40.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରତାରଣାର ଅନ୍ୟ ଏକ ପଦକ୍ଷେପ : ସମାଜବାଦୀ ପାର୍ଟି

ପ୍ରତାରଣାର ଅନ୍ୟ ଏକ ପଦକ୍ଷେପ : ସମାଜବାଦୀ ପାର୍ଟି

ଭୁବନେଶ୍ୱର : ସମସ୍ତଙ୍କୁ ଟୀକା ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ । ଲୋକଙ୍କର ଧନ ଜୀବନର ସୁରକ୍ଷା ସରକାରଙ୍କ ଏକ ସାମ୍ବିଧାନିକ ଦାୟିତ୍ୱ । କିନ୍ତୁ ଦୁଃଖର କଥା ସରକାର ନିଜର ସାମ୍ବିଧାନିକ ଦାୟିତ୍ୱରୁ ଓହରିଯାଇ ନିଜର ବୃଥା ଆସ୍ଫାଳନରେ ସ୍ୱାସ୍ଥ୍ୟସେବା କରିଚାଲିଛନ୍ତି । ଫଳରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣର ସଂଖ୍ୟା ହୁ ହୁ ହୋଇ ବଢିଚାଲିଲା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧ଲକ୍ଷ ୭୦ ହଜାରକୁ ଟପିଲାଣି । ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ (୧୧ ଏପ୍ରିଲ୍‌) ଜନ୍ମ ଦିନଠାରୁ ସମ୍ବିଧାନ ପ୍ରଣେତା ଡଃ ବି.ଆର. ଆମ୍ବେଦକରଙ୍କର ଜନ୍ମଦିନ (୧୪ ଏପ୍ରିଲ) ପର୍ଯ୍ୟନ୍ତ ଟୀକା ଉତ୍ସବ ପାଳନ କରିବା ପାଇଁ ସରକାର ସ୍ଥିର କରିଥିଲେ । ଗତ ୮ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନଙ୍କର ହୋଇଥିବା ଆଲୋଚନାରେ ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପର୍ଯ୍ୟାପ୍ତ ପରିମାଣର ଟୀକା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବୀ କରିଥିଲେ । କିନ୍ତୁ ଦୁଃଖର କଥା ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଦାବୀକୁ ଅତ୍ୟନ୍ତ ଚତୁରତାର ସହିତ ଏଡ଼ାଇ ଯାଇଛନ୍ତି । କେବଳ ଓଡ଼ିଶା କଥା ଯଦି ବିଚାରକୁ ନେବା, ତାହେଲେ ୧୪୦୦ ଟୀକାଦାନ କେନ୍ଦ୍ରରୁ ୯୦୦ କେନ୍ଦ୍ରରେ ଟୀକାଦାନ ବନ୍ଦ ହୋଇଯାଇଛି । ଏହାର କାରଣ ହେଉଛି ଟୀକାର ଅଭାବ । ରାଜ୍ୟ ସରକାର ୨୫ଲକ୍ଷ ଟୀକା ଦେବା ପାଇଁ ଦାବୀ କରିଥିଲା ବେଳେ କେନ୍ଦ୍ର ମାତ୍ର ୨ଲକ୍ଷ ୫୦ ହଜାର ଟୀକା ଦେବାରେ ସମର୍ଥ ହୋଇଛି । କିନ୍ତୁ କେନ୍ଦ୍ର ସରକାର ୬୮ଟି ଦେଶକୁ ଟୀକା ରପ୍ତାନୀ କରି ବାଃ ବାଃ ନେବାରେ ବ୍ୟସ୍ତ ଅଛନ୍ତି । ‘ସବ୍‌କା ସାଥ, ସବ୍‌କା ବିକାଶ’ର କଥା କହୁଥିବା ଏନ୍‌ଡ଼ିଏ ସରକାର ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ମୁହଁ ଫୁଟାଣି ଛାଡ଼ି ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟୀକା ଯୋଗାଇ ଦେବା ପାଇଁ ସମାଜବାଦୀ ପାର୍ଟି ଦାବୀ କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ଦାବୀ ଉତ୍‌ଥାପନ କରିବା ସହିତ ନିଜର ସାମ୍ବିଧାନିକ ଦାୟିତ୍ୱକୁ ସରକାର ସୁଚାରୁ ରୂପେ ପାଳନ କରିବା ସହିତ ବିଜେପି ଓ ଅଣବିଜେପି ସରକାରମାନଙ୍କ ସହିତ ଭେଦଭାବ ନୀତି ଛାଡ଼ି ସମସ୍ତଙ୍କୁ ଟୀକା ଯୋଗାଇ ଦେବାର ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking