27.1 C
Bhubaneswar
Monday, November 18, 2024
Homeଓଡିଶାମାଲକାନଗିରି ଜିଲ୍ଲାର ସୀମାନ୍ତ ମୋଟୁ ଦେଇ ପ୍ର୍ୟତେକ ଦିନ ସହ ସହ ପ୍ରବାସୀ ଜିଲ୍ଲା ଭିତରକୁ...

ମାଲକାନଗିରି ଜିଲ୍ଲାର ସୀମାନ୍ତ ମୋଟୁ ଦେଇ ପ୍ର୍ୟତେକ ଦିନ ସହ ସହ ପ୍ରବାସୀ ଜିଲ୍ଲା ଭିତରକୁ ପ୍ରବେଶ କରୁଛନ୍ତି

 
 
ମାଲକାନଗିରି(ପ୍ରଭାତ ସାହା) : ଜିଲ୍ଲାର ସୀମାନ୍ତ ମୋଟୁ ଦେଇ ପ୍ର୍ୟତେକ ଦିନ ସହ ସହ ପ୍ରବାସୀ ଜିଲ୍ଲା ଭିତରକୁ ପ୍ରବେଶ କରୁଛନ୍ତି। ସେମାନ ଙ୍କ ପାଇଁ ଖାଦ୍ୟ ପାନୀୟ ଜଳ ଠୁ ଆରମ୍ଭ କରି ବିଭିନ୍ନ ସେବା ଯୋଗାଇ ଦେଉଛି ଜିଲ୍ଲାପ୍ରଶାସନ। ହେଲେ ପ୍ରବାସୀ ବ୍ୟବହୃତ କରୁଥିବା ବିଭିନ୍ନ ଜିନିଷ ରେ ଏବେ ଅଳିଆ ଆବର୍ଜନା ର ପାହାଡ ସ୍ରୁଷ୍ଟି ହୋଇଛି ମୋଟୁ ଠାରେ। ନା ହୋଇ ପାରୁଛି ସଫେଇ। ସବୁ ଦେଖି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି ଜିଲ୍ଲାପ୍ରଶାସନ |
ଏ ମୋଟୁ ବୋର୍ଡର ଚେକ୍ ପଏଣ୍ଟ। ଏହି ସ୍ଥାନ ଦେଇ ପ୍ର୍ୟତେକ ଦିନ ହଜାର ହାଜର ସଂଖ୍ୟକ ପ୍ରବାସୀ ଶ୍ରମିକ ଜିଲ୍ଲା ଓ ରାଜ୍ୟ ଭିତରକୁ ପ୍ରବେଶ କରୁଛନ୍ତି। ମୋଟୁ ରେ ପ୍ରବାସୀ ଙ୍କ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଉଛି। ପ୍ରବାସୀ ଙ୍କ ପାଇଁ ରନ୍ଧା ଖାଦ୍ୟ ଠୁ ଆରମ୍ଭ କରି ପଞ୍ଜୀକରଣ ପରେ ସେମାନ ଙ୍କୁ ନିଜ ନିଜ ଭିଟାମାଟି କୁ ପହଞ୍ଚେଇବା ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଏହି ସବୁ ବ୍ୟବସ୍ତା କରାଯାଇଛି ସତ ହେଲେ ଦେଖନ୍ତୁ ଏହି ଦ୍ରୁଶ୍ୟ କେମିତି ପ୍ରବାସୀ ଖାଉଥିବା ଖାଦ୍ୟ ଅଇଁଠା, ବ୍ୟବହୃତ ହୋଇଥିବା ଖଳି, ମାସ୍କ ଠୁ ଆରମ୍ଭ କରି ହାତ ଗ୍ଲୋବ ର ବର୍ଜ୍ୟବସ୍ତୁ ର ପାହାଡ ହୋଇ ଯାଇଛି। ବର୍ଷା ଟିକେ ହେଲେ ଏହି ସବୁ ଆସି କରି ରାଜ ରାସ୍ତା ରେ ଜମା ହେଇ ରହି ଯାଉଛି।

ଏହି ଅସୁରକ୍ଷିତ ଆବର୍ଜନା ପୂର୍ଣ୍ଣ ସ୍ଥାନରେ ବସି ପ୍ର୍ୟତେକ ଦିନ ଆସୁଥିବା ପ୍ରବାସୀ ଶ୍ରମିକ ମାନଙ୍କ ର ନାମ ପଞ୍ଜୀକରଣ କରୁଥିବା ବେଳେ ସ୍ୱାସ୍ଥ ସେବା ପାଇଁ ନିୟୋଜିତ ଥିବା ସ୍ୱାସ୍ଥ୍ୟ କର୍ମୀ ସେମାନ ଙ୍କର ଯାଂଚ କରୁଛନ୍ତି। ଦୀର୍ଘ ଦିନ ଧରି ଏହି ଅବସ୍ତା ଲଗୀ ରହି ଥିବା ବେଳେ ପଞ୍ଜୀକରଣ ଦାୟିତ୍ଵ ରେ ଥିବା ଶିକ୍ଷକ ମାନେ ମୋଟୁ ତହସିଲଦାର ଙ୍କୁ କହି କହି ନୟାନ୍ତ ହେଇଗଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ପ୍ରବାସୀ ଙ୍କ ଠାରେ କରୋନା ସଂକ୍ରମଣ ର ଅଧିକ ଲକ୍ଷଣ ଥିବା ବେଳେ ସେମାନଙ୍କ ର ବ୍ୟବହୃତ ହୋଇଥିବା ଏହି ସବୁ ଜିନିଷ କେମିତି ରାସ୍ତା ରେ ଜମା ହୋଇଛି ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି। ସୂଚନା ଯୋଗ୍ୟ ଯେ ଏହି ପ୍ରବାସୀ ମାନଙ୍କ ର ସସ୍ପର୍ଶରେ ଆସି ଜଣେ କାର୍ଯ୍ୟରତ ପୋଲିସ ହାବିଲଦାର କରୋନା ସଂକ୍ରମିତ ହୋଇଛନ୍ତି।
ତେବେ ଆଉ ଏକ ବଡ ପ୍ରଶ୍ନ ଉଠୁଛି ଏମିତି ଜମା ହୋଈଥିବା କୁଡକୁଡ଼ ଅଳିଆ ସ୍ଥାନରେ ବସି ପ୍ରବାସୀ ଙ୍କ ପଞ୍ଜୀକରଣ ଦାୟିତ୍ବ ରେ ଥିବା ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ବିପଦ ଦିଗକୁ ଠେଲି ଦେଉନାହାନ୍ତି ତ ଜିଲ୍ଲା ପ୍ରଶାସନ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking