23.1 C
Bhubaneswar
Thursday, December 26, 2024
Homeଓଡିଶାସ୍ୱାମୀ ବିବେକାନନ୍ଦଙ୍କ ତୀକ୍ଷ୍ମ ବୁଦ୍ଧିର ରହସ୍ୟ

ସ୍ୱାମୀ ବିବେକାନନ୍ଦଙ୍କ ତୀକ୍ଷ୍ମ ବୁଦ୍ଧିର ରହସ୍ୟ

ଭୁବନେଶ୍ୱର, (ଓଏନଏ) : ସ୍ୱାମୀ ବିବେକାନନ୍ଦରେ ସାରା ବିଶ୍ୱ ତାଙ୍କ ତୀକ୍ଷ୍ମ ବୁଦ୍ଧି ଓ ସ୍ମରଣ ଶକ୍ତି ପାଇଁ ପ୍ରସିଦ୍ଧ । ତାଙ୍କ ବିଷୟରେ ଏହାବି ଜଣାଯାଏ ଯେ ସେ ୭୦୦ ପୃଷ୍ଠାର ପୁସ୍ତକକୁ ୧ଘଣ୍ଟାରେ ପଢି ଦେଉଥିଲେ ଏବଂ ପୁସ୍ତକକୁ ସ୍ମରଣ ମଧ୍ୟ ରଖିପାରୁଥିଲେ । ଏହା କିଛି ବି ନୁହଁ କିଛି ଯାଗାରେ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି ତାଙ୍କୁ ପୁସ୍ତକ ଖୋଲିବାର ଆବଶ୍ୟକତା ମଧ୍ୟ ପଡ଼େନାହିଁ । ବିନା ପୁସ୍ତକ ଖୋଲି ମଧ୍ୟ ସେ ପଢି ନେଉଥିଲେ ଓ ପଚାରିବା ପରେ ସେ ସମସ୍ତ ଉତ୍ତର ମଧ୍ୟ ବହୁତ ସହଯରେ ଦେଇପାରୁଥିଲେ ।
ଯଦି ଆମେ ଏହା ଭାବିବା ତେବେ ସ୍ୱାମୀଜୀଙ୍କ ଏହି କାର୍ଯ୍ୟ ଅବିଶ୍ୱସନୀୟ ଲାଗେ । ତେବେ ଏଥିପାଇଁ ଶରୀରରେ ମଧ୍ୟ ବହୁତ ରହସ୍ୟ ରହିଛି ଯାହା କିଛି ପରିମାଣର ଶିଶୁଙ୍କୁ ବାଲ୍ୟକାଳୁ ପ୍ରାପ୍ତ ହୋଇଥାଏ । ସେହିପରି ସ୍ୱାମୀ ବିବେକାନନ୍ଦଙ୍କ ବୁଦ୍ଧି ମଧ୍ୟ ପ୍ରାକୃତିକ ଭାବେ ଅନ୍ୟ ଶିଶୁ ମାନଙ୍କ ଠାରୁ ଅଧିକ ଉନ୍ନତ ଥିଲା । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସେ ନିଜ ବୁଦ୍ଧିକୁ ପ୍ରଖର କରିବା ପାଇଁ ପ୍ରୟାସ କରିଥିିଲେ । ସେ ନିଜ ବୁଦ୍ଧିକୁ ପ୍ରଖର କରିବା ପାଇଁ ୨ ଟି ନିୟମର ପାଳନ କରୁଥିଲେ । ସେହି ଦୁଇଟି ହେଉଛି ଧ୍ୟାନ ଓ ବ୍ରହ୍ମଚର୍ଯ୍ୟ । ଏହି ୨ଟି ଉପାୟ ମଣିଷର ମସ୍ତିଷ୍କର କ୍ଷମତାକୁ ବଢାଇ ଦେଇଥାଏ । ଧ୍ୟାନ ଓ ଏକାଗ୍ରତା ଅବଲମ୍ବନ କରିବା ପାଇଁ ସ୍ୱାମୀ ବିବେକନନ୍ଦ କହିଥିଲେ, ‘ ଯଦି ମତେ ବାଲ୍ୟ କାଳରୁ କେହି ଧ୍ୟାନ ବିଷୟରେ କହିଥାନ୍ତେ ,ତେବେ ମୁଁ ଶହ ଶହ ପୁସ୍ତକ ପଢିବା ବଦଳରେ କେବଳ ଧ୍ୟାନ କରିଥାନ୍ତି’ । ସେ ଆହୁରି ମଧ୍ୟ କହିଥିଲେ ମଣିଷ ବ୍ରହ୍ମଚର୍ଯ୍ୟ ପାଳନ କରିବା ଦ୍ୱାରା ଏକାଗ୍ରତା ବଢିଥାଏ ଯାହା ଫଳରେ କିଛିବି ବିଷୟ କୁ ମନେ ରଖିବା ପାଇଁ କୌଣସି କଷ୍ଟ ହୋଇନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking