28.1 C
Bhubaneswar
Wednesday, April 24, 2024
Homeଓଡିଶାଏନ୍ଫୋର୍ସମେଣ୍ଟକୁ କଡାକଡି କଲା କେନ୍ଦୁଝର ପୌରପାଳିକା

ଏନ୍ଫୋର୍ସମେଣ୍ଟକୁ କଡାକଡି କଲା କେନ୍ଦୁଝର ପୌରପାଳିକା

କେନ୍ଦୁଝର- ଦିନକୁ ଦିନ କରୋନାର ଭୟଭୟତା ବଢି ଚାଲିଛି । ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଲକଡାଉନ ପରେ ଅନଲକ ସରକାର ଘୋଷଣା କରିଛନ୍ତି । ଏହି ଅନଲକ ୨ ରେ  କେନ୍ଦୁଝର ଜିଲ୍ଲା କୁ  ଯୋନ ୧ ରେ ରାଜ୍ୟ ସରକାର ଘୋଷଣା ପରେ ଜୁଲାଇ ମାସ ର ସମସ୍ତ ଶନିବାର ଓ ରବିବାରକୁ ମଧ୍ୟ ସଟଡାଉନ ଘୋଷଣା କରିଛନ୍ତି। ଏହାକୁ ନେଇ ପ୍ରଶାସନ ମଧ୍ୟ ବେଶ ସଜାଗ ହୋଇଛି । କେନ୍ଦୁଝର ପୌରପାଳିକା ମଧ୍ୟ ଏହି ଅନଲକ ୨ରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ।ଏହା ସହ ପୌରପାଳିକାରେ ଯେଉଁ ଦୋକାନ ଗୁଡିକର ଟ୍ରେଡ଼ ଲାଇସେନ୍ସ ନାହିଁ  ସେମାନଙ୍କ ଦୋକାନ ଗୁଡିକୁ ତାଗିଦ କରିବା ସହ ଫାଇନ ମଧ୍ୟ କାଟିଛି । ଆଗାମୀ ଦିନରେ ଯେଉଁ ଦୋକାନ ଗୁଡିକ ଏହି ନିୟମ କୁ ଆଗାମୀ ଦିନରେ ନମାନିବ ତାପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।
ଅନ୍ୟପଟେ ବଜାର, ଦୋକାନ ଗୁଡିକରେ ପୌରପାଳିକା ର ଏନ୍ଫୋର୍ସମେଣ୍ଟ ଙ୍କୁ ସାଧାରଣ ଲୋକେ ସ୍ୱାଗତ କରିଥିବା ବେଳେ ସ୍ୱଚ୍ଛତା ପ୍ରତି ପୌରପାଳିକା ଅଧିକ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।
-ଅନିଲ ନନ୍ଦ ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking