16.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗକୃଷି ଆଇନର ବିରୁଦ୍ଧରେ ଏକ ଦିବସୀୟ ଉପବାସ ପାଳନ

କୃଷି ଆଇନର ବିରୁଦ୍ଧରେ ଏକ ଦିବସୀୟ ଉପବାସ ପାଳନ

ଭୁବନେଶ୍ୱର : ଆଜି ଆମ୍ ଆଦମୀ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟାଳୟ ରେ କୃଷକ ମାନଙ୍କ ସମର୍ଥନ ରେ ଏବଂ କୃଷି ଆଇନର ବିରୁଦ୍ଧରେ ଏକ-ଦିବସୀୟ ଉପବାସ ପାଳନ କରାଯାଇ ଅଛି । ସକାଳ ୮ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆପ୍ ଓଡିଶାରେ ରାଜ୍ୟ ନେତୃ ବୃନ୍ଦ ଏହି ଉପବାସ ଆନ୍ଦୋଳନରେ ସାମିଲ ହୋଇଥିଲେ ।

କେନ୍ଦ୍ର ସରକାର ତିନୋଟି କୃଷି ଆଇନ ମାଧ୍ୟମରେ କୃଷି କ୍ଷେତ୍ରକୁ କମ୍ପାନୀ ମାନଙ୍କ ହାତରେ ଟେକି ଦେବର ଷଡଯନ୍ତ୍ର କରୁଛନ୍ତି । ଅତ୍ୟାବଶୀକୀୟ ଦ୍ରବ୍ୟ ଆଇନରେ ପରିବର୍ତ୍ତନ ଆଣି ଜମାଖୋରୀ ଏବଂ କଳାବଜାରୀ କୁ ଆଇନ୍ ଗତ ମାନ୍ୟତା ପ୍ରଦାନ କରିଛନ୍ତି। ବେସରକାରୀ ମଣ୍ଡି ମାଧ୍ୟମରେ ସରକାରୀ ମଣ୍ଡି , ଏବଂ କୃଷି ସହାୟକ ମୂଲ୍ୟ ବ୍ୟବସ୍ଥା ଶେଷ କରିବାକୁ ବନ୍ଦୋବସ୍ତ କରିଛନ୍ତି । ଚୂକ୍ତିଭିତିକ କୃଷି ମାଧ୍ୟମରେ ସରକାର ଚାଷୀକୁ ତାର ଚାଷ ଜମିର ମାଲିକାନା ରୁ ବଞ୍ଚିତ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି ।

ଦେଶର ବିଭିନ୍ନ କୃଷକ ସଂଗଠନ ଏବଂ କୃଷି ବିଶେଷଜ୍ଞ ମାନେ ଏହି ଆଇନ୍ କୁ କଳା ଆଇନ୍ ଭାବରେ ବ୍ୟାଖ୍ୟା କରିଥିବା ବେଳେ ସରକାର ଏହି ଆଇନ୍ ପ୍ରତ୍ୟାହାର ଦାବିକୁ ମାନିବାକୁ ନାରାଜ । ଦେଶର ଚାଷୀ ସଙ୍ଗଠନ ଗୁଡିକ ବିଗତ ୧୮ ଦିନ ଧରି ଦିଲ୍ଲୀ ସୀମାରେ ଧାରଣା ରତ। ଡିସେମ୍ବରେ ୮ ତାରିଖରେ ସେମାନଙ୍କ ଦାବିର ସମର୍ଥନରେ ସାରା ଦେଶରେ ବନ୍ଦ ପାଳନ କୁ ଅଭୂତପୂର୍ବ ସମର୍ଥନ ମିଳିଥିଲା । ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲା ।

ଡିସେମ୍ବରେ ୧୪ ତାରିଖରେ ସାରା ଦେଶରେ ଉପବାସ ମାଧ୍ୟମରେ ଆନ୍ଦୋଳନ କରିବା ପାଇଁ ଚାଷୀ ସଂଗଠନ ମାନେ ଆହ୍ୱାନ ଦେଇଛନ୍ତି । ସେହି କ୍ରମରେ ଆଜି ଆପ୍ ଓଡିଶାର ସଦସ୍ୟ ମାନେ ଉପବାସ ପାଳନ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଏହି ଉପବାସ ଆନ୍ଦୋଳନରେ ଆପ୍ ଓଡିଶାର ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର , ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ପଣ୍ଡା, ସହ କୋଷାଧ୍ୟକ୍ଷ ଶ୍ରୀ ସୁଭାଶିଷ ସ୍ଵାଇଁ , ସୋସିଆଲ ମିଡିଆ ଓ ଗଣମାଧ୍ୟମ ସଂଯୋଜକ ଅନୁଜ ସାହୁ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ ରଥ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ସୁଶାନ୍ତ ପ୍ରଧାନ,ଧନେଶ୍ୱର ପରିଡା, ଭୁବନେଶ୍ଵର ମହିଳା ଅଧ୍ୟକ୍ଷ ସୁଶ୍ରୀ ସ୍ୱାଗତିକା, ଜ୍ୟୋତ୍ସ୍ନା ମହାନ୍ତି, ଅନୁପ ମହାପାତ୍ର , ଦେବାଶିଷ ସବ୍ୟସାଚୀ ଚକ୍ର ପ୍ରମୁଖ ସାମିଲ ହୋଇ ଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking