20.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗବିବନକୁ ଫାଶୀ ହେଲେ ମୋତେ ନ୍ୟାୟ ମିଳିବ

ବିବନକୁ ଫାଶୀ ହେଲେ ମୋତେ ନ୍ୟାୟ ମିଳିବ

ଭୁବନେଶ୍ୱର: ବିବନ ଥିଲା ମୁଖ୍ୟ ଅଭିଯୁକ୍ତ । ତାକୁ ଫାଶୀ ହେଉ। ବିବନ ଗିରଫ ହେବା ପରେ ବହୁତ ଖୁସି ଏବଂ ଆଶ୍ୱସ୍ତି ଲାଗୁଛି। ସିବିଆଇ ଚୁପ୍ ବସିଲା, ଧରିଲାନି । ହେଲେ ସିପି ଓ ତାଙ୍କ ଟିମ୍‌କୁ ଧନ୍ୟବାଦ। ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ ହେବା ପରେ ଦୋଷୀକୁ ଫାଶୀ କିମ୍ବା ଆଜୀବନ କାରାଦଣ୍ଡ ଦିଆଯାଉ ବୋଲି ପୀଡିତା ଅଞ୍ଜନା ମିଶ୍ର କହିଛନ୍ତି । ବିବନକୁ ଫାଶୀ ହେଲେ ମୋତେ ନ୍ୟାୟ ମିଳିବ । ସିବିଆଇ ଚୁପ୍ ବସିଲା । ଅଭିଯୁକ୍ତକୁ ଧରିପାରିଲାନି । ହେଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓ ତାଙ୍କ ଟିମ୍‌ ମୋତେ ନ୍ୟାୟ ଦେଲେ। ୧୯୯୯ ଜାନୁଆରୀ ୯ରେ ଘଟିଥିବା ଲୋମହର୍ଷଣକାରୀ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ୍ ପୁଲିସ୍ ଗିରଫ କରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଏହାର ଶିକାର ହୋଇଥିବା ଅଞ୍ଜନା ମିଶ୍ର। ଅଞ୍ଜନା କହିଛନ୍ତି, ଥରେ କାହା ସହ ଗଣଦୁଷ୍କର୍ମ ଘଟିଲେ ଜୀବନ ବରବାଦ ହୋଇଯାଏ। ହେଲେ ଏଥିରେ ଭାଙ୍ଗି ନପଡ଼ି ସଂଘର୍ଷ କରିବା ଦରକାର।  ଏପରି ଘଟଣାର ଶିକାର ହେବା ପରେ ପ୍ରତିଦିନ ମୁଁ ମରି ମରି ବଞ୍ଚିଛି। ନିର୍ଯାତନାର ଏପରି କଳାବାଦଳ ହସଖୁସିର ସଂସାରକୁ ଉଜାଡ଼ି ଦେଇଥିଲେ ବି ବହୁତ ଲମ୍ବା ସଂଘର୍ଷ କରିଛି। ତେଣୁ  ଭାଙ୍ଗି ନ ପଡ଼ି ନ୍ୟାୟ ପାଇଁ ସଂଘର୍ଷ ଜାରି ରଖିବାକୁ ଅନ୍ୟ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ  ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ବାରଙ୍ଗ ରାସ୍ତାରେ କାର ଭିତରେ ଏହି ଗଣଦୁଷ୍କର୍ମ କରାଯାଇଥିଲା । ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଏହି ଗଣଦୁଷ୍କର୍ମ କରାଯାଇଥିଲା । ୩ରୁ ୪ ଘଣ୍ଟା ଧରି ଅଭିଯୁକ୍ତ ମାନେ ଅମାନୁଷିକ ଭାବେ ଏହି ଦୁଷ୍କର୍ମ କାଣ୍ଡ ଘଟାଇଥିଲେ । ଏଥିର ମୋଟ ୩ ଜଣ ଅଭିଯୁକ୍ତ ଥିଲେ । ଅନ୍ୟ ୨ଜଣ ଅଭିଯୁକ୍ତ ପ୍ରଦୀପ ଓ ଧୀରେନ୍ଦ୍ରଙ୍କୁ ୧୯୯୯ ଜାନୂଆରୀ ୨୬ରେ ଗିରଫ କରାଯାଇଥିଲ। ଓ ୨୦୦୨ରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲ। ।ଏହାହ ମୁଖ୍ୟ ଅଭିଯୁକ୍ତ ବିବନ ଘଟଣା ପରେ ଫେରାର ହୋଇ ପୁନେର ଆମ୍ବି ଭ୍ୟାଲିରେ ନାମ ବଦଳାଇ ରହୁଥିଲା । ସେଠାରେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା ଓ ସେଠାରେ ନିଜର ପରିଚୟ ପତ୍ର , ଆଧାର କାର୍ଡ, ପାସବୁକ ମଧ୍ୟ ଜଳନ୍ଧର ନାମରେ ବନାଇଥିଲା ।

ତେବେ ୨୨ ବର୍ଷ କାଳ ବିବନ ବିଶ୍ୱାଳର ଦେହାନ୍ତ ହୋଇଛି ଅନୁମାନ କରାଯାଉଥିଲେ ମଧ୍ୟ ପୋଲିସକୁ ମିଳିଛି ଏହି ବଡ ସଫଳତା । ତେବେ ପୁର୍ବରୁ ଏହି କେସ ର ଯାଞ୍ଚ ସିବିଆଇ କରୁଥିବାରୁ ବିବନ ବିଶ୍ୱାଳକୁ ଗିରଫ କରିବା ପରେ ଓଡିଶା ପୋଲିସ ଅଭିଯୁକ୍ତକୁ ସିବିଆଇକୁ ହସ୍ତାନ୍ତର କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking