ଯାଜପୁର: କୋରୋନା ଯୋଧ୍ୟା ଙ୍କୁ ଗାର୍ଡ ଅଫ ଅନର । ଯାଜପୁର ପୌରପାଳିକା ରେ କାର୍ଯ୍ୟରତ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଲୋକେଶ କୁମାର ପଣ୍ଡା କୋରୋନା ରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମର ଶରୀରକୁ ପ୍ରଥମେ ଯାଜପୁର ମୁନିସିପାଲଟି ଅଫିସକୁ ଅଣାଯାଇଥିଲା। ସେଠାରେ ସହକର୍ମୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଶେଷ ଦର୍ଶନ କରିଥିଲେ। ପରେ ତାଙ୍କୁ ବାରୁଣୀ ପଡିଆ ରେ ହୋଇଥିବା କୋବିଡ଼ ମଶାଣି ରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ଗାର୍ଡ ଅଫ ଅନର କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ବର୍ଗତ ଲୋକେଶ ଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।