ନୂଆଦିଲ୍ଲୀ: ଗୁଜୁରାଟ ସୁରତର ହଜିରାରେ ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ଲଗାତର ଭାବେ ବଡ ଧରଣର ବିସ୍ଫୋରଣ ନିଆଁ ଲାଗିଥିବା ସୂଚନା ମିଳିଛି । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି । ଏହାକୁ ବାଦ ଦେଲେ ଆଶ୍ୱସ୍ତିର କଥା ହେଲା ଯେ, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ।
A fire was observed in the Hazira Gas processing plant in the morning today. Fire has been brought under control. There is no casualty or injury to any person.
— ONGC (@ONGC_) September 24, 2020