26.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗରାଜ୍ୟରେ ବନ୍ୟା ପରିସ୍ଥିତି :ଅଗ୍ନିଶମ ବାହିନୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା

ରାଜ୍ୟରେ ବନ୍ୟା ପରିସ୍ଥିତି :ଅଗ୍ନିଶମ ବାହିନୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର : ଲଗାଣ ବର୍ଷା ହେବା ଫଳରେ ରାଜ୍ୟର କିଛି ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ କିଛି ନଦୀରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି । ତେବେ ପାଣିରେ ବୁଡ଼ି ରହିଥିବା ଜନଜୀବନ ଓ ଜୀବଜନ୍ତୁ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି ।
ବାଲେଶ୍ୱର ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ ଗୋଲପଡ଼ା ଏବଂ ବୁଢାବଳଙ୍ଗ ନଦୀ ପାଖର ଗୁଜୁରୀ ବଜାର ଅଞ୍ଚଳରୁ ୮ ଜଣଙ୍କୁ ପାୱାରା ବୋଟ ସାହାଯ୍ୟରେ ଉଦ୍ଧାର କରାଯାଇଛି । ସେହିପରି ଯାଜପୁର ଅଗ୍ନିଶମ ବିଭାଗ ଓ ରସୁଲପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଯାଜପୁର ବ୍ଲକର ହଜିରା ସାହିର ୭୦ଜଣ ବାସିନ୍ଦାଙ୍କ ସହ ୨୫ଟି ଜୀବଜନ୍ତୁଙ୍କୁ ଉଦ୍ଧାରା କରାଯାଇଛି । ବାରିପଦାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବେତନଟୀ ବନ୍ୟାଞ୍ଚଳରେ ରିଲିଫ ବଣ୍ଟନ କରାଯାଇଛି । ଅନ୍ୟପଟେ ଝାରସୁଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମାଲଦା ନିକଟରେ ଦୁଇଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ପରଜଙ୍ଗ ଅଗ୍ନିଶମ ବିଭାଗର ଏକ ଟିମ୍ କୁଲେଇ ଗାଁର ୧୭ଜଣଙ୍କୁ ପାୱାର ବୋଟ ସାହାଯ୍ୟରେ ଉଦ୍ଧାର କରିଥିଲେ । ଏଥିସହ ଭାପୁର ଫାୟାର ସର୍ଭିସ କର୍ମଚାରୀମାନଙ୍କ ଦ୍ୱାରା ଜଳାମୟ ଅଞ୍ଚଳରୁ ଏକ ଗର୍ଭବତୀ ନାରୀଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଯାଜପୁର ଜିଲ୍ଲାରେ ୫ଟି ଟିମ ପାୱାର ବୋଟ ସହ ଓ ଅନ୍ୟ ଦୁଇଟି ଟିମ୍ ସିଏଫଓ ପାୱାର ବୋଟ ସହ ଲୋକମାନଙ୍କୁ ରିଲିଫ ବଣ୍ଟନ ଓ ଉଦ୍ଧାର କରିବା ପାଇଁ ନିୟୋଜିତ ହୋଇଛନ୍ତି ।


ଭଦ୍ରକ ଜିଲ୍ଲାରେ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପାୱାରବୋଟ ସହ ୭ଟି ଟିମ୍ ନିୟୋଜିତ ହୋଇଛନ୍ତି ।ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ର ନୂଆଗାଁରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ପାୱାର ବୋଟ ସହ ଦୁଇଟି ଟିମ ନିୟୋଜିତ ହୋଇଛନ୍ତି ।ରାଜ୍ୟରେ ଥିବା ସମସ୍ତ ୩୩୮ଟି ଫାୟାର ଷ୍ଟେସନର ଏବେ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking