34.1 C
Bhubaneswar
Thursday, April 25, 2024
Homeଓଡିଶାବନବିଭାଗ ପାଇଁ ଚୋରା କାଠ ମାଫିଆଙ୍କ ଖୋଲା ଚ୍ୟାଲେଞ୍ଜ

ବନବିଭାଗ ପାଇଁ ଚୋରା କାଠ ମାଫିଆଙ୍କ ଖୋଲା ଚ୍ୟାଲେଞ୍ଜ

କେନ୍ଦୁଝର -ସ୍ପଷ୍ଟ ଦିବାଲୋକରେ କାଠ ଚୋରାଚାଲାଣ। ବନବିଭାଗ ପାଇଁ ଚୋରା କାଠ ମାଫିଆଙ୍କ ଖୋଲା ଚ୍ୟାଲେଞ୍ଜ।ଯାହା ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି। କିନ୍ତୁ ଏଥର ବନବିଭାଗର ସକ୍ରିୟତା ଯୋଗୁଁ ଧରାପଡିଛି ଚୋରାକାଠ ବୋଝେଇ ପିକଅପ ହେଲେ ଖସି ଯାଇଛନ୍ତି ପିକଅପ ଡ୍ରାଇଭର ଓ କାଠ ମାଫିଆ। ଯାହା ସଫଳତା ସତ୍ତ୍ୱେ ସନ୍ଦେହଘେରକୁ ଠେଲିଦେଇଛି ବିଭାଗ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ଏକ ପିକଅପରେ ମୂଲ୍ୟବାନ ଚୋରାକାଠ ବୋଝେଇ ହୋଇ ଯାଉଥିବା ବନ କର୍ମଚାରୀମାନେ କୌଣସି ସୂତ୍ରରୁ ଖବରପାଇ ଧରିବାକୁ ଚେଷ୍ଟାକରି ପିଛା କରୁଥିଲା ବେଳେ ଦ୍ରୁତଗତିରେ ଖସି ଯିବାକୁ ଚେଷ୍ଟା କରି ନିୟନ୍ତ୍ରଣ ହରାଇ ଓଲଟି ପଡିଲା ଚୋରାକାଠ ବୋଝେଇ ପିକଅପ। ସୂଚନା ଅନୁସାରେ WB33A 2215 ନଂ ର ଏକ ପିକଅପରେ ଚୋରାରେ କାଠଗଣ୍ଡି  ଚାଲାଣ  ହେଉଥିବାର ଖବରପାଇ ଦେଉଳି ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ  କୁଳିଆଣା ଫରେଷ୍ଟର ଏବଂ ବାଙ୍ଗିରିପୋଷି ବନଅଧିକାରୀ ଚୋରାକାଠ ବୋଝେଇ ପିକଅପକୁ ପିଛାକରି ଧରିବାକୁ ଚେଷ୍ଟା କରୁଥିଲା ବେଳେ ଗାଡିଟି ଦ୍ରୁତଗତିରେ ଖସି ଯିବାକୁ ଚେଷ୍ଟା କରୁଥିବା ସମୟରେ ଦେଉଳି ରେଞ୍ଜ ଅଧିନ ବାରମାଇଲ ପାଖରେ ଭାରସାମ୍ୟ ହରେଇ ଓଲଟି ପଡିଥିଲା। ମାତ୍ର ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହେଇଯାଇଥିଲା ବେଳେ ଜଣକୁ ସନ୍ଦେହରେ ଅଟକ ରଖାଯାଇଥିବା ଜଣାପଡିଛି। ପ୍ରଶ୍ନ ଉଠୁଛି ବନବିଭାଗ ପିଛାକରି ଆସୁଥିବା ଦୁର୍ଘଟଣାଗ୍ରସ୍ତ ଗାଡିର ଡ୍ରାଇଭର ଅଚାନକ ଖସିଯିବାରେ ସକ୍ଷମ ହେଲେ ଜାଣିଶୁଣି ଖସିଯିବାର ସୁଯୋଗ ସୃଷ୍ଟି କରାଯାଇଛି ତାକୁନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ
ପିକଅପରେ ୧୭ଟି ନିମ୍ବ ଏବଂ କଇମ କାଠ ଗଣ୍ଡି ଥିବାର ସୂଚନା ମିଳିଛି। ତେବେ କାଠର ଆନୁମାନିକ ମୂଲ୍ୟ କେତେ ହେବ ତାହାର ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ସ୍ପଷ୍ଟ ଦିବାଲୋକରେ  ମାଫିଆମାନେ କାଠଚୋରା ଚାଲାଣ କରିବା ଅଧିକାରୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତି ବୋଲି ଆଲୋଚନା ଚାଲିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking