24.1 C
Bhubaneswar
Friday, January 10, 2025
Homeଓଡିଶାନାଇଟ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ

ନାଇଟ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ

ପିପିଲି:ଶେଷ ହେଲା ପିପିଲି ଅଞ୍ଚଳ ର ସବୁଠାରୁ ଲୋକପ୍ରିୟ ନାଇଟ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭାଲିଆବିଲି ପ୍ରିମିୟର ଲିଗ।ଜଗତ ଜନନୀ କ୍ରିକେଟ ବ୍ଲକ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା ଖେଳର ଫାଇନାଲ ମ୍ୟାଚରେ ସାଇ ରକଷ୍ଟାରକୁ ହରାଇ ଚମ୍ପିୟାନ ହୋଇଛି ଜିପିଏସ ଟାଇଗର ଦଳ।୪ର୍ଥ ବାର୍ଷିକ ଟୁର୍ଣ୍ଣାମେଣ୍ଟ ରେ ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କରିଛି ଜିପିଏସ ଟାଇଗର।ପ୍ରଥମ ଦିନ ଉଦ୍ଘାଟନୀ ସନ୍ଧ୍ୟାରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗେ ଦେଇ ମ୍ୟାଚକୁ ଉଦ୍ଘାଟନ କରିଥିବା ବେଳେ ଦ୍ୱିତୀୟ ତଥା ଶେଷ ଦିନରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ର ବିଜେବି ବିଧାୟକ ପାର୍ଥି ଜଗନ୍ନାଥ ପ୍ରଧାନ ଓ ପରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ ଅତିଥି ଭାବେ ଯୋଗ ଦେଇଥିଲେ।ଆଇପିଏଲ ଢାଞ୍ଚାରେ ଅନୁଷ୍ଠିତ ମ୍ୟାଚରେ ସାଇ ରକଷ୍ଟାର,ମହାବୀର ୱାରିୟର,ଜିପିଏସ ଟାଇଗର ଓ ରୟଲଜାଗୁଆର କିଙ୍ଗ ପ୍ରମୂଖ ୪ଗୋଟି ଦଳ ରେ ସ୍ଥାନୀୟ ଅଞ୍ଚଳର ୯୦ଜଣ ଯୁବ ଖେଳାଳି ସାମିଲ ହୋଇଥିଲେ।ପ୍ରତ୍ୟେକ ଚଉକା, ଛକା ଓ ୱିକେଟ୍‌ ଯିବା ସମୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଚିୟର ଗାର୍ଲ ନୃତ୍ୟ ପରିବେଷଣ କରାଯାଇଥିଲା।ଚମ୍ପିୟାନ ଦଳ ର ଅଜୟ ବେହେରା ଙ୍କ ଫାଇନାଲ ମ୍ୟାଚରେ ଧୂଆଁଧାର ବ୍ୟାଟିଂ ୧୭ବଲରୁ ୪୮ଙ୍କୁ ମ୍ୟାନଅଫ ଦି ମ୍ୟାଚ ଓ ସାଇ ରକଷ୍ଟାର ର ବିଭୁପ୍ରସାଦ ମଲିକ ମ୍ୟାନଅଫ ଦି ସିରିଜ ଉଭୟଙ୍କୁ ଟାଟାସ୍କାୟ ପକ୍ଷରୁ ଦୁଇଟି ସେଟପ ବକ୍ସ ପ୍ରଦାନ କରାଯାଇଥିଲା।ଚମ୍ପିୟାନ ଜିପିଏସ ଟାଇଗର ଦଳକୁ ଟ୍ରଫି ସହ ନଗଦ ୨୦ହଜାର ଓ ସାଇ ରକଷ୍ଟାର ଦଳକୁ ଟ୍ରଫି ୧୦ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା।ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ସ୍ବାଇଁ, ସମ୍ପାଦକ ବିରଂଜନ ମିଶ୍ର, କମିଟି ସଦସ୍ୟ ଗଦାଧର ମହାନ୍ତି,ପ୍ରତାପ କିଶୋର ସ୍ବାଇଁ, ସୁଶାନ୍ତ ପ୍ରଧାନ ଓ ସଞ୍ଜୟ ପ୍ରଧାନ ପମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କଖେଳକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking