22.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗକରୋନା ଭାଇରସର ସାଉଥ ଆଫ୍ରିକା ଓ ବ୍ରାଜିଲ ଭାରିଏଣ୍ଟ ଭାରତରେ ପ୍ରବେଶ

କରୋନା ଭାଇରସର ସାଉଥ ଆଫ୍ରିକା ଓ ବ୍ରାଜିଲ ଭାରିଏଣ୍ଟ ଭାରତରେ ପ୍ରବେଶ

ନୂଆଦିଲ୍ଲୀ: କରୋନା ଭାଇରସରେ ୟୁକେ ଭାରିଏଣ୍ଟ ପରେ ଏବେ ଦକ୍ଷିଣ ଆଫ୍ରିକୀ ଓ ବ୍ରାଜିଲ ଭାରିଏଣ୍ଟ ସାମ୍ନାକୁ ଆସିଛି । ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, ଫେବୃୟାରୀ ପ୍ରଥମ ସପ୍ତାହରେ ଏସଏଏସ-କୋଭ-୨ ବ୍ରାଜିଲ ଭାରିଏଣ୍ଟ ସଂପର୍କରେ ଜଣାପଡିଛି । ଭ୍ୟାକ୍ସିନର ପ୍ରଭାବଶୀଳତାକୁ ଆକଳନ ପାଇଁ ଏହାର ପ୍ରୟୋଗ ଚାଲିଛି । ସେ ଆହୁରି ମଧ୍ୟ କହିଛନ୍ତି, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭାରିଏଣ୍ଟ, ୟୁକେ ଭାରିଏଣ୍ଟରୁ ଭିନ୍ନ । ଇଣ୍ଡିଆନ ସେଣ୍ଟର ଫର୍ ମେଡିକାଲ ରିସର୍ଚ୍ଚ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି, ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ୪ ଜଣଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାନ ଷ୍ଟ୍ରେନ ସ୍ପଷ୍ଟ ହୋଇଛି । ସମସ୍ତ ଯାତ୍ରୀ ଓ ସେମାନଙ୍କ ସଂପର୍କରେ ଆସିଥିବା ଲୋକଙ୍କ ଟେଷ୍ଟିଂ କରାଯାଇ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହାସହିତ ବ୍ରାଜିଲ ଭାରିଏଣ୍ଟ ସହ ଜଡିତ ଏକ ମାମଲା ମଧ୍ୟ ସାମ୍ନାକୁ ଆସିଛି ।
ସେ କହିଛନ୍ତି ଯେ, ୟୁକେ ଭାରିଏଣ୍ଟ ନେଇ ଦେଶରେ ୧୮୭ ମାମଲା ରହିଛି । ୟୁକେ ଭାରିଏଣ୍ଟଦ୍ୱାରା ସଂକ୍ରମିତ କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ । ସମସ୍ତ ପଜିଟିଭ କେସକୁ କ୍ୱାରେଣ୍ଟାଇନ କରାଯାଇଛି । ଚିକିତ୍ସା ଚାଲିଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେଟ କରାଯିବା ସହ ଟେଷ୍ଟ ମଧ୍ୟ କରାଯାଇଛି । ଆମ ପାଖରେ ଉପଲବ୍ଧ ଥିବା ଭ୍ୟାକ୍ସିନ ୟୁକେ ଭାରିଏଣ୍ଟ ଉପରେ ମିଶ୍ରପ୍ରଭାବଶାଳୀ କ୍ଷମତା ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking