ଭୁବନେଶ୍ୱର: ବିନା ଶ୍ରଦ୍ଧାଳୁରେ ଆଖଣ୍ଡଳମଣୀ ପୀଠରେ ହେବ ଜାଗର ଯାତ୍ରା । ୧୦ ତାରିଖ ସକାଳ ୭ରୁ ୧୨ ତାରିଖ ସକାଳ ୭ଟା ଯାଏଁ ୧ଧାରା ଜାରି ରହିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଗତକାଲି, କଟକ ଧବଳେଶ୍ୱର ପୀଠରେ ମଧ୍ୟ ୧୪୪ ଧାରା ଲାଗୁ ହେବ ବୋଲି ଘୋଷଣା ହୋଇଛି । ଆଗକୁ ଜାଗର ଥିବାରୁ ଦେବାଳୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏବଂ କୋଭିଡ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ବର୍ତମାନ ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କରୋନା ର ପରିବର୍ତିତ ରୂପ ଚିନ୍ତା ବଢାଇଛି । ସେଠାରେ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଛି । ସେଥିପାଇଁ ଏବେ ସମସ୍ତ ରାଜ୍ୟ ସରକାର ଏହାକୁ ନେଇ ସଜାଗ ହୋଇଯାଇଛନ୍ତି । ଯେତେ ସମ୍ଭବ ଗହଳି ଏଡାଇବାକୁ ପ୍ରୟାସ ଜାରି ରଖାଯାଇଛି ।