20.1 C
Bhubaneswar
Sunday, November 17, 2024
HomeUncategorizedକେନ୍ଦ୍ର ଓ ରାଜ୍ୟ ସରକାରଙ୍କଶ୍ରମିକ ବିରୋଧୀ ନୀତି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କଶ୍ରମିକ ବିରୋଧୀ ନୀତି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର- ସାରା ଦେଶ ବର୍ତ୍ତମାନ କରୋନା ମହାମାରୀ ନେଇ ବ୍ୟତିବ୍ୟସ୍ତ । ଏଥିପାଇଁ ସାରା ଦେଶରେ ୩ ମାସ ଲକ ଡାଉନ ପରେ ଏବେ ଅନଲକ ୨ ସ ଘୋଷଣା କରିଛନ୍ତି । ଏହି ଅନଲକରେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମ ଆଇନରେ କିଛି ପରିବର୍ତ୍ତନ କରି ବିଭିନ୍ନ ଶ୍ରମ ଅନୁଷ୍ଠାନ ଗୁଡିକ ଖୋଲିଛନ୍ତି । ଏହି ନୂତନ ଶ୍ରମ ଆଇନ କୁ ବିରୋଧ କରିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଏହି ମହାମାରୀ ସମୟରେ ବହୁ ଶ୍ରମିକ କାମଧନ୍ଦା ପାଉନଥିବା ବେଳେ ଏଥିପାଇଁ ଶ୍ରମିକ ମାନେ ମୃତୁବରଣ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ ସଂଗଠନ । ଏହାକୁ ନେଇ Aituc,HMS, INTUC, aictu  ଆଦି ସଂଗଠନ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଏହି ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ସଂଗଠନ ର ଶତାଧିକ କର୍ମୀ ମାନେ ସ୍ଥାନୀୟ କାଳୀ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ । ପରେ ଏହି ନୂତନ ଆଇନ କୁ ସଂଶୋଧନ କରିବା ପାଇଁ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
– ଅନିଲ ନନ୍ଦ ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking