20.1 C
Bhubaneswar
Thursday, January 9, 2025
Homeବ୍ରେକୀଙ୍ଗପିଲାମାନେ କିପରି ପାଳନ କରନ୍ତି ସରସ୍ୱତୀ ପୂଜା

ପିଲାମାନେ କିପରି ପାଳନ କରନ୍ତି ସରସ୍ୱତୀ ପୂଜା

ଭୁବନେଶ୍ୱର: ମାତା ସରସ୍ୱତୀ ହେଉଛନ୍ତି ବିଦ୍ୟାଦାୟିନୀ । ପ୍ରତିବର୍ଷ ମାଘମାସ ଶୁକ୍ଳ ପଂଚମୀ ତିଥିରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଥାଏ । ଇଂରାଜୀ ମାସ ଅନୁସାରେ, ଏହା ସାଧାରଣତଃ ଜାନୁଆରୀ କିମ୍ବା ଫେବୃୟାରୀ ମାସରେ ପାଳିତ ହୁଏ । ଏହାକୁ କେହି କେହି ଶ୍ରୀପଂଚମୀ ବା ବସନ୍ତ ପଂଚମୀ ମଧ୍ୟ କହନ୍ତି । ସରସ୍ୱତୀ ପୂଜା ପ୍ରାଚୀନ କାଳରୁ ହୋଇ ଆସୁଥିବା ଏକ ମହାନ ପର୍ବ । ବିଦ୍ୟାଳୟ କାର୍ଯ୍ୟାଳୟ ତଥା ଘରେ ଘରେ ମଧ୍ୟ ଏହି ପୂଜା କରାଯାଏ । ପୂଜା ପୂର୍ବରୁ ବିଦ୍ୟାଳୟ ହତା ଓ ଚାରିପାଖ ସଫା କରାଯାଏ । ପିଲାମାନେ ଆଗ୍ରହର ସହିତ ଚାନ୍ଦା ଦେଇ ପୂଜାରେ ଭାଗ ନିଅନ୍ତି । ପୂଜା ଗୃହଟି ପରିଷ୍କାର ପରିଚ୍ଛନ୍ନ କରାଯାଏ । ପୂଜାଗୃହରେ ଓ ବାହାରେ ରଙ୍ଗୀନ କାଗଜରେ ସଜାଯାଏ । କୋଠରୀ ବାହାରେ ଦୁଇଟି କଦଳୀଗଛ ପୋତାଯାଏ । ଫୁଲରେ ପୂଜାସ୍ଥଳୀ ସଜାଯାଏ । ପୂଜା ପୂର୍ବରୁ ମୂର୍ତ୍ତି ଅଣାଯାଏ । ପୂଜା ସାମଗ୍ରୀ ଯୋଗାଡ କରାଯାଏ । ପୂଜାଦିନ ପିଲାମାନେ ନୂଆ ପୋଷାକ ପରିଧାନ କରିଥାନ୍ତି । ଫୁଲ ଭୋଗ ଧରି ବିଦ୍ୟାଳୟ ଯାଇଥାନ୍ତି । ପରେ ପୂଜକ ଆସି ପୂଜା କରନ୍ତି । ଧୂପ, ଦୀପ ଓ ଝୁଣା ବାସ୍ନାରେ ପୂଜା କୋଠରୀ ମହକି ଉଠେ । ଘଣ୍ଟ ଘଣ୍ଟା ଶବ୍ଦରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୁଏ । ପରେ ଯେଉଁମାନେ ନଡିଆ ଆଣିଥାନ୍ତି, ସେମାନେ ନଡିଆ ବାଡାନ୍ତି । ଭୋଗ କରାଯାଏ । ଏହାପରେ ସମସ୍ତେ ମିଶି ପୂଷ୍ପାଂଜଳୀ ଦିଅନ୍ତି । ପିଲାମାନେ ଭୋଗ ଖାଇଥାନ୍ତି । ଏହାପରେ ଭୋଜି ଖାଆନ୍ତି । ପୂଜା ପରଦିନ ଦେବୀଙ୍କୁ ବିସର୍ଜନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking