21.1 C
Bhubaneswar
Sunday, January 19, 2025
Homeଓଡିଶାମାଲକାନଗିରିର ପ୍ରସିଦ୍ଧ ବଡ ଯାତ୍ରା

ମାଲକାନଗିରିର ପ୍ରସିଦ୍ଧ ବଡ ଯାତ୍ରା

-ମାଲକାନଗିରିର ପ୍ରସିଦ୍ଧ ବଡ ଯାତ୍ରା ! ଆନ୍ଧ୍ରର ପୋଲେରୁରେ ସମ୍ପନ୍ନ ହେଲା ସ୍ନାନ ଯାତ୍ରା ,ମାଲକାନଗିରି ଅଭିମୁଖେ ଯାତ୍ରା କଲେ ତିନି ଠାକୁର

 

ମାଲକାନାଗିରି: ଜିଲ୍ଲା ର ପ୍ରସିଦ୍ଧ ବଡ ଯାତ୍ରା।ପାରମ୍ପରିକ ରୀତିନୀତି ଅନୁଯାୟୀ ଆନ୍ଧ୍ରପ୍ରଦେଶ ର ପୋଲେରୁର ତଡକା ରେଉ ସ୍ନାନ କୁଣ୍ଡ ଠାରେ ସ୍ନାନ ଯାତ୍ରା ସାରି କରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ତିନି ଠାକୁର କନାମରାଜୁ, ବାଲାରାଜୁ ,ପୋତୁରାଜୁ ଓ ମା ମୁତୀୟାଲୁ ଆମା । ଏହି ତିନି ଠାକୁର ଙ୍କୁ ଆନ୍ଧ୍ରପ୍ରଦେଶ ରୁ ମାଲକାନଗିରି ଜିଲ୍ଲା ଅଭିମୁଖେ ପାଛୋଟି ଆଣିବା ଲାଗୀ ପୋଲେରୁର ତଡକା ରେଉ ସ୍ନାନ କୁଣ୍ଡ ଠାରେ ଏକତ୍ରୀତ ହୋଇଥିଲେ ଆନ୍ଧ୍ରପ୍ରଦେଶ ଓଡିଶା ସମେତ ଛତ୍ତିଶଗଡ଼ ର ହଜାର ହଜାର ଭକ୍ତ। ଠାକୁର ଙ୍କ ସମେତ ଶ୍ରଦ୍ଧାଳୁ ଗାଧୋଇବା ସହ ଶୁଭ ମନାଶୀଲେ ଲକ୍ଷାଧିକ ଭକ୍ତ ।

-ଆରମ୍ଭ ହୋଇଛି ମାଲକାନଗିରି ର ଜିଲ୍ଳା ର ପ୍ରସିଦ୍ଧ ତଥା ତିନି ରାଜ୍ୟ ର ଆଦିବାସୀ ଙ୍କର ଗଣ ପର୍ବ ବଡ଼ଯାତ୍ରା । ଗତ ଏକ ମାସ ଧରି ବଡ଼ଯାତ୍ରା ର ରୀତିନୀତି ଆରମ୍ଭ ହୋଇଥିବା ବେଳେ ସୋମବାର ଆନ୍ଧ୍ରପ୍ରଦେଶ ପୋଲେରୁ ଠାରୁ ଆରମ୍ଭ ହୋଇଛି ବଡ଼ଯାତ୍ରା । ଆଦିବାସୀ ଙ୍କ ଆରାଧ୍ୟ ଦେବା ଦେବୀ ଙ୍କୁ କଅଁଳ ବାଉଁଶ ମୟୁର ପୁଚ୍ଛ ସାହାଯ୍ୟରେ ପ୍ରତିଷ୍ଠା କରଯାଏ।ତା ପରେ ସୁସଜିତ ବିମାନ ରେ ବିରାଜମାନ କରାଯାଇ ସ୍ନାନ ଯାତ୍ରା ରେ ବହାରନ୍ତି ତିନିଟି ଠାକୁର। ଲୋକ କଥା ଅନୁଯାଇ ଠାକୁର ଙ୍କ ବୁଡ଼ ପଡିବା ପରେ ଏହି ତଡକାରେଉ କୁଣ୍ଡ ରେ ବୁଡ଼ ପାକେଇଲେ କୋଟି ଜନ୍ମ ର ପୂର୍ଣ୍ଣ ମିଳିଥାଏ। ତିନି ଠାକୁର କନାମରାଜୁ ଵାଲାରାଜୁ ପୋତ ରାଜୁ ଏବଂ ମା ମୁତୀୟାଲୁ ଙ୍କୁ ତଡକାରେଉ ସ୍ନାନ ପରେ ଡଙ୍ଗାରେ ସମସ୍ତ ଦେବା ଦେବୀଙ୍କୁ ମନ୍ୟମକୋଣ୍ଡା ଠାରେ ଅଣା ଯାଇ ସେଠାରେ ଦିନେ ମା ପୂଜା ପାଇବା ପରେ ମାଲକାନଗିରି ଅଭିମୁଖେ ଯାଇଥାନ୍ତି । ବଡ ଠାକୁରଙ୍କ ପାଖେ ଭକ୍ତଙ୍କ ମନସ୍କମାନା ପୂର୍ଣ ହେଉଥିବାରୁ ବହୁ ଭକ୍ତ ଏହି ଯାତ୍ରାରେ ଯୋଗଦେଇଥାନ୍ତି ।

 

-ପ୍ରତି ଦୁଇ ର୍ଷ କୁ ଥରେ ମାଘ ପୁରଣ୍ଣମୀ ଠାରୁ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମା କୁ ଶେଷ ହୋଇଥାଏ ବଡ଼ ଯାତ୍ରା। କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ରାମଚନ୍ଦ୍ର ତାଡକାସୁର କୁ ବଧ୍ୟ କରି ଏହି କୁଣ୍ଡ ରେ ବୁଡ଼ ପକେଇ ଥିଲେ ଓ ତା ପରେ ଏହି କୁଣ୍ଡ ତାଡକା କୁଣ୍ଡ ନାମରେ ନାମିତ ହୋଇଛି ।  ସେହି ପରି ଦ୍ଵାପର ଯୁଗ ରେ କୃଷ୍ଣ ଭୀମ ଓ ଅର୍ଜୁନ ଜଡ଼ାସୁନ୍ଦ ଅସୁର କୁ ହତ୍ୟା କରିବା ପରେ ଏହି କୁଣ୍ଡ ରେ ବୁଡ଼ ପକେଇ ଥିଲେ ଓ ପାପ ମୁକ୍ତ ହୋଇଥିଲେ । ଏହି ପାରମ୍ପରିକ କଥାବସ୍ତୁ କୁ ଆଧାର କରିକି କାହିଁ କେଉଁ କାଳ ରୁ ପ୍ରତି ଦୁଇ ବର୍ଷ କୁ ଥରେ ପାଳିତ ହୋଇଅସୁଛି ଏହି ପାରମ୍ପରିକ ଗଣପର୍ବ ବଡ଼ଯାତ୍ରା। ପ୍ରାୟ ୧୦୦ କିମି ର ପାଦ ଚଳା ରାସ୍ତା ସାରା ପୁଜା ପାନ୍ତି ଏହି ତିନିଠାକୁର ଓ ମା । ଯାତ୍ରାକୁ ସୁରୁଖୁରରେ ସାରିବା ପାଇଁ ଓ କୋଭିଡ ର କଟକଣା କୁ ଦୃଷ୍ଟି ରେ ସମସ୍ତେ ମାକ୍ସ ପରିଧାନ କରିବା ସହ ଏଥିରେ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟସେବା, ସୁରକ୍ଷା, ଭକ୍ତଙ୍କ ପାଇଁ ପାନୀୟ ଜଳ ଓ ଖାଦ୍ୟ ପ୍ରଭୁତିର ଆୟୋଜନ କରିଛି ।

-ଦିନ ଧରି ମାଲକାନଗିରି ସଦର ମହକୁମାରେ ରେ ପୂଜା ପାଇବା ପରେ ଏହି ଯାତ୍ରା ର ଶେଷ ହୋଇଥାଏ । ଆଉ ପୁଣି ଭକ୍ତ ୨ବର୍ଷ ଧରି ଅପେକ୍ଷା କରି ରୁହନ୍ତି ଏହି ବଡ ଯାତ୍ରା ପାଇଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking