30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଲୟର ଓ ଆଡଭୋକେଟ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ

ଲୟର ଓ ଆଡଭୋକେଟ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ

ଭୁବନେଶ୍ୱର: ଲୟର ଓ ଆଡଭୋକେଟ ଏକ ଏଭଳି ଶବ୍ଦ ଯାହାକୁ ମିକ୍ସ କରି ବ୍ୟବହାର କରାଯାଏ । ପ୍ରାୟ ସମସ୍ତଙ୍କୁ ଲାଗେ ଲୟର ଏବଂ ଆଡଭୋକେଟ ପ୍ରାୟ ସମାନ ଅର୍ଥ । ମାତ୍ର ଏହା ସେମିତି ନୁହେଁ । ଏଥିରେ ଟିକିଏ ନୁହେଁ ବରଂ ବହୁତ ପାର୍ଥକ୍ୟ ଏହା ମଧ୍ୟରେ ରହିଛି । ଆମେ ଲୟର ତାକୁ କହିବା ଯାହା ପାଖରେ ଲ’ ଡିଗ୍ରୀ ରହିଥାଏ । ଯେତେବେଳେ ଆପଣ ଲ’ ପାଠ ପଢନ୍ତି ଏବଂ ଲ’ ଡିଗ୍ରୀ ହାସଲ କରନ୍ତି ତା ପରେ ଆପଣଙ୍କୁ ଲୟର କୁହାଯିବ । ଡିଗ୍ରୀ ହାସଲ କରିବା ପରେ ଆପଣଙ୍କୁ ଟେକ୍ନିକାଲି ଲୟର ତ କୁହାଯିବ । ଆଉ ଏଲଏଲବି ଡିଗ୍ରୀ ନେବା ପରେ ଆପଣ ବନିଯାନ୍ତି ଲୟର । ହେଲେ ଲୟର ଉପରେ ବି ଜଣେ ବ୍ୟକ୍ତି ଅଛି । ସେ ହେଲେ ଆଡଭୋକେଟ । କାରଣ ଡିଗ୍ରୀ ନେବା ପରେ ଯଦି ଜଣେ ବିସିଆଇ ଅର୍ଥାତ ବାର୍ କାଉନସିଲ ଅଫ ଇଣ୍ଡିଆ ପରୀକ୍ଷା ପାସ୍ କରିନିଅନ୍ତି , ତା ପରେ ଆପଣଙ୍କୁ ଏକ ଏମିତି ପାୱାର ମିଳିଯାଏ, ଯେଉଁଥିରେ ଆପଣ ନିଜ କ୍ଲାଇଣ୍ଟ ପାଇଁ କୋର୍ଟରେ ଛିଡା ହୋଇପାରିବେ । ଏହି ଅଥୁରାଇଜେସନ ମିଳିବା ପରେ ଆପଣ କାହା ସପକ୍ଷରେ କହିବାର କ୍ଷମତା ରଖିପାରିବେ ।

ଆଡଭୋକେଟ ଜଣେ ଏମିତି ବ୍ୟକ୍ତି ଯିଏ କାହା ପାଇଁ ବି ଯୁକ୍ତି ବାଢିପାରିବେ । ଏହି କାମ ଜଣେ ଲୟର କରିପାରିବେ ନାହିଁ । ଆପଣ କଣ କରିବେ କଣ ନାଇ ସେ ନେଇ ଜଣେ ଲୟର କେବଳ ପରାମର୍ଶ ଦେଇପାରିବ । ଏସବୁ ଜିନିଷରେ ଲୟରର ଜ୍ଞାନ ରହିଥାଏ । କୋର୍ଟରେ ଲୟର ରିପ୍ରେଜେଣ୍ଟେଟିଭ ହୋଇ କିଛି କରିପାରିବେ ନାହିଁ । ଲିଗାଲି ଲୟର ପାଖରେ ଏହି ପାୱାର ନଥାଏ । ହେଲେ ଆଡଭୋକେଟ ପାଖରେ ଏହି ପାୱାର ଥାଏ । ସେ କାହାର ବି ପକ୍ଷ ନେଇ କୋର୍ଟରେ କହିପାରିବେ ।

ତେବେ ଲୋକେ ଆଉ ଏକ ଶବ୍ଦ ମଧ୍ୟ ବ୍ୟବହାର କରନ୍ତି । ତାହା ହେଲା ବାରିଷ୍ଟର । ପ୍ରକୃତରେ ଆଡଭୋକେଟଙ୍କୁ ହିଁ ବାରିଷ୍ଟର କୁହାଯାଏ । ଇଂଲଣ୍ଡରେ ପଢି , ସେହିଠାରୁ ଡିଗ୍ରୀ ନେଇ ଏବଂ ପରୀକ୍ଷା ପାସ୍ କରି କାହାର ରିପ୍ରେଜେଣ୍ଟେଟିଭ ହୋଇ ତାଙ୍କ ପକ୍ଷରେ କଥା କହିବାର ପାୱାର ମିଳିଥାଏ । ତେବେ ଇଂଲଣ୍ଡରେ ପାଠ ପଢି ବନିଥିବା ଆଡଭୋକେଟଙ୍କୁ ହିଁ ବାରିଷ୍ଟର କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking