20.1 C
Bhubaneswar
Saturday, December 21, 2024
Homeବ୍ରେକୀଙ୍ଗ୩୪ ବର୍ଷର ଶକ୍ତିଶାଳୀ ସାମ୍ୟବାଦୀ ସରକାର ଭାଙ୍ଗି ଥିଲେ ମମତା ବାନାର୍ଜୀ

୩୪ ବର୍ଷର ଶକ୍ତିଶାଳୀ ସାମ୍ୟବାଦୀ ସରକାର ଭାଙ୍ଗି ଥିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବର୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ମମତା ବାନାର୍ଜୀଙ୍କ ଜନ୍ମ କଲିକତାରେ ୫ ଜାନୁୟାରୀ ୧୯୫୫ ମସିହାରେ ହୋଇଥିଲା । ଲୋକେ ତାଙ୍କୁ ଶ୍ରଦ୍ଧାରେ ଦିଦି ବୋଲି ସମ୍ବୋଧନ କରନ୍ତି । ଚିକିତ୍ସା ଅଭାବରୁ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ମମତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । ସେ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ସେ ବସନ୍ତୀ ଦେବୀ କଲେଜରୁ ସ୍ନାତ୍ତକ ସଂପୂର୍ଣ୍ଣ କରିଛନ୍ତି ଏବଂ ଜୋଗେଶ ଚନ୍ଦ୍ର ଚୌଧୁରୀ ଲ କଲେଜରୁ ଆଇନରେ ଡିଗ୍ରୀ ହାସଲ କରିଛନ୍ତି । ୨୦୧୮ରେ ସେ ଦୁର୍ଗାପୂଜା ଅବସରରେ ନିଜର ଏକ ଆଲବମ ‘ରୌଦ୍ର ଛାୟା’ କମ୍ପୋଜ କରିଥିଲେ । ମମତା ବାନାର୍ଜୀ ଜମେ ଏମିତି ମହିଳା ଯିଏ ବଙ୍ଗାଳରେ ୩୪ ବର୍ଷର ଶକ୍ତିଶାଳୀ ସାମ୍ୟବାଦୀ ସରକାରକୁ ଭାଙ୍ଗି ଦେଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବନିବା ପରେ ସେ ନିଜ ରାଜ୍ୟର ରାଜନୈତିକ ଇତିହାସକୁ ପୁଣି ଲେଖି ନିଜ କ୍ଷମତା ଓ ନିର୍ଣ୍ଣୟଶକ୍ତି ପ୍ରମାଣିତ କରିଥିଲେ । ସିଙ୍ଗୁର ଓ ନନ୍ଦୀଗ୍ରାମରେ ଜବରଦଖଲ ଉଚ୍ଛେଦକୁ ସେ ବିରୋଧ କରିଥିଲେ । ଯାହାଦ୍ୱାରା ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ ସେ ଲୋକପ୍ରିୟ ହୋଇଥିଲେ । ଧଳା, ସାଧାରଣ ସୂତା ଶାଢୀ ଓ ସୂତା ବ୍ୟାଗ ତାଙ୍କୁ ଅନ୍ୟ ନେତାଙ୍କ ଠାରୁ ଭିନ୍ନ ଦର୍ଶାଏ । ନିଜର ଉତ୍ସାହପୂର୍ଣ୍ଣ ଭାଷଣରେ ସେ ଲୋକଙ୍କୁ ପ୍ରୋତ୍ସାହିତ କରନ୍ତି । ସେ ତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ କଂଗ୍ରେସ ସହ କରିଥିଲେ । ୧୯୭୬-୧୯୮୦ ମଧ୍ୟରେ ସେ ରାଜ୍ୟ ମହିଳା କଂଗ୍ରେସର ମହାସଚିବ ଭାବେ ଚୟନ ହୋଇଥିଲେ । ୧୯୮୪ରେ କଲିକତାର ଯାଦବପୁର ଲୋକସଭା କ୍ଷେତ୍ରରୁ ସେ ସାମ୍ୟବାଦୀ ନେତା ସୋମନାଥ ଚାଟାର୍ଜୀଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ ଏବଂ ସଫଳତା ପାଇ ଯୁବ ଭାରତୀୟ ସାଂସଦ ବନିଥିଲେ । ଅଖିଳ ଭାରତୀୟ ଯୁବ କଂଗ୍ରେସର ମହାସଚିବ ପଦରେ ବି ସେ କାର୍ଯ୍ୟ କରିଛନ୍ତି । ୧୯୯୧ରେ ନରସିହ୍ମାରାଓଙ୍କ ସରକାରରେ ସେ ମାନବ ସଂସାଧନ, ଯୁବ କଲ୍ୟାଣ, ଖେଳ ଓ ମହିଳା ବିକାଶ ବିଭାଗର ରାଜ୍ୟ ମନ୍ତ୍ରୀ ମଧ୍ୟ ରହିଛନ୍ତି । ୨୦୧୧ ମସିହା ବିଧାନସଭା ନିର୍ବାଚନ ତାଙ୍କ ରାଜନୈତିକ ସଫରରେ ଏକ ନୂଆ ମୋଡ ଆଣିଥିଲା । ନିର୍ବାଚନରେ ତୃଣମୂଳ କଂଗ୍ରେସର ବିଜୟ ସହ ୨୦ ମେ ୨୦୧୧ରେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking