯେ, ୧୯ ଏପ୍ରିଲରୁ କେବଳ ଏହି ବର୍ଷ ଦାଖଲ ହୋଇଥିବା ‘ଅତନ୍ତ୍ୟ ଜରୁରୀ’ ମାମଲା ଗୁଡିକ କାର୍ଯ୍ୟକାରୀ ହେବ ।

ହାଇକୋର୍ଟ ରେଜିଷ୍ଟାର ଜେନେରାଲ ମନୋଜ ଜୈନଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁସାରେ କୋରନାର ପ୍ରକୋପ ଯୋଗୁଁ ଜରୁରୀକାଳୀନ ମାମଲାର ଶୁଣାଣୀ କରାଯିବ । ଯେଉଁ ମାମଲା ଗୁଡିକ ଗତବର୍ଷ ୨୨ ମାର୍ଚ୍ଚ ଠାରୁ ନେଇ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ଦାଖଲ କରାଯାଇଛି ଓ ସେହି ମଧ୍ୟରୁ ଯେଉଁ ଗୁଡିକ ଅତିଆବଶ୍ୟକ ନୁହଁ ସେଗୁଡିକୁ ସ୍ଥଗିତ ରଖାଯିବ ।

ସୁଚନାଅନୁସାରେ ଦିଲ୍ଲୀରେ କୋରନାର ମାମଲା କମିଥିବା ଯୋଗୁଁ ଗତ ୮ ମାର୍ଚ୍ଚକୁ କୋର୍ଟରେ ଶାରୀରିକ ଣୁଣାଣୀ ଆରମ୍ଭ କରାଯାଇଥିଲା । ଚଳିତ ମାସରେ କୋରନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ୮ ଏପ୍ରିଲ ଠାରୁ ଭିିଡିଓ କନଫରେନ୍ସ ମାଧ୍ୟମରେ ଶୁଣାଣୀ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଏହି ଆଦେଶକୁ ବିସ୍ତାର କରି କେବଳ ଅତିଆବଶ୍ୟକ ମାମଲାରେ ଶୁଣାଣୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking