40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସ୍କୁଲରେ କଡାକଡି ଭାବେ ପାଳନ ହେଉ କରୋନା କଟକଣା

ସ୍କୁଲରେ କଡାକଡି ଭାବେ ପାଳନ ହେଉ କରୋନା କଟକଣା

ଭୁବନେଶ୍ୱର: ବର୍ତମାନ ପୁଣି ଲେଉଟିଛି ମହାମାରୀ କରୋନା । ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ମିଳିବା ପରେ ଏବେ ରାଜ୍ୟ ସରକାର ତପ୍ତର ହୋଇ ଉଠିଛନ୍ତି । ପୂର୍ବଭଳି କଡାକଡି ଭାବେ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଛନ୍ତି । କାରଣ କରୋନା ଗ୍ରାଫ ଏବେ ଧିରେ ଧିରେ ବଢିବାକୁ ପୁଣି ଲାଗିଲାଣି । ଯଦିଓ ଓଡିଶାରେ କରୋନା ସଂକ୍ରମଣ ହ୍ରାସ ପାଇଛି ମାତ୍ର ପରବର୍ତୀ ସମୟରେ ଏହା ବୃଦ୍ଧି ନହେବ ସେ ନେଇ କିଛି କହିହେବ ନାହିଁ । ସେଥିପାଇଁ ଆଜିଠୁ କରୋନା କଟକଣା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା କଟକଣା  ପାଳନ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ଗଣ ଶିକ୍ଷା ବିଭାଗ। ମିଳିଥିବା ସୂଚନା ଅନୁସାରେ, ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ। କରୋନା କଟକଣା କଡାକଡି ଭାବେ ପାଳନ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଗଶଣିକ୍ଷା ସଚିବ। କେବଳ ଏତିକି ନୁହେଁ ବରଂ ସଠିକ ଭାବରେ ସ୍କୁଲମାନଙ୍କରେ ସାନିଟାଇଜେସନ କାର୍ଯ୍ୟ କରାଇବାକୁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି କୋଭିଡ-୧୯ ନିରାପତ୍ତା ମାନିବା ପାଇଁ ଶିକ୍ଷକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।  ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବାଧ୍ୟତାମୁଳକ କରାଯାଇଛି। ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍‌ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି। ସେହିପରି ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking