16.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗଜଣଙ୍କ ଜାଗା ଦେଖାଇ ଆଉ ଜଣଙ୍କ ନାଁ ରେ ଟଙ୍କା ଉଠାଣ

ଜଣଙ୍କ ଜାଗା ଦେଖାଇ ଆଉ ଜଣଙ୍କ ନାଁ ରେ ଟଙ୍କା ଉଠାଣ

ଯାଜପୁର: ଯାଜପୁର କୋରେଇ ବ୍ଲକ ଦୁର୍ନୀତିର ପିଛା ଛାଡୁନି କାହିଁକି ଛାଡିବ ତଳ କର୍ମଚାରୀ ଠାରୁ ସରପଞ୍ଚ ଙ୍କ ପର୍ଯନ୍ତ ଟେବୁଲ ତଳୁ ଲେଣ ଦେଣ ସହ ବ୍ଲକ ରେ ଥିବା ସିସି କ୍ୟାମେରା ଅଚଳ ଅବସ୍ଥା ରେ କୌଣସି ନା କୌଣସି ଯୋଜନାରେ ହାତ ମାରିଲେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି । ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଆର୍ ଡି, ପରେ ଏବେ ପ୍ରଧାନମନ୍ତ୍ରୀ ଆବସରେ ସାଂଘାତିକ ଦୁର୍ନୀତି ହୋଇଛି କୋରେଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତରେ । ଏହି ପଞ୍ଚାୟତ ଅନ୍ତର୍ଗତ ଶ୍ରୀଧର ଦାସଙ୍କ କ୍ଷେତ୍ରରେ ଏହାର ଜ୍ୱଳନ୍ତ ଉଦାହରଣ ରହିଛି । ସତ ହୋଇଥିଲେ ସାଂଘାତିକ। ଏସ୍ ଇ ସି ତାଲିକା ଅନୁଯାୟୀ ଆଇଡି ନମ୍ୱର୍ OR 3091504 ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ୨୦୧୯/୨୦ ମସିହାରେ ଶ୍ରୀଧର ଅନ୍ତର୍ଭୁକ୍ତ ହୋଇଥିଲେ । ଏଥିପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟରଞ୍ଜନ ବେହୁରିଆ ପକ୍କାଘର କାର୍ଯ୍ୟାଦେଶ ଦେବା ପାଇଁ ଆବଶ୍ୟକୀୟ କାଗଜପତ୍ର ଶ୍ରୀଧରଙ୍କ ଠାରୁ ନେଇଥିଲେ ଓ ଜିଆର୍ ଏସ ଗୀତାଞ୍ଜଳି ମହାନ୍ତି ଶ୍ରୀଧର ଙ୍କୁ କଚ୍ଚା ଘର ସାମନାରେ ଠିଆ କରାଇ ତା ୨୧/୦୫/୨୦୧୮ରେ ଜିଓ ଟ୍ୟାଗ୍ କରାଇ ଫଟୋ ଉଠାଇ ଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ୱେବସାଇଟ ରେ ମଧ୍ୟ ଅପଲୋଡ଼ କରାଯାଇଅଛି । ଶ୍ରୀଧରଙ୍କ ଅଭିଯୋଗ ମୁତାବକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ ତାଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିନ୍ତୁ ସେ ଅତ୍ୟନ୍ତ ଗରିବ ହୋଇଥିବାରୁ ବହୁ କଷ୍ଟରେ କଂସା ବାସନ ବିକି ଓ ଅନ୍ୟାନ୍ୟ ଆସବାବ ପତ୍ର ବିକ୍ରି କରି ୫ହଜାର ଟଙ୍କା ଦେଇଥିଲେ । କିନ୍ତୁ ଏତିକିରେ ସରକାରୀ ବାବୁ ଓ ବାବୁଆଣୀଙ୍କର ମନ ବୁଝି ନ ଥିଲା । ସେ ଆଉ ଅବଶିଷ୍ଟ ୨୦ ହଜାର ଟଙ୍କା ନ ଦେଲେ କାର୍ଯ୍ୟାଦେଶ ଦେବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । କିଛି ଦିନ ପରେ ଶ୍ରୀଧର ଜାଣିବାକୁ ପାଇଲେ ଆଉ ଜଣଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଆବାସ ର ସମସ୍ତ ଅର୍ଥ ପ୍ରଦାନ କରାଯାଇଛି ।


ୱେବସାଇଟରେ ଜିଆରଏସ ଗୀତାଞ୍ଜଳି ପ୍ରଥମେ ଶ୍ରୀଧରଙ୍କ କଚ୍ଛାଘର ଫଟୋ ଉପଲୋଡ଼ କରିଥିବା ବେଳେ ଅନ୍ୟ ଜଣଙ୍କ ପ୍ଲିନ୍ଥ ଠାରୁ ଘର ସମ୍ପୂର୍ଣ ହେବାର ଫୋଟୋ ଉପଲୋଡ କଲେ କିପରି ? ଶ୍ରୀଧରଙ୍କ ନାମରେ ଯିଓ ଟ୍ୟଗ୍ କରାଇ ତାଙ୍କ ଘର ଠାରୁ ଏକ କିଲୋମିଟର ଦୂରରେ ଥିବା ଅନ୍ୟ ଜଣଙ୍କ ଘର ନିର୍ମାଣ କରି ବିଲ୍ ପାସ୍ କଲେ କିପରି ? ସବୁଠାରୁ ବିଡ଼ମ୍ବନାର କଥା ଅତି ତରବରିଆ ଭାବେ ମାତ୍ର ୧୭ଦିନରେ ଘର କାର୍ଯ୍ୟ ସମୂର୍ଣ ହୋଇଥିବାର ଦର୍ଶାଯାଇଛି । ପ୍ରଥା କିସ୍ତି ୩ ଫେବୃଆରୀ ୨୦୨୦ରେ, ଦ୍ଵିତୀୟ କିସ୍ତି ୧୦ ଫେବୃଆରୀ ୨୦୨୦ରେ ଏବଂ ଘର ସମ୍ପୂର୍ଣ ହେବାର କିସ୍ତି ୨୦ ଫେବୃଆରୀ ୨୦୨୦ ରେ ହୋଇଥିବାର କଥା ମଧ୍ୟ ୱେବସାଇଟରେ ଦର୍ଶା ଯାଇଛି । ମାତ୍ର ୧୭ ଦିନରେ କୋଠା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା କଥା ଶୁଣିଲେ ମନରେ ପ୍ରଶ୍ନ ଆସିବା ସ୍ଵାଭାବିକ । ମକୁନ୍ଦପୁର ପଞ୍ଚାୟତର PEO, GRS 5000 ତାଙ୍କ ହାତଗୁଞ୍ଜା ନେବା ପରେ ଜଣଙ୍କର ଘରକୁ ଅନ୍ୟ ଜଣଙ୍କ ନାମରେ GEO TAGE କରାଇ ଅର୍ଥ ହଡପ କରିବାର ଅଭିଯୋଗ ହୋଇଛି । ଏହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛୁ ।

ତେବେ ଏ ସଂକ୍ରାନ୍ତରେ ଶ୍ରୀଧର ଦାସ କୋରେଇ ବିଡିଓ ଙ୍କୁ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳ, ପିଡି ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହାର ସତ୍ୟାସତ୍ୟ ତଦନ୍ତ କରାଯାଇ ଦୁର୍ନୀତି ଉପରୁ ପରଦା ଉଠିବ ନା ତଦନ୍ତ କେବଳ ତଦନ୍ତ ବାଟରେ ରହିଯିବ ? ଶ୍ରୀଧର ପ୍ରକୃତରେ ନ୍ୟାୟ ପାଇବେ ତ ?ରିପୋର୍ଟ ଅଭିମନ୍ୟୁ ମିଶ୍ର ONA

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking