16.1 C
Bhubaneswar
Sunday, January 5, 2025
Homeକରୋନାକୋଭିଡ ଟିକା ଖୋଲା ବଜାର ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

କୋଭିଡ ଟିକା ଖୋଲା ବଜାର ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ସାରା ଦେଶରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଥିବା ବେଳେ ଟିକାର ନିଅଣ୍ଟ ଅଧିକ ସମସ୍ୟା ସୃଷ୍ଟି କରୁଛିି । ତେବେ ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ଦେଇଛନ୍ତି । ଖୋଲା ବଜାରରେ ଟିକା ମିଳିଲେ ଆଶାୟୀମାନେ ତାହାକୁ କିଣି ବ୍ୟବହାର କରିପାରିବେ ବୋଲି ସେ ଚିଠିରେ ଲେଖିଛନ୍ତି । ଏହାସହ ସେ କହିଛନ୍ତି ଯେ ବିଶ୍ୱସ୍ତରରେ ସ୍ୱୀକୃତି ପାଇଥିବା ଟିକାକୁ ଆମ ଦେଶରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳୁ । ଏପରି ହେଲେ ଟିକାକରଣ ବୃଦ୍ଧି ହୋଇ ପାରିବ ।

ଏହାସହ ଯେଉଁ ମହାନଗରରେ ଅଧିକ ସଂକ୍ରମଣ ମାମଲା ରହିଛି ସେମାନଙ୍କୁ ଟିକା ପ୍ରଦାନ ପାଇଁ ଅଗ୍ରାଧିକାର ଦିଆଯିବା ସହ ସେହି ସବୁ ସ୍ଥାନରେ ଟିକାକରଣ ବୟସ ସୀମା କୋହଳ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଭାରତରେ ଟିକା ପ୍ରସ୍ତୁତି ପାଇଁ ଭିତ୍ତିଭୂମି ଭଲ ରହିଛି ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଟିକା ଉତ୍ପାଦନ ବଢାନ୍ତୁ । ଲକଡାଉନ୍ ନେଇ ସେ କହିଛନ୍ତି ଯେ ମହାନଗରଗୁଡ଼ିକ ରାଜ୍ୟ ତଥା ଦେଶର ଅର୍ଥନୈତିକ ମେରୁ ଦଣ୍ଡ, ଲକଡାଉନ୍ ହେଲେ ସେଗୁଡ଼ିକ ପ୍ରଭାବିତ ହେବ । ଏହାସହ ରାଜ୍ୟମାନଙ୍କୁ ଆବଶ୍ୟକ ମୁତାବକ ଟିକା ଯୋଗାଇ ଦେବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ତେବେ ଏଠାରେ ଓଡ଼ିଶା କଟକଣା କଡ଼ାକଡ଼ି କରୁଥିଲେ ହେଁ ଲକ୍ ଡାଉନ ସପକ୍ଷରେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି । ଅନ୍ୟ ପକ୍ଷରେ ଦେଶରେ ଆଜି ୨ ଲକ୍ଷ ୩୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୩୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking