38.1 C
Bhubaneswar
Tuesday, April 23, 2024
Homeଓଡିଶାଦୀର୍ଘ ସମୟ ବାରଣ୍ଡାରେ ପଡ଼ିରହିଲା ମୃତଦେହ

ଦୀର୍ଘ ସମୟ ବାରଣ୍ଡାରେ ପଡ଼ିରହିଲା ମୃତଦେହ

ବରଗଡ : ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଡାକ୍ତରଖାନା ବାରଣ୍ଡାରେ ପଡ଼ିରହିଲା ମୃତ ଦେହ । ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ । ଘଟଣା ଜଣାପଡ଼ିବା ପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ଏକ ଘରୋଇ ଗାଡ଼ିରେ ନିଆଗଲା ଶବ । ଏହା କୌଣସି ଅପହଞ୍ଚ ଇଲାକାର କଥା ନୁହେଁ, ଖୋଦ୍ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଘଟଣା । ଏହାକୁ ନେଇ ମହାପ୍ରୟାଣ କାହା ପାଇଁ ବୋଲି ଏବେ ବରଗଡ଼ରେ ପ୍ରଶ୍ନ ଉଠିଛି । ବରଗଡ଼ ଜିଲ୍ଳା ପାଇକମାଲ ବ୍ଲକ ସରେଇକେଲା ଅଞ୍ଚଳର ବାପ ଛେଉଣ୍ଡ ଭଉଣୀର ଚିକିତ୍ସା ପାଇଁ ଭାଇ କୈବଲ ପଟେଲ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସୋମବାର ରାତି ୮ଟାରେ ଚିକିତ୍ସିତ ଅବସ୍ଥାରେ ଭଉଣୀର ମୃତ୍ୟୁ ହୋଇଯାଇଥିଲା । ମୃତ ଶରୀର ଘରକୁ ନେବାକୁ ଏକାକୀ ଭାଇ ନିରୁପାୟ ହୋଇପଡ଼ିଥିଲେ । ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଏକ ଘରୋଇ ଗାଡି ସହ ଯୋଗାଯୋଗ କରିଥିଲେ କୈବଲ । ସରେଇକେଲାକୁ ମୃତ ଦେହ ନେବାକୁ ଗାଡି ଚାଲକମାନେ ତାଙ୍କୁ ୮ରୁ ୧୦ ହଜାର ଟଙ୍କା ଦାବି କରିଥିଲେ । ଏଥିପାଇଁ ସେ ଅସମର୍ଥ ହୋଇପଡ଼ିଥିଲେ । ଶେଷରେ ନିରୁପାୟ ହୋଇ ଡାକ୍ତରଖାନା ବାରଣ୍ଡାରେ ଭଉଣୀର ଶବକୁ ଦୀର୍ଘ ୬ ଘଣ୍ଟା ବସି ରହିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଙ୍କଳ୍ପ ପରିବାର ସହଯୋଗର ହାତ ବଢ଼ାଇବା ସହ ସରେଇକେଲାକୁ ମୃତ ଦେହ ପଠାଇବାର ବ୍ୟବସ୍ଥା କରିଛି । ଦୀର୍ଘ ଦିନରୁ  ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା ମହାପ୍ରୟାଣ ଗାଡ଼ି ଅଚଳ ହୋଇପଡ଼ିଥିବାରୁ ମୃତକଙ୍କ ପରିବାରକୁ ଘରୋଇ ଗାଡ଼ି ଉପରେ ଭରସା କରିବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ମହାପ୍ରୟାଣ ଗାଡ଼ିକୁ ମରାମତି କରି କାର୍ଯ୍ୟରେ ଲଗାନ୍ତୁ ବୋଲି ସଙ୍କଳ୍ପ ପରିବାର ତରଫରୁ ଦାବି ହୋଇଛି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking