33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗୟୁଟ୍ୟୁବ୍ ଓ ଜିମେଲ ସହିତ ଗୁଗୁଲର ଅନ୍ୟ ଆପ୍ସ ହେଲା ଡାଉନ

ୟୁଟ୍ୟୁବ୍ ଓ ଜିମେଲ ସହିତ ଗୁଗୁଲର ଅନ୍ୟ ଆପ୍ସ ହେଲା ଡାଉନ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଲୋକପ୍ରିୟ ଇମେଲ ପ୍ରୋଭାଇଡର ଏବଂ ଇଣ୍ଟରନେଟ ଜିଆଣ୍ଟ ଗୁଗୁଲ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସେବା ସୋମବାର ସନ୍ଧ୍ୟାରେ ଅଫଲାଇନ ହେବା ସହ ହଜାର ହଜାର ଉପଭୋକ୍ତା ଏହାର ବ୍ୟବହାର କରିପାରିନାହାନ୍ତି । ଅଫଲାଇନ ଥିବା ସେବାଗୁଡିକ ମଧ୍ୟରେ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଏବଂ ଗୁଗୁଲ ଡ୍ରାଇଭ ଅନ୍ତର୍ଭୁକ୍ତ ରହିଛି । ଜିମେଲ, ୟୁଟ୍ୟୁବ ସହ କିଛି ସର୍ଚ୍ଚ ଇଂଜିନ ଅଚାନକ ଭାବରେ ଡାଉନ ହୋଇଯାଇଛି । ଯାହାଫଳରେ ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ବ୍ୟବହାରକାରୀ ୟୁଟ୍ୟୁବକୁ ଲାପଟପ ଓ ମୋବାଇଲରେ ଖୋଲିବାକୁ ଚେଷ୍ଟା କରିଛନ୍ତି । ଏହାବ୍ୟତୀତ ଆଉ କିଛି ଗୁଗୁଲ ଆପ୍ସ ଡାଉନ ହେବା ନେଇ ଟ୍ୱିଟ ମଧ୍ୟ କରିଛନ୍ତି । ଏଠାରେ କହିରଖୁଛୁ, ଭାରତରେ କେବଳ ୟୁଟ୍ୟୁବ ଓ ଜିମେଲ ନୁହେଁ ବରଂ, ଗୁଗୁଲ ଡ୍ରାଇଭ, ଗୁଗୁଲ ମିଟ ଭଳି କିଛି ଜରୁରୀ ଆପ୍ସ ଏବେ ଡାଉନ ରହିଛି । ସମସ୍ତେ ଏହି ଖବରକୁ ହ୍ୟାଜଟ୍ୟାଗ ସହିତ ସେୟାର କରିବାରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking