କିକ୍ ବ୍ୟାକ ନେଇ ଘରୋଇ କମ୍ପାନୀଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି ରାଜ୍ୟ ସରକାର
ଘରୋଇ ବିଦ୍ୟୁତ ବେପାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର
ଯୋଗ୍ୟତା ନଥିବା ୫ଟି ସଂସ୍ଥାକୁ ରାଜ୍ୟ ସରକାର ଟ୍ରାନ୍ସଫରମର ବସାଇବାକୁ ଓ ସେଇ ସଂସ୍ଥାଗୁଡିକୁ ୨୭୫ କୋଟି
ଅହେତୁକ ଲାଭ ଦେଇଛନ୍ତି
ରାଜ୍ୟରେ ଏଟି ଆଣ୍ଡ ସି କ୍ଷତି ବଢିି ୫୦ରୁ ୭୫ ପ୍ରତିଶତ ହେଲାଣି
ଓଡିଶା ବିଦ୍ୟୁତ ଉତ୍ପାଦନ କରି ଦିଲ୍ଲୀକୁ ବିକ୍ରି କରୁଛି ଏବଂ ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କୁ ମାଗଣାରେ ବିଦ୍ୟୁତ ସେବା
ଯୋଗାଉଛନ୍ତି
ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ଲ୍ୟାଣ୍ଡ ବ୍ୟାଙ୍କ ସ୍କିମରେ ରାଜ୍ୟ ସରକାର ୧ ଲକ୍ଷ ଏକର ଜମିରୁ ମାତ୍ର ୬୦ ହଜାର ଏକର ଜମି
ଅଧିଗ୍ରହଣ କରିଛନ୍ତି
ପାୱାର ପ୍ଲାଂଟ ବସାଇବା ପରେ ବି ଷ୍ଟେରଲାଇଟ ଏନର୍ଜି କମ୍ପାନୀକୁ ଇଡକୋ ୧୦୯୭ ଏକର ଜମି କାହିଁକି ଦେଇଛି ରାଜ୍ୟ
ସରକାର ସ୍ପଷ୍ଟ କରନ୍ତୁ
ଟାଟା କଂପାନୀ ପାଇଁ ରାଜ୍ୟ ସରକାରଙ୍କ ଏତେ ଅନୁକମ୍ପା କାହିଁକି?
ରାଜ୍ୟର ରାଜସ୍ୱ ରାଜ୍ୟ ସରକାରଙ୍କ ପାଖକୁ ନଆସି ଟାଟା କଂପାନୀକୁ ଯାଉଛି
ବିଗତ ୬ ବର୍ଷ ଧରି ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁନଥିବା ଯୋଗୁଁ ଅନୁଗୁଳରେ ଆଲୁମିନିୟମ ପାର୍କ ଆରମ୍ଭ
ହୋଇପାରୁନାହିଁ
ପାରାଦୀପରେ ପେଟ୍ରୋକେମିକାଲ ହବ୍ ପାଇଁ ୮ ହଜାର କେର ଜମି ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାତ୍ର ୧୧୦୦
ଏକର ଜମି ଏବେ ସୁଦ୍ଧା ଅଧିଗ୍ରହଣ କରିଛନ୍ତି
ରାଜ୍ୟ ସରକାର ସରକାରୀ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ନକରି ଘରୋଇ କଂପାନୀକୁ ଆବଶ୍ୟକତା ଠାରୁ ଅଧିକ
ଜମି ଯୋଗାଇ ଚାଲିଛନ୍ତି
ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷ ଶାସନ କଲା ପରେ ବିଜେଡି ସରକାର ଆହୁରି ଦୁର୍ନୀତି ଖୋର ଓ
ଭଷ୍ଟ୍ରାଚାରୀ ହୋଇଚାଲିଛି । ଓଡିଶାର ପ୍ରାକୃତିକ ସଂପଦକୁ ଲୁଟ୍ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ପୋଷିଛନ୍ତି ରାଜ୍ୟ ସରକାର । ଆଇନ
କାନୁନ, ନିୟମ, ସମ୍ବିଧାନକୁ ଜଳାଜଂଳୀ ଦେଇ ରାଜ୍ୟ ସରକାର ରାଜସ୍ୱ ହାନୀ କରାଇବା ଏବଂ ରାଜ୍ୟକୁ ପଛୁଆ କରିବା ଓ
ରାଜ୍ୟବାସୀଙ୍କୁ ଦାରିଦ୍ୟ ଆଡକୁ ଠେଲିଦେବା ଚକ୍ରାନ୍ତ ଚଲାଇଛନ୍ତି । ଲମ୍ବା ସମୟ ଧରି ବିଦ୍ୟୁତ କ୍ଷେତ୍ରରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ
ବିଜେପି ସର୍ବଦା ପ୍ରତିବାଦ କରିଆସୁଛି । ସିଏଜି ରିପୋର୍ଟ ଅନୁସାରେ ଉଭୟ ବିଦ୍ୟୁତ କ୍ଷେତ୍ର ଏବଂ ଜମି ଦୁର୍ନୀତିରେ ରାଜ୍ୟ
ରାଜକୋଷରୁ ବ୍ୟାପକ ଅର୍ଥ କ୍ଷତି ହୋଇଛି ।
ରାଜ୍ୟ ସରକାରଙ୍କ ଭଷ୍ଟ୍ରାଚାର ଯୋଗୁଁ ବିଦ୍ୟୁତ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇ ପଡିଛି । ୨୦୧୩-୧୪ରେ ବିଦ୍ୟୁତ
ଉତ୍ପାଦନରେ ଏଟି ଆଣ୍ଡ ସି କ୍ଷତି ୩୭ ପ୍ରତିଶତ ଥିବା ଜଣାପଡିଥିଲା, ଯାହା କି ୨୨ ପ୍ରତିଶତରୁ ଅଧିକ ହେବା କଥା ନୁହେଁ ବୋଲି
ଓଇଆରସି ସମୀକ୍ଷା କରିଥିଲା । ଏହିକ୍ଷତି ଭରଣା କରିବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୨୬୦୦ କୋଟି ଟଙ୍କାରେ ୫୦୦ ନୂଆ
ଟ୍ରାନ୍ସଫରମର ଲଗାଇବା ପାଇଁ ଯୋଜନା ହୋଇଥିଲା । ଏହା ମଧ୍ୟରେ ୮/୯ ବର୍ଷ ବିତିଗଲା ପରେ ବି ରାଜ୍ୟ ସରକାର ମାତ୍ର ୩୫
ପ୍ରତିଶତ କାର୍ୟ୍ୟ ସାରିଛନ୍ତି । ସେତେବେଳର ୨୬୦୦ କୋଟି ଟଙ୍କାର ପ୍ରୋଜେକ୍ଟ ମୂଲ୍ୟ ଏବେ ବୃଦ୍ଧି ହୋଇ ୩୮୪୩ କୋଟି ହେଲାଣି
ା
ଘରୋଇ ବିଦ୍ୟୁତ ବେପାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର । ଯୋଗ୍ୟତା ନଥିବା ୫ଟି ସଂସ୍ଥାକୁ
ରାଜ୍ୟ ସରକାର ଟ୍ରାନ୍ସଫରମର କିଣିବାକୁ ଅନୁମତି ଦେଇଥିଲେ । ୩୬ଟି ଟ୍ରାନ୍ସଫରମର ଲଗାଇବାର ଯୋଗ୍ୟତା ଥିବାବେଳେ ଗୁପ୍ତା
ପାୱାରକୁ ୯୫ ଟି ଟ୍ରାନ୍ସଫରମର ଲଗାଇବା ପାଇଁ ଅନୁମତି ଦିଆଗଲା । ସେହିପରି ଏଲଆଣ୍ଡଟିକୁ ୨୪ଟି ଟ୍ରାନ୍ସଫରମର ଦେବା
ବଦଳରେ ୧୨୩ଟି ଟ୍ରାନ୍ସଫରମର ଲଗାଇବା କାର୍ୟ୍ୟ ଦିଆଯାଇଥିଲା । ସମୁଦାୟ ୩୯୯ଟି ଟ୍ରାନ୍ସଫରମରରୁ ମାତ୍ର ୧୦୯ଟି
ଟ୍ରାନ୍ସଫରମର ବର୍ତମାନ ସୁଦ୍ଧା ଲଗାଯାଇଛି । ଏହା ଫଛରେ ରାଜ୍ୟ ସରକାରଙ୍କ ହାତ ରହିଛି । ଓପିଟିସିଏଲର ଟ୍ରାନ୍ସଫରମର ଲଗାଇବାର
ନିଜର କ୍ଷମତା ଥିବା ସତ୍ୱେ ଘରୋଇ କମ୍ପାନୀକୁ ଲାଭ ଦେବା ପାଇଁ ସୁଯୋଗ ଦିଆଯାଇଛି । ଟ୍ରାନ୍ସଫରମର କିଣାବିକାରେ ୧୭୫
କୋଟି କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫରମର ବସାନଗଲେ ସଂପୂକ୍ତ
କଂପାନୀ ୧୦୦ କୋଟି ଟଙ୍କା ପେନାଲିଟି ଦେବା କଥା , କିନ୍ତୁ ସେ ଟଙ୍କାକୁ ରାଜ୍ୟ ସରକାର ଛାଡି ଦେଇଛନ୍ତି । ଅନେକ ସ୍ଥାନରେ
ସବଷ୍ଟେସନ ବସାଯାଇନାହିଁ । ଯେଉଁଠି ସବଷ୍ଟେସନ ବସିଛି ତାକୁ ଚାର୍ଜ କରିବା ପାଇଁ ୩ ରୁ ୪ ବର୍ଷ ସମୟ ଲାଗୁଛି । ରାଜ୍ୟରେ ଏଟି
ଆଣ୍ଡ ସି କ୍ଷତି ବଢି ୫୦ରୁ ୭୫ ପ୍ରତିଶତ ହେଲାଣି । ଓଡିଶା ବିଦ୍ୟୁତ ଉତ୍ପାଦନ କରି ଦିଲ୍ଲୀକୁ ବିକ୍ରି କରୁଛି ଏବଂ ଦିଲ୍ଲୀ ସରକାର
ଦିଲ୍ଲୀବାସୀଙ୍କୁ ମାଗଣାରେ ବିଦ୍ୟୁତ ସେବା ଯୋଗାଉଛନ୍ତି । ରାଜ୍ୟ ସରକାର ବିଦ୍ୟୁତ ଉତ୍ପାଦନ କରି ରାଜ୍ୟବାସୀଙ୍କୁ ଚଢା ଦରରେ ବିକ୍ରି
କରୁଛନ୍ତି । ରାଜ୍ୟର ବିଦ୍ୟୁତ କ୍ଷେତ୍ରକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ଆଗ୍ରହ କିମ୍ବା ଉଦ୍ଦେଶ୍ୟ ନାହିଁ ବୋଲି ବିଜେପି
ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
୨୦୧୪ ରେ ରାଜ୍ୟସରକାର ୫୨ ହଜାର କୋଟି ଟଙ୍କାର ଜମି ଦୁର୍ନୀତି କରିଛନ୍ତି ବୋଲି ଓଡିଶାର ତତ୍କାଳୀନ ଏଜି ଅମର
ପଟ୍ଟନାୟକ କହିଥିଲେ । ରାଜ୍ୟ ସରକାରଙ୍କ ଜମି ଦୁର୍ନୀତି ବର୍ତମାନ ସୁଦ୍ଧା ଚାଲିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା କି, ଲ୍ୟାଣ୍ଡ ବ୍ୟାଙ୍କ
ସ୍କିମରେ ୧ ଲକ୍ଷ ଏକର ଜମି ଯୋଗାଡ କରିବେ ଏବଂ ଏଥିରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯିବ । କିନ୍ତୁ ଏପର୍ୟ୍ୟନ୍ତ ସରକାର ମାତ୍ର ୬୦
ହଜାର ଏକର ଅଧିଗ୍ରହଣ କରିଛନ୍ତି । ସେଥିରୁ ୪ ହଜାର ଏକର ଜମି ସାଧାରଣ ଲୋକ ମାଡିବସିଛନ୍ତି । ରାଜ୍ୟ ସରକାର ଘରୋଇ ଶିଳ୍ପ
ଅନୁଷ୍ଠାନ ମାନଙ୍କୁ ଖୁଲମଖୁଲା ଜମି ଯୋଗାଇ ଦେଉଛନ୍ତି କିନ୍ତୁ ସରକାରୀ ଯୋଜନା ପାଇଁ ଆବଶ୍ୟକତା ଠାରୁ କମ୍ ଜମି ଦିଆଯାଉଛି ।
ରାଜ୍ୟ ସରକାର କିକ୍ ବ୍ୟାକ ନେଇ ଘରୋଇ କମ୍ପାନୀ ମାନଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି ।
୨୦୧୫-୧୬ରେ ଜିଏମଆର ଏବଂ ଲ୍ୟାନକୋ କମ୍ପାନୀକୁ ଅହେତୁକ ଅନୁକଂପା ଦେଖାଇ ୨୦୦୭ ମସିହା ଦରରେ ଜମି
ବିକ୍ରି କରାଯାଇଛି । ଏହା ଫଳରେ ରାଜ୍ୟ ସରକାରଙ୍କର ୯.୧୩ କୋଟି କ୍ଷତି ହୋଇଛି । ପାୱାର ପ୍ଲାଂଟ ବସାଇବା ପରେ ବି
ଷ୍ଟେରଲାଇଟ ଏନର୍ଜି କମ୍ପାନୀକୁ ଇଡକୋ ୧୦୯୭ ଏକର ଜମି କାହିଁକି ଦେଇଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ।
ଝାରସୁଗୁଡା ଜିଲ୍ଲାରେ ବେଦାନ୍ତ ଲିମିଟେଡ କୁ ୨୧୬୬ ଏକର ଜମି ଦିଆଯାଇଥିଲା । ବଳକା ଜମିରୁ ଏସଇଜେଡକୁ ୫୪୫
ଏକର ଜମି ଦିଆଗଲା । ଏହା ବ୍ୟତୀତ ରାଜ୍ୟ ସରକାର ଆହୁରି ୧୦୨୪ ଏକର ଜମି ବେଦାନ୍ତକୁ କାହିଁକି ଦେଇଛନ୍ତି ? ଘରୋଇ
ପୁଂଜିପତିଙ୍କ ପାଇଁ ରାଜ୍ୟ ସରକାର ଜମି ମାଫିଆ ସାଜିଛନ୍ତି । ୧୯୯୫ ମସିହାରେ ଗୋପାଲପୁରରେ ଟାଟା କମ୍ପାନୀକୁ ଷ୍ଟିଲ ପ୍ଲାଂଟ
କରିବା ପାଇଁ ୫୩୭.୮୨ ଏକର ଜମି ଦିଆଯାଇଥିଲା । କିନ୍ତୁ ସେଠାରେ ଷ୍ଟିଲ ପ୍ଲାଂଟ ହେଲା ନାହିଁ । ରାଜ୍ୟ ସରକାର ସେହି ଜମିକୁ
ନଫେରାଇ ୧୫ ବର୍ଷପରେ ପୁଣିଥରେ ଟାଟାକୁ ଏସଇଜେଡ ପାଇଁ ୧୯୯୫ ମସିହାର ପୂରୁଣା ଦରରେ ବିକ୍ରି କଲେ । ସେଥିରେ ରାଜ୍ୟ
ସରକାରଙ୍କ ୧୬ କୋଟି ଟଙ୍କା କ୍ଷତି ହେଲା । ଟାଟା କଂପାନୀ ପାଇଁ ରାଜ୍ୟ ସରକାରଙ୍କ ଏତେ ଅନୁକମ୍ପା କାହିଁକି? ରାଜ୍ୟ ସରକାରଙ୍କ
ପାଖକୁ ରାଜସ୍ୱ ନଆସି ଟାଟା କଂପାନୀକୁ ଯାଉଛି । ୧୯୯୯-୨୦୧୫ ମଧ୍ୟରେ ଇଡକୋ ଶିଳ୍ପାଂଚଳ କରିବା ପାଇଁ ୪ ଟି ଜାଗାରେ
୧୪୩୨ ଏକର ଜମି ମାଗିଥବାବେଳେ ମାତ୍ର ୩୨୪ ଏକର ଜମି ମିଳିଛି । ଗତ ୮ ବର୍ଷ ହେବ ରେମୁଣାରେ ୧ ହଜାର ଏକର ଜମି
ପଡିଆ ପଡିଛି । ଏହି ଜମିରେ ଲୋକ ଚାଷ କରିପାରୁନାହାଁନ୍ତି କି ସରକାର ଏହାକୁ ଅଧିକାର କରିପାରୁ ନାହାଁନ୍ତି । ନୂଆ ପଲିସିରେ
ଲୋକଙ୍କୁ କ୍ଷତିପୂରଣ ଦିଆଯାଇନାହିଁ । ବିଗତ ୬ ବର୍ଷ ଧରି ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁନଥିବା ଯୋଗୁଁ ଅନୁଗୁଳରେ
ଆଲୁମିନିୟମ ପାର୍କ ଆରମ୍ଭ ହୋଇପାରୁନାହିଁ । ପାରାଦୀପରେ ପ୍ଲାଷ୍ଟିକ ପାର୍କ ମଧ୍ୟ ସମାନ କାରଣ ପାଇଁ ଆରମ୍ଭ ହୋଇପାରୁନାହିଁ ।
ପାରାଦୀପରେ ପେଟ୍ରୋକେମିକାଲ ହବ୍ ପାଇଁ ୮ ହଜାର ଏକର ଜମି ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାତ୍ର ୧୧୦୦ ଏକର ଜମି
ଏବେ ସୁଦ୍ଧା ଅଧିଗ୍ରହଣ କରିଛନ୍ତି । ଇଲେକଟ୍ରୋନିକ ମ୍ୟାନୁଫ୍ୟାକଚରିଂ ପାର୍କ ପାଇଁ ୧୧୫ ଏକର ଜମି ଆବଶ୍ୟକଥିବାବେଳେ ରାଜ୍ୟ
ସରକାର ମାତ୍ର ୭ ଏକର ଜମି ଅଧିଗ୍ରହଣ କରିଛନ୍ତି । ରାଜ୍ୟ ସରକାର ସରକାରୀ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ନକରି ଘରୋଇ
କଂପାନୀକୁ ଆବଶ୍ୟକତା ଠାରୁ ଅଧିକ ଜମି ଯୋଗାଇ ଚାଲିଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକା ସମ୍ମଳନୀରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଏବଂ ସୁଦର୍ଶନ
ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।