27.1 C
Bhubaneswar
Friday, November 22, 2024
Homeଓଡିଶାଟୀକା ଉତ୍ସବ - ପ୍ରଧାନ ମନ୍ତ୍ରୀଙ୍କ ଅରଣ୍ୟ ଉଲ୍ଲାସ

ଟୀକା ଉତ୍ସବ – ପ୍ରଧାନ ମନ୍ତ୍ରୀଙ୍କ ଅରଣ୍ୟ ଉଲ୍ଲାସ

ଭୁବନେଶ୍ୱର: ଏପ୍ରିଲ ୧୧ ତାରିଖ ଠାରୁ ୧୫ ତାରିଖ ୪ଦିନ ବ୍ୟାପି ସମଗ୍ର ଦେଶରେ
ପ୍ରଧାନମନ୍ତ୍ରୀ ଟୀକା ଉତ୍ସବ ପାଳନ ନିମିତ ଘୋଷଣା କରିଛନ୍ତି । ଗତ ଏପ୍ରିଲ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମାନଙ୍କ
ସହ ଆଲୋଚନାରେ ସେ ଏହି ସୂଚନା ଦେଇଥିଲେ । ଆଜି ହେଉଛି ଟୀକା ଉତ୍ସବର ଦ୍ୱିତୀୟ ଦିନ । କିନ୍ତୁ
କାହିଁକି ଏ ଉତ୍ସବ? କେତେଦୂର ବାସ୍ତବ ଏପରି ଘୋଷଣାର ଏହାର ବିସ୍ତୃତ ବିବରଣୀ ରଖି ଆଜିର ସାମ୍ବାଦିକ
ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ପୂର୍ବତନ ମନ୍ତ୍ରୀ
ଗଣେଶ୍ୱର ବେହେରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ।
ଆମ ସମ୍ବିଧାନର ଧାରା ୧ କହେ:

ଭାରତ ହେଉଛି ଭାରତ ହେଉଛି ରାଜ୍ୟମାନଙ୍କର ଏକ ମିଳନ . ଅର୍ଥାତ ରାଜ୍ୟମାନଙ୍କୁ ନେଇ ଭାରତ ବର୍ଷ ।
ଯେତେବେଳେ ୮ଟି ରାଜ୍ୟ ଯଥା: ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ,
ଝାଡ଼ଖଣ୍ଡ ଓ ଆମ ରାଜ୍ୟ ଓଡ଼ିଶାରେ ଟୀକା ସଂକଟ ସୃଷ୍ଟି ହୋଇଛି ସେତେବେଳ ଉତ୍ସବ ସଂପୂଣ୍ଣ ନିରର୍ଥକ
ହୋଇପଡ଼ିଛି ।
ଉପରୋକ୍ତ ସମସ୍ତ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇ ସାରିଛନ୍ତି ଯେ ସେମାଙ୍କର ଗଚ୍ଛିତ ଟୀକା ରବିବାର/
ସୋମବାର ଅର୍ଥାତ ଆଜି ସୁଦ୍ଧା ସରିଯିବ ଓ ତୁରନ୍ତ ଟୀକାଦାନ ଅବ୍ୟାହତ ରଖିବାକୁ ଅଧିକ ପରିମାଣର ଟୀକା
ଯୋଗାଇ ଦିଆଯାଉ । କିନ୍ତୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଉଦାସୀନ, ଟୀକା କେନ୍ଦ୍ର ସଂଖ୍ୟା ହ୍ରାସ ପାଇଛି ଓ ଖୁବ
ଶୀଘ୍ର ଟୀକା କେନ୍ଦ୍ର ବନ୍ଦ ହୋଇଯିବ । ସେତେବେଳେ ଉତ୍ସବ ଏକ ପ୍ରହସନ ନୁହେଁ ତ ଆଉ କ’ଣ? ି ।
ଦ୍ୱିତୀୟତଃ ରାଜନୈତିକ ବାଛ ବିଚାର ଟୀକା କରଣ କ୍ଷେତ୍ରରେ ଆଦୌ ବାଂଛନିୟ ନୁହେଁ । ଦୁର୍ଭାଗ୍ୟକୁ ତାହାହିଁ
ଦେଖିବାକୁ ମିଳୁଛି । ଅଣ ଏନଡିଏ ଶାସିତ ରାଜ୍ୟ ପ୍ରତି ଟାଳଟୁଳ ନୀତି ଗ୍ରହଣ କରାଯାଉଛି । ଓଡ଼ିଶା
କ୍ଷେତ୍ରରେ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟ ସରକାରଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ
କରାଯିବା ସହ ଦୈନିକ ୨.୫ଲକ୍ଷ ଡୋଜ ହିସାବରେ ୧୦ଦିନ ପାଇଁ ୨୫ଲକ୍ଷ ଡୋଜ ମଗାଯାଇଥିଲା, ତାହା
ସମ୍ଭବ ହୋଇନାହିଁ ।
ଆଜି ପର୍ଯ୍ୟନ୍ତ ରାଜ୍ୟକୁ ମିଳିଛ :
(କ) କୋଭିସିଲ୍‌ଡ୍ – ୪୨ଲକ୍ଷ ୭୧ ହଜାର ୮୭୦ ଡୋଜ । ଏଥି ମଧ୍ୟରୁ ଦିଆସରିଛି – ୪୧ଲକ୍ଷ ୧୨
ହଜାର ୪୩୧ଡୋଜ । ବଳକା ଅଛି ମାତ୍ର- ୧ଲକ୍ଷ ୫୯ ହଜାର ୫୩୯ ଡୋଜ ।
(ଖ) କୋଭାକ୍‌ସିନ - ୩ଲକ୍ଷ ୩୬ହଜାର ୮୦ ଡୋଜ । ଦିଆସରିଛି ୨ଲକ୍ଷ ୬୫ ହଜାର ୭୭୦ ଡୋଜ ।
ବଳକା ଅଛି ମାତ୍ର ୭୧ ହଜାର ୧୦ ଡୋଜ ।
ଏପ୍ରିଲ- ୧୧ ତାରିଖରେ ଧାର୍ଯ୍ୟ ଲକ୍ଷର ୩୫ ପ୍ରତିଶତ । ଦ୍ୱିତୀୟତଃ ୯୦୦ ଟି କେନ୍ଦ୍ର ବନ୍ଦ ହୋଇାଯାଇଛି ।
ଖୁବ୍ ବେଶିରେ ଆସନ୍ତା କାଲି ସଂପୂର୍ଣ୍ଣ ଶେଷ ହୋଇଯିବ । ଅନ୍ୟପକ୍ଷରେ ଦ୍ୱିତୀୟ ଲହର ଆତଙ୍କ ଦେଶରେ
ଆତଙ୍କ ସୃଷ୍ଟି କରିଛି ।
ଗତ ୨୪ ଘଂଟା ମଧ୍ୟରେ ୧ଲକ୍ଷ ୬୮ ହଜାର ୯୧୨ ଆକ୍ରାନ୍ତ ହୋଇଛନ୍ତି । ଏପରି ସମୟରେ ବ୍ୟାପକ
ଟୀକାକରଣ ଅପରିହାର୍ଯ୍ୟ ।
ଅନୁରୂପ ଭାବରେ ଆମ ରାଜ୍ୟରେ ମଧ୍ୟ ବଢ଼ିଚାଲିଛି ସଂକ୍ରମଣ । ଗତ ୨୪ ଘଂଟା ଭିତରେ ଏହି ସଂକ୍ରମଣ
ସଂଖ୍ୟା ୧୭୪୧ ହୋଇଛି ।
(ଗ) ଭାରତରେ ଟୀକା କରଣ ମାତ୍ର ୫.୫ ପ୍ରତିଶତ । ୟୁଏସ୍‌ଏ ରେ ୩୦ ଓ ୟୁକେ ରେ ୪୭ ପ୍ରତିଶତ ।
ଏ କ୍ଷେତ୍ରରେ ଆମେ ବହୁତ ପଛରେ । ସାରା ବିଶ୍ୱର ହାରାହାରି ୮.୮ ପ୍ରତିଶତ । ଏହା ସଂକଟ ନୁହେଁ ତ
ଆଉ କ’ଣ ?
ସୁତରାଂ ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ସରକାର ବିବୃତି ବିଳାଶ ଛାଡ଼ନ୍ତୁ ।
 ଦିନକୁ ଟୀକା କରଣକ ୩ ନିୟୁତ ପରିବର୍ତେ ୧୦ ନିୟୁତକୁ ବଢ଼ାନ୍ତୁ ।
 ଜୁଲାଇ ସୁଦ୍ଧା ୨୫୦ ନିୟୁତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଟୀକା ଉତ୍ପାଦନ ବଢ଼ାନ୍ତୁ । ବିଦେଶ
କମ୍ପାନୀ ଦ୍ୱାରା ପ୍ରସ୍ତୁତ ଉନ୍ନତ ମାନର ଟୀକା ନିମନ୍ତେ ଅନୁମୋଦନ ଦିଅନ୍ତୁ ଅଥବା ବେସରକାରୀ
ଉଦ୍ୟୋଗର ସହାୟତା ନିଅନ୍ତୁ ।
 ସିରମ ଇନଷ୍ଟିଚ୍ୟୁଟକୁ ଆବଶ୍ୟକତା ଅନୁଯାୟୀ ଅର୍ଥ ସହାୟତା ତୁରନ୍ତ ଦିଅନ୍ତୁ ।
ଓଡ଼ିଶା ସରକାର କେବଳ ଚିଠି ଲେଖି ହାତ ଟେକି ଦେବା ଅତନ୍ତ୍ୟ ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ ଟୀକା ନମିଳିଲେ ରାଜ୍ୟ ପ୍ରତିବାଦ କରିବାର ଚେତାବନୀ ଦିଅନ୍ତୁ ।
ଓଡ଼ିଶାବାସୀଙ୍କୁ ଟୀକାକରଣରେ ସଂପୂର୍ଣ୍ଣ ଅନ୍ତର୍ଭୁକ୍ତ କରନ୍ତୁ ।
ପ୍ରଧାନମନ୍ତ୍ରୀ ଅରଣ୍ୟ ଉଲ୍ଲାସରୁ ବିରତ ରହି ଟୀକା ସଂକଟ ଜନିତ ପରିସ୍ଥିତିରେ ଦେଶବାସୀଙ୍କ
ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଅଣଦେଖା କରନ୍ତୁ ନାହିଁ ।
 ରାଜ୍ୟ ସରକାର କ’ଣ କରିଛନ୍ତି ତାର ବିସ୍ତୃତ ବିବରଣୀ ରଖନ୍ତୁ ମୁଖ୍ୟମନ୍ତ୍ରୀ ।
 ଦୁଇ କେନ୍ଦ୍ର ମନ୍ତ୍ରୀ ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଏହି ଗୁରୁତ୍ୱର ସଂକଟର ସମାଧାନ
ପାଇଁ କ’ଣ ଭୂମିକା ନିର୍ବାହ କରିଛନ୍ତି ରାଜ୍ୟବାସୀଙ୍କୁ ଜଣାନ୍ତୁ । ମାଟିକୁ ବଡ଼ କରନ୍ତୁ ମାଟି ପାଇଁ
ପାଟି ଖୋଲନ୍ତୁ । ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ନ୍ତୁ ବୋଲି କଂଗ୍ରେସ ଆହ୍ୱାନ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking