23.1 C
Bhubaneswar
Friday, January 10, 2025
Homeଅପରାଧପିଲା ଚୋରା ସନ୍ଦେହରେ ପିଟି ମାରିଦେଲେ : ବେସାହାରା ହୋଇଗଲେ ପରିବାର

ପିଲା ଚୋରା ସନ୍ଦେହରେ ପିଟି ମାରିଦେଲେ : ବେସାହାରା ହୋଇଗଲେ ପରିବାର

କେନ୍ଦୁଝର : ପୁଅର ଚିକିତ୍ସା ପାଇଁ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ମେଡ଼ିକାଲକୁ ଆସିଥିଲେ । ପଇସା ସରିଯିବାରୁ ଘରକୁ ଫେରୁଥିଲେ । ବାଟରେ ପିଲା ଚୋରା ସନ୍ଦେହ କରି କିଛି ଲୋକ ନିସ୍ତୁକ ପିଟିଲେ । ଫଳରେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବୀରଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗ ବାହାଳର କୁନା ପଣ୍ଡା ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । କୁନାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି ।

ସୂଚନା ଅନୁଯାୟୀ,  ଗତ ୧୪ ତାରିଖ କୁନାଙ୍କ ସାନପୁଅ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପାଖରେ ପଇସା ସରିଯିବାରୁ ୧୭ ତାରିଖ କୁନା ବସ ଯୋଗେ ନିଜ ଘର ଅଭିମୁଖେ ବାହାରିଥିଲେ । ହେଲେ ସେ ଘରେ ପହଞ୍ଚି ନଥିଲେ । ପରିବାର ଲୋକେ ଖୋଜ ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ପରେ କୁନାଙ୍କ ନିଖୋଜ ନେଇ ତାଙ୍କ ମାଆ କୁନି ପଣ୍ଡା ୧୯ ତାରିଖ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ୨୨ ତାରିଖ କୁନାଙ୍କୁ ଗୁରୁତର ଅବସ୍ଥାରେ ଘଷିପୁରା ଥାନା ନୂଆ ବରିପାଳ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ପ୍ରଥମେ ଆନନ୍ଦପୁର ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗତ ୨୪ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । କୁନାର ସମ୍ପର୍କୀୟ ଭାଇ ବୀର ସିଂ କେରାଇଙ୍କ କହିବା ଅନୁଯାୟୀ, କୁନା ଶଗଡ଼ ପଟା ଅଞ୍ଚଳରେ ବସରୁ ଓହ୍ଲାଇ ଦାନ୍ତୁଆଣି ଦେଇ ଘରକୁ ଫେରୁଥିଲେ ।

ସେଠାରୁ ୧୩ କି.ମି ଚାଲି ଚାଲି ଆସିଲେ ନିଜ ଗାଁ ସାରଙ୍ଗ ବାହାଲିରେ ପହଞ୍ଚିବା କଥା । କିନ୍ତୁ ୩.୫ କି.ମି ଆସିବା ପରେ ନୂଆ ବରିପାଳ ଅଞ୍ଚଳରେ ପିଇବା ପାଇଁ ସେ ପାଣି ଖୋଜିଥିଲେ । କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପିଲା ଚୋର ସନ୍ଦେହରେ ଏକ ଗଛରେ ବାନ୍ଧି ମାଡ଼ ମାରିଥିଲେ । କୁନା ନୂଆ ବରିପାଳର କୁମ୍ଭପଡ଼ା ଓ ପଠାଣଡାହିର ଲୋକଙ୍କ ଠାରୁ ମାଡ଼ ଖାଇ ଲହୁଲୁହାଣ ହୋଇଥିଲେ । ପରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କୁନାଙ୍କ ମୃତ୍ୟୁ ପରେ ଏବେ ପତ୍ନୀ ସରସ୍ୱତୀ ମୁଣ୍ଡା, ଦୁଇ ପୁଅ, ଗୋଟିଏ ଝିଅ, ମାମିନି ମୁଣ୍ଡା, ୬ ଭଉଣୀଙ୍କ ମଧ୍ୟରୁ ୨ ଜଣଙ୍କ ବିବାହ ସାରିଥିବା ବେଳେ ଅନ୍ୟ ୪ ଭଉଣୀ ଅଛନ୍ତି । ପୁରା ପରିବାରରେ କୁନା ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ତାଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ଥିବାବେଳେ ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛି । ଏହି ଆଦିବାସୀ ପରିବାର ଏକମାତ୍ର ରୋଜଗାର ଭେଣ୍ଡିଆ ପୁଅ କୁ ହରାଇଛି । ଘଟଣା ପରେ ତାଙ୍କପତ୍ନୀ ସରସ୍ୱତୀ ନ୍ୟାୟ ଅପେକ୍ଷାରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking