20.1 C
Bhubaneswar
Thursday, January 9, 2025
Homeବ୍ରେକୀଙ୍ଗଭାରତ ବିରୋଧରେ ଗ୍ରେଟା ଥନବର୍ଗ ଲିକ୍ କଲେ ସିକ୍ରେଟ ଡକ୍ୟୁମେଣ୍ଟ

ଭାରତ ବିରୋଧରେ ଗ୍ରେଟା ଥନବର୍ଗ ଲିକ୍ କଲେ ସିକ୍ରେଟ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: ସ୍ୱଦେଶୀ ୟୁଥ୍ ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗ ସୋସିଆଲ ମିଡିଆରେ ଏକ ଟୁଲକିଟ ସେୟାର କରିଛନ୍ତି । ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ସେ ଏହାକୁ ସେୟାର କରିଛନ୍ତି । ଜାନୁଆରୀ ୨୬ରେ ହୋଇଥିବା ଆନ୍ଦୋଳନ ଓ ହିଂସାକାଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା । ଭାରତରେ ମୋଦି ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନକୁ ସେ ସମର୍ଥନ ଜଣାଇଛନ୍ତି । ଥନବର୍ଗ ଟ୍ୱିଟ କରିଥିଲେ, ଆମେ ଭାରତରେ ହେଉଥିବା ଚାଷୀ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଉଛୁ । ମାତ୍ର ଏହି ଟ୍ୱିଟ ପଛରେ ଥିବା କାରଣ ଓ ଉଦ୍ଦେଶ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ସେ ବୈଷୟିକ ପ୍ରୋପାଗଣ୍ଡାର ଅଂଶୀୀଦାର ଭଳି ମନେ ହେଉଛନ୍ତି । ଯାହା ଦ୍ୱାରା କୃଷକ ଆନ୍ଦୋଳନ ନାମରେ ଭାରତକୁ ବଦନାମ କରିବା ସଦୃଶ ଲାଗୁଛି । ତେବେ ତାଙ୍କର ଏମିତି ଟ୍ୱିଟ ପରେ ତାକୁ ଡିଲିଟ କରିଦିଆଯାଇଛି । ସେ ସୋସିଆଲ ମିଡିଆରେ ଏକ ସିକ୍ରେଟ ଡକ୍ୟୁମେଣ୍ଟ ସେୟାର କରିଥିଲେ । ପରବର୍ତୀ ସମୟରେ ତାକୁ କାଟି ଦିଆଯାଇଥିଲା । ସେହି ଡକ୍ୟୁମେଣ୍ଟରେ କୁହାଯାଇଥିଲା ଯେ, କିପରି ଚାଷୀ ଆନ୍ଦୋଳନ ସମର୍ଥନରେ ସୋସିଆଲ ମିଡିଆରେ କ୍ୟାମ୍ପେନ କରାଯିବ । ସେହି ଡକ୍ୟୁମେଣ୍ଟ ସେୟାର କରିବା ପରେ ତାକୁ ଟୁଲକିଟ୍ କହିଥିଲେ । ସେ ଲେଖିଥିଲେ, ଯଦି ଆପଣଙ୍କୁ ସାହାଯ୍ୟ ଦରକାର, ଏହା ହେଲା ଟୁଲକିଟ୍ । ୩ ଫେବୃୟାରୀରେ ଏହି ଟ୍ୱିଟ ହୋଇଥିଲା, ଯାହାର ସ୍କ୍ରିନ ସଟ୍ ବେଶିମାତ୍ରାରେ ଭାଇରାଲ ହେଉଛି । ଭାରତକୁ ବଦନାମ କରିବା ପାଇଁ କରାଯାଇଥିବା ଏହି  ଅନ୍ତରାଷ୍ଟ୍ରୀୟ ଅଭିଯାନର ପୋଲ୍ ଖୋଲିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚିନ୍ତାର ବିଷୟ ହେଲା ଯେ, ଭାରତରେ ଦଙ୍ଗା ଭଳି ସ୍ଥିତି ଆଣିବା ପାଇଁ ଏହାଦ୍ୱାରା ଚେଷ୍ଟା କରାଯାଉଛି । ସିକ୍ରେଟ ଡକ୍ୟୁମେଣ୍ଟରେ ଏହା ମଧ୍ୟ ଲେଖାଯାଇଥିଲା କି, ବିଦେଶରେ ଭାରତୀୟ ଦୂତାବାସ ନିକଟରେ କେବେ ଓ କେଉଁଠାରେ ପ୍ରଦର୍ଶନ କରିବାର ଅଛି? ମିଡିଆ ହାଉସ, ସରକାରୀ ବିଲ୍ଡିଂ , ଏମିତିକି ଆଦାନୀ-ଅମ୍ବାନୀ ଅଫିସରେ ବି ପ୍ରଦର୍ଶନ କରିବା କଥା କୁହାଯାଇଥିଲା ।  ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବିବୃତ୍ତି ଜାରି କରି କହିଛି ଯେ, ଏଭଳି ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ତତ୍ପର ହେବା ପୂର୍ବରୁ ସମସ୍ତ ତଥ୍ୟ ଜାଣିବା ଉଚିତ ଏବଂ ଏହି ବିଷୟଗୁଡିକ ଉପରେ ସଠିକ୍ ବୁଝାମଣା ରହିବା ଉଚିତ୍ । ବିବୃତ୍ତିରେ କୁହାଯାଇଛି ଯେ ସମ୍ବେଦନଶୀଳ ସୋସିଆଲ ମିଡିଆ ହ୍ୟାସଟ୍ୟାଗ ଏବଂ ମନ୍ତବ୍ୟ, ବିଶେଷ ଭାବରେ ଯେତେବେଳେ ସେଲିବ୍ରିଟି ଏବଂ ଅନ୍ୟମାନେ ବ୍ୟବହାର କରୁଛନ୍ତି , ତାହା ସଠିକ୍ କି ନୁହେଁ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking