22.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗଜେଇଇ ଓ ନିଟ୍ ପରିକ୍ଷାକୁ ସ୍ଥଗିତ କରିବା ପାଇଁ ଯୁବ କଂଗ୍ରେସର ବିକ୍ଷୋଭ

ଜେଇଇ ଓ ନିଟ୍ ପରିକ୍ଷାକୁ ସ୍ଥଗିତ କରିବା ପାଇଁ ଯୁବ କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର : କେନ୍ଦ୍ର ସରକାର ମୁତାବକ ଆସନ୍ତା ସେପ୍ଟେମ୍ବର ମାସରେ ଜେଇଇ ଓ ନିଟ ପରିକ୍ଷା ହେବାକୁ ଯାଉଛି । କିନ୍ତୁ ଏପଟେ ଓଡିଶାରେ କରୋନା ଉପ୍ତାତ ଥମି ନଥିବା ବେଳେ ଆହୁରି ପ୍ରବଳ ବର୍ଷା ସାଙ୍ଗକୁ ବଢିରେ ଜନ ଜିବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତେବେ ଏଭଳି ସମୟରେ ଛାତ୍ରଛାତ୍ରି ଶହ ଶହ ବିନା ସୁବିଧାକିଲୋମିଟର ଭ୍ରମଣ କରି ପରିକ୍ଷା ଦେବା ତାଙ୍କ ପାଇଁ ବିପଦ ଜନକ ତଥା ଅବିଭାବକଙ୍କ ପକ୍ଷେ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି କହିବା ସହ ଆଜି ବଲାଙ୍ଗିର ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ସ୍ଥାନିୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତା ସହଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ଜେଇଇ ଓ ନିଟ୍ ପରିକ୍ଷାକୁ କୋଭିଡ ମହାମାରୀ ନିୟନ୍ତ୍ରଣ ନହେବା ଯାଏଁ ସ୍ଥଗିତ ରଖିବାକୁ ଦଳ ତରଫରୁ ଦାବୀ କରାଯାଇଛି । ଏହି ପ୍ରରିପ୍ରେକ୍ଷୀରେ ଯୁବ କଂଗ୍ରେସ ସଭାପତି ଶ୍ରୀ ମିଶ୍ର କହିଛନ୍ତି ଯେ, ମୋଦି ସରକାର ଏଭଳି ଭୟଙ୍କର କରୋନା ମହାମାରୀ ସମୟରେ ପରୀକ୍ଷା କରାଇ ଛାତ୍ରଛାତ୍ରୀଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବା ପାଇଁ ପ୍ରୟାସ କରୁଛନ୍ତି । ତେଣୁ ବଲାଙ୍ଗିର ଯୁବ କଂଗ୍ରେସ ଏହାକୁ ତିବ୍ର ବିରୋଧ କରିବା ସହ ସମସ୍ତ ପରୀକ୍ଷା ସ୍ତଗିତ କରାଇବା ପାଇଁ ଦାବୀ ଜଣାଇଛନ୍ତି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭ ସଭାରେ ଅନ୍ୟ ଦଳିୟ ନେତା ମାନଙ୍କ ମଧ୍ୟରେ ଉମାଶଙ୍କର ପଣ୍ଡା,ମନିଷ ମିଶ୍ର, ବୁଲୁ ଦାନୀ, ଅଜୟ ବାଲି, ସଞ୍ଜୟ ମିଶ୍ର, ଚନ୍ଦ୍ରମଣି ତ୍ରିପାଠୀ, ଛାତ୍ର କଂଗ୍ରେସ ସଭାପତି ଅଂକିତ ସାହୁ, ଲୋପନ ମିଶ୍ର,ଅବିନାଶ ସାଏ,ସଂଜିବ ବେହେରା, ମୁନା ନନ୍ଦ,ପ୍ରକାଶ ସାହୁ, ବ୍ରଜକିଶୋର ସେଠି,ପବିତ୍ର ନେପାକ, ନାସିର ଖାନ,ଟୁଲୁ ସେନ,ରୋଶନ ମିଶ୍ର,ସୁମିତ ପଟନାୟକ,ମଧୁନାଗ,ନିରଞ୍ଜନ ମିଶ୍ର,ଗୋବିନ୍ଦା ଜାଲ,ହରିଶ ନାଗ,ଅଜିତ ମହାନନ୍ଦ ଓ ସୁମନ୍ତ ବିଭାର ଉପସ୍ତିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking